ETV Bharat / bharat

ଦିଲ୍ଲୀ ଦଙ୍ଗା ମାମଲା: ଚାର୍ଜସିଟ ଦାଖଲ ପାଇଁ ଦିଲ୍ଲୀ ପୋଲିସକୁ ଆଉ 2 ମାସର ସମୟ - ଦିଲ୍ଲୀ ଦଙ୍ଗା ମାମଲା

ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଷଡଯନ୍ତ୍ର ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ 2 ମାସ ଅଧିକ ସମୟ ଦେଇଛି ।

delhi violence
ଦିଲ୍ଲୀ ଦଙ୍ଗା ମାମଲା
author img

By

Published : Jun 17, 2020, 4:36 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ଷଡଯନ୍ତ୍ର ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ 2 ମାସ ଅଧିକ ସମୟ ଦେଇଛି । ଆଡିସନାଲ୍ ସେସନ୍ ଜଜ୍ (additional sessions judge) ଧର୍ମେନ୍ଦ୍ର ରାଣା ସ୍ପେଶାଲ୍ ସେଲ୍ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ହିଂସା ମାମଲାରେ ଷଡଯନ୍ତ୍ର ପାଇଁ ସ୍ପେଶାଲ୍ ସେଲ୍ ୟୁଏପିଏ ଅଧୀନରେ ଏକ ମାମଲା ରୁଜୁ କରିଛି । ଯେଉଁମାନଙ୍କ ବିରୋଧରେ ସ୍ପେଶାଲ୍ ସେଲ୍ ୟୁଏପିଏ ଅଧୀନରେ ମାମଲା ରୁଜୁ କରିଛି, ସେମାନେ ହେଲେ ଇଶରାତ୍ ଜାହାନ୍, ଖାଲିଦ ସୈଫି, ସଫୁରା ଜରଗର୍, ଗୁଲଫିଶା ଫାତିମା, ନତାଶା ନରୱାଲ, ଦେବାଙ୍ଗନ୍ କଲିତା ଓ ତାହିର ହୁସେନ୍ ।

ଏହି ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି । ସ୍ପେଶାଲ୍ ସେଲ୍ ମାମଲାରେ ଜେଏନୟୁ ର ପୂର୍ବ ଛାତ୍ର ଉମର ଖାଲିଦଙ୍କ ନାମ ମଧ୍ୟ ରଖିଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ । ସ୍ବତନ୍ତ୍ର ସେଲ୍ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପୂର୍ବରୁ ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ଉମର ଖାଲିଦ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ସାମିଲ ଥିଲେ ।

ସ୍ପେଶାଲ ସେଲ୍, କୋର୍ଟକୁ ଚାର୍ଜସିଟ୍ ଦାଖଲ କରିବାକୁ ସେପ୍ଟେମ୍ବର 17 ପର୍ଯ୍ୟନ୍ତ ସମୟ ଦେବାକୁ ଅପିଲ୍ କରିଥିଲା । ସ୍ପେଶାଲ ସେଲ୍ ପକ୍ଷରୁ ଓକିଲ ଇରଫାନ୍ ଅହମ୍ମଦ କହିଛନ୍ତି ଯେ ଲକଡାଉନ୍ କାରଣରୁ ତଦନ୍ତ ଶେଷ ହୋଇପାରି ନାହିଁ। କୋର୍ଟ କହିଛନ୍ତି ଯେ ଏହି ମାମଲା ସହ ଜଡିତ ରେକର୍ଡ ଓ ଇ-ମେଲ୍ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇ ନାହିଁ।

ଅନ୍ୟପକ୍ଷେ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରି ନାହିଁ। ତାଙ୍କୁ ଚିହ୍ନଟ କରିବା ଓ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଛି। ଲକଡାଉନ୍ କାରଣରୁ ଅଭିଯୁକ୍ତ ଖାଲିଦ ସୈଫୀଙ୍କ ମୋବାଇଲ୍ ଫୋନର ତଥ୍ୟ ବାହାର କରାଯାଇପାରି ନାହିଁ। ଏହା ବ୍ୟତୀତ ଦିଲ୍ଲୀ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମତି ମିଳିପାରି ନାହିଁ।

ପ୍ରକାଶଥାଉକି, ଦିଲ୍ଲୀ ଦଙ୍ଗା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏପର୍ଯ୍ୟନ୍ତ ପ୍ରାୟ 100 ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟ୍ ସାଧାରଣତଃ ୟୁଏପିଏ ଅଧୀନରେ 90 ଦିନରେ ଦାଖଲ ହୁଏ । ୟୁଏପିଏକ୍ଷେତ୍ରରେ ଅନ୍ତିମ ରିପୋର୍ଟ ମଧ୍ୟ 180 ଦିନ ମଧ୍ୟରେ ଦାଖଲ କରାଯାଇପାରିବ । ଏହା ପରେ ଯାଇ ୟୁଏପିଏର ଅଭିଯୁକ୍ତଙ୍କୁ ଜାମିନ ମିଳିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.