ETV Bharat / bharat

ରାକେଶ ଆସ୍ଥାନାଙ୍କୁ କ୍ଲିନଚିଟ ଦେଲେ ଦିଲ୍ଲୀର ବିଶେଷ ଅଦାଲତ - clean chit

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଏବଂ ଡିଏସପି ଦେବେନ୍ଦ୍ର କୁମାରଙ୍କୁ କ୍ଲିନ ଚିଟ ଦେଇଛନ୍ତି ଦିଲ୍ଲୀର ବିଶେଷ ଅଦାଲତ । ଅଧିକ ପଢନ୍ତୁ...

rakesh-asthana
ରାକେଶ ଆସ୍ଥାନା
author img

By

Published : Mar 7, 2020, 9:43 PM IST

ନୂଆଦିଲ୍ଲୀ: ଲାଞ୍ଚ ମାମଲାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଶନିବାର ଆଶ୍ବସ୍ତି ମିଳିଛି । ରାକେଶ ଆସ୍ଥାନା ଏବଂ ଡିଏସପି ଦେବେନ୍ଦ୍ର କୁମାରଙ୍କୁ କ୍ଲିନଚିଟ ଦେଇଛନ୍ତି ଦିଲ୍ଲୀର ବିଶେଷ ଅଦାଲତ । ଉଭୟଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ସେମାନଙ୍କୁ କ୍ଲିନଚିଟ ଦିଆଯାଇଥିବା ନ୍ୟାୟାଧୀଶ ସଞ୍ଜୀବ ଅଗ୍ରୱାଲ ନିଜ ଆଦେଶରେ କହିଛନ୍ତି ।

ଆସ୍ଥାନା ଏବଂ କୁମାରଙ୍କୁ 2018 ରେ ଗିରଫ କରାଯାଇଥିଲା । ପରେ ସେମାନଙ୍କୁ ଜାମିନ ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ଏହି ମାମଲାରେ ଉଭୟଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ସେମାନଙ୍କୁ କ୍ଲିନଚିଟ ଦେବାକୁ ଗତ ଫେବୃଆରୀ 11 ତାରିଖରେ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ । ଯାହାକୁ ଶନିବାର କୋର୍ଟ ଗ୍ରହଣ କରିଛନ୍ତି ।

ହାଇଦ୍ରାବାଦର ବ୍ୟବସାୟୀ ସତୀଶ ସାନାଙ୍କ ଅଭିଯୋଗ ଆଧାରରେ ସିବିଆଇ ଆସ୍ଥାନାଙ୍କ ବିରୋଧରେ ଏହି ମାମଲା ରୁଜୁ କରିଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.