ETV Bharat / bharat

ବିଜେପିରେ ସୋଭନ ଚାଟାର୍ଜୀ - ଟିଏମସି ନେତା ସୋଭନ ଚାଟାର୍ଜୀ

ବିଜେପିରେ ସୋଭନ ଚାଟାର୍ଜୀ । ସୋଭନଙ୍କ ସହିତ ଟିଏମସି ଶିକ୍ଷକ ସଂଘର ପୂର୍ବତନ ସଦସ୍ୟା ବୈଶାଖୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ହୋଇଥିଲା ମିଶ୍ରଣ ପର୍ବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 14, 2019, 7:22 PM IST

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ(ଟିଏମସି)ର ପୂର୍ବତନ ବିଧାୟକ ତଥା ତଥା କୋଲକାତାର ପୂର୍ବତନ ମେୟର ସୋଭନ ଚାଟାର୍ଜୀ ଆଜି ପଦ୍ମ ପୋଖରୀକୁ ଡ଼ିଆଁ ମାରିଛନ୍ତି । ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ସୋଭନଙ୍କ ଏହି ନିଷ୍ପତ୍ତିକୁ ବିଜେପିର ବରିଷ୍ଠ ନେତା ମୁକୁଲ ରୟ ସ୍ବାଗତ କରିଛନ୍ତି ।

sovan chattarjee
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସୋଭନଙ୍କ ବ୍ୟତୀତ ଟିଏମସିର ବୈଶାଖୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବୈଶାଖୀ ଟିଏମସି ଶିକ୍ଷକ ସଂଘର ପୂର୍ବତନ ସଦସ୍ୟ ରହିସାରିଛନ୍ତି । ଏହା ପୂର୍ବରୁ ଟିଏମସିର ଅନ୍ୟ କିଛି ସଦସ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ତେବେ ଏହି ମିଳନ ଉତ୍ସବରେ ବିଜେପିର ବରିଷ୍ଠ ନେତା ମୁକୁଳ ରୟ ଓ ଅରୁଣ ସିଂ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଗତ ଚାରିରୁ ପାଞ୍ଚ ମାସ ମଧ୍ୟରେ ଟିଏମସିର ଅନେକ ନେତା ବିଜେପିରେ ସାମିଲ ହୋଇ ସାରିଲେଣି । ଏହା ବ୍ୟତୀତ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଅନେକ ଟିଏମସି ନେତା ବିଜେପିରେ ମିଶିଥିଲେ ।

ତେବେ ଏନେଇ ମୁକୁଳ ରୟ କହିଛନ୍ତି, ଟିଏମସିର ଏହି ଦୁଇ ନେତାଙ୍କୁ ବିଜେପି ସ୍ବାଗତ କରୁଛି । ତେବେ ଏହି ଦୁଇ ନେତା ଦଳରେ ସାମିଲ ହେବା ଦ୍ବାରା ପଶ୍ଚିମବଙ୍ଗରେ ବିଜେପି ଅନେକ ଫାଇଦା ମିଳିବ ବୋଲି ସେ କହିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି, ଆଗକୁ ଆହୁରି ଅନେକ ଟିଏମସି ନେତା ଦଳରେ ମିଶିବେ । ତେବେ ଏବେ ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.