ETV Bharat / bharat

ବିଦେଶୀଙ୍କୁ ପ୍ରିୟ ପୁଷ୍କର ହୋଲି - ହୋଲି

କେବଳ ଭାରତୀୟଙ୍କୁ ଯେ ହୋଲି ପସନ୍ଦ ତାହା ନୁହେଁ ଅନେକ ବିଦେଶୀ ଅଛନ୍ତି ଯେଉଁମାନେ ଖାସ ହୋଲି ଖେଳିବାକୁ ଭାରତକୁ ଆସିଥାନ୍ତି। ଏପରି ଏକ ସ୍ଥାନ ହେଉଛି ପୁଷ୍କର। ଯାହା 'କପଡା ଫଡା ' ହୋଲି ନାଁରେ ବିଶ୍ବ ପ୍ରସିଦ୍ଧ। ତେବେ ଚଳିତବର୍ଷ ଠାରୁ ଜିଲ୍ଲା ପ୍ରଶାସନ ଏହାର ନାଁ 'ରସରଙ୍ଗ ହୋଲି' ନାଁରେ ନାମିତ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Mar 22, 2019, 11:51 AM IST

ପୁଷ୍କର: ଚଳିତବର୍ଷ ପୁଷ୍କର ହୋଲିର ମଜା ଉଠେଇବାକୁ ସ୍ପେନର ଏକ ଗ୍ରୁପ ରାଜସ୍ଥାନ ଆସିଛନ୍ତି। ସେମାନଙ୍କ ବେଶଭୁଷାରୁ ବିଦେଶୀ ନା ଦେଶୀ ଜଣା ପଡୁନାହାନ୍ତି। ବିଦେଶୀ ଯୁବକମାନେ ରାଜସ୍ଥାନ ପଗଡି ବାନ୍ଧୀ ଥିବାବେଳେ ସ୍ପେନର ମହିଳାମାନେ ରାଜସ୍ଥାନୀ ଶାଢି ପିନ୍ଧି ରଙ୍ଗବିରେଙ୍ଗ ଅବିରରେ ହୋଲି ଖେଳିଛନ୍ତି। ସମସ୍ତ ବିଦେଶୀଙ୍କ ଉପରେ ହୋଲିର ରଙ୍ଗ ଏପରି ଚଢିଥିଲା ଯେ, ହୋଲିଲେ ମତୁଆଲ ହୋଇ ପଡିଥିଲେ। ତେବେ ହୋଲି ଖେଳିବା ପରେ ସମସ୍ତେ କେକେ ଖୁଆଇ ପରସ୍ପରକୁ ହୋଲି ଅଭିନନ୍ଦନ ଜଣାଇଥିଲେ।

ସୂଚନାଥାଉକି, 'କପଡା ଫଡା' ହୋଲି ନାଁରେ ପୁଷ୍କର ସାରା ବିଶ୍ବ ପ୍ରସିଦ୍ଧ। ତେବେ ଚଳିତବର୍ଷ ଜିଲ୍ଲା ପ୍ରଶାସନ ଏହି ଉତ୍ସବର ନାଁ 'ରସରଙ୍ଗ' ହୋଲି ମହୋତ୍ସବ ନାଁରେ ନାମିତ କରିଛନ୍ତି। ଏହି ନାଁ ପରିବର୍ତ୍ତନ ବିଦେଶୀ ପର୍ଯ୍ୟଟକଙ୍କ ଉପରେ କୌଣସି ପ୍ରଭାବ ପଡି ନାହିଁ। ସବୁବର୍ଷ ପରି ଏହି ବର୍ଷ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ପୁଷ୍କରକୁ ସୁଅ ଛୁଟିଛି।

ଭୁବନେଶ୍ୱର () 2019 ପାଇଁ ଏକ ବସ୍ତାବଧର୍ମୀ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମତାମତ ସଂଗ୍ରହ କରାଯାଇ, ତାର ତର୍ଜମା କରାଯାଉଛି । ତଦନୁଯାୟୀ ପ୍ରସ୍ତୁତ ହେବ ଦଳୀୟ ଇସ୍ତାହାର । ଏନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବସିଥିଲା ପ୍ରଥମ ବୈଠକ । 

ଘରେ ଘରେ ଶଙ୍ଖ, କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ଲାଗି ମତାମତ ନେଇଥିଲା ବିଜେଡି । 2019 ସାଧାରଣ ନିର୍ବାଚନ ପାଇଁ ଦଳର ନିର୍ବାଚନ ଇସ୍ତାହାର କିପରି ହେବ ତାହାର  ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଦଳର 37 ଜଣ ସଦସ୍ୟ । ଇସ୍ତାହାର କମିଟି ବରିଷ୍ଠ ସଦସ୍ୟ ଆମର ପଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଯୁବ, ମହିଳା ଓ ଛାତ୍ର ଶାଖାର ସଦସ୍ୟ ମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମତାମତ ଉପରେ ଆଲୋଚନା ହୋଇଥିଲା । ଖୁବଶୀଘ୍ର ଲୋକଙ୍କ ମତ ଅନୁସାରେ ଇସ୍ତାହାର ହବ । ଏହାସହ ଓଡ଼ିଶାର ବିକାଶ, କେନ୍ଦ୍ର ଅବହେଳା ଓ ନୂତନ ଓଡିଶା ଗଠନ ଆଦି ପ୍ରସଙ୍ଗକୁ ବିଜେଡି ଇସ୍ତାହାରରେ ଗୁରୁତ୍ବ ଦିଆଯିବ ।

2014ରେ ବିଜେଡି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ସେଗୁଡିକ ସଫଳତାର ସହ ପାଲନ କରାଯାଇଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ନିଯୁକ୍ତି, ଖାଦ୍ୟ ସୁରକ୍ଷା, ଶିଳ୍ପର ବିକାଶ ଆଦି ସବୁ ଦିଗକୁ ଏବଂ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଇସ୍ତାହାର ପ୍ରସ୍ତୁତ ହେବ । ଲୋକଙ୍କ ମତକୁ ଗୁରୁତ୍ୱ ଦିଆଯିବ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସେହିଭଳି ସାଂସଦ ସୌମ୍ୟ ରଞ୍ଜନ ପଟନାୟକ କହିଛନ୍ତି ଯେ, ବିଜେଡି ଯାହା ପ୍ରତିଶ୍ରୁତି ଦିଏ ତାହା ପାଳନ କରେ । 2019 ପାଇଁ ମଧ୍ୟ ସେମିତି ବସ୍ତାବଧର୍ମୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି । 
ବାଇଟ - ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ସାଂସଦ
ବାଇଟ - ସୌମ୍ୟ ରଞ୍ଜନ ପଟନାୟକ, ବିଜେଡି ସାଂସଦ 
All visual and bytes will be sent in LiveU
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.