ETV Bharat / bharat

ବିଜେପି ଜାଲରେ ସପା-ବସପା ବିଧାୟକ! - sp-bsp mla of mp may join bjp

ସପା ବିଧାୟକ ରାଜେଶ ଶୁକ୍ଳା ଓ ବସପା ବିଧାୟକ ସଞ୍ଜୀବ କୁଶଓ୍ବାହ ହୋଲି ଅବସରରେ ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କ ବାସଭବନରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । 2 ଜଣ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ...

ବିଜେପି ଜାଲରେ ସପା-ବସପା ବିଧାୟକ!
ବିଜେପି ଜାଲରେ ସପା-ବସପା ବିଧାୟକ!
author img

By

Published : Mar 10, 2020, 5:40 PM IST

ଭୋପାଳ: ଆଜି ହୋଲି । ରଙ୍ଗ ଖେଳରେ ମସଗୁଲ ସମସ୍ତେ । ହେଲେ ମଧ୍ୟ ପ୍ରଦେଶ କଂଗ୍ରେସକୁ ଗ୍ରହଣ ଲାଗିବା ପରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଇଁ ହୋଲିର ରଙ୍ଗ ଫିକା ପଡିଯାଇଛି । ବିଧାୟକଙ୍କୁ ନିଜ ପାଖରେ ଅଟକାଇବାକୁ ଅସମର୍ଥ କମଲନାଥ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସରୁ ଜଣଙ୍କ ପରେ ଜଣେ ବିଧାୟକଙ୍କ ଇସ୍ତଫା ପ୍ରକ୍ରିୟା ଜାରି ରହିଛି । ଏପରି ସ୍ଥିତିରେ ମଧ୍ୟ ପ୍ରଦେଶର 2 ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ବିଧାୟକ ବିଜେପିର ଜାଲରେ ଫସିବାକୁ ଯାଉଥିବା ନଜର ଆସୁଛନ୍ତି ।

ସପା ବିଧାୟକ ରାଜେଶ ଶୁକ୍ଳା ଓ ବସପା ବିଧାୟକ ସଞ୍ଜୀବ କୁଶଓ୍ବାହ ହୋଲି ଅବସରରେ ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କ ବାସଭବନରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ଏହି ଦୁଇ ବିଧାୟକ ବି ବିଜେପିରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ହେଲେ ଏହି କଳ୍ପନା ଜଳ୍ପନାକୁ ସିଧାସଳଖ ନ ହେଲେ ବି ପରୋକ୍ଷରେ ଖାରଜ କରିଛନ୍ତି ଶିବରାଜ । ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ସପା ଓ ବସପାର 2 ବିଧାୟକ କେବଳ ହୋଲି ଆବସରରେ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ । ଏଥିରେ କୌଣସି ରାଜନୀତି ନାହିଁ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମଧ୍ୟ ପ୍ରଦେଶ କଂଗ୍ରେସରୁ 22 ଜଣ ବିଧାୟକ ଇସ୍ତଫା ଦେଇସାରିଲେଣି । ଏ ନେଇ ମଧ୍ୟ ପ୍ରଦେଶ ସରକାରଙ୍କ ଉପରେ ଖଣ୍ଡା ଝୁଲୁଛି । ଯେକୌଣସି ସମୟରେ ବି ସରକାର ଗଡିବା ନେଇ ଆଶଙ୍କା ରହିଛି । ଯଦି ଏପରି ସ୍ଥିତିରେ ସପା ଓ ବସପାର ଏହି 2 ବିଧାୟକ ବି ବିଜେପିରେ ଯୋଗ ଦିଅନ୍ତି, ତାହାଲେ ଏହା କମଲନାଥଙ୍କ ପାଇଁ ଏକ ବଡ ଝଟକା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.