ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ପାଇଁ 135 ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇଛି ଏସଡବ୍ଲୁଆର

author img

By

Published : May 24, 2020, 10:52 AM IST

ଦକ୍ଷିଣ ପଶ୍ଚିମ ରେଳୱେ ( ଏସଡବ୍ଲୁଆର) ଦେଶର ବିଭିନ୍ନ ରାଜ୍ୟର 1.90 ଲକ୍ଷ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ପରିବାରଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ 135 ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି ।

indian railway
ପ୍ରବାସୀ ଶ୍ରମିକଙ୍କ ପାଇଁ 135 ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇଛି ଏସଡବ୍ଲୁଆର

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ରେଳୱେ (ଏସଡବ୍ଲୁଆର) ଦେଶର ବିଭିନ୍ନ ରାଜ୍ୟର 1.90 ଲକ୍ଷ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ପରିବାରଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ 135 ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି ।

ରେଳୱେ ଅନୁଯାୟୀ, ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗାଦୀ ଆଶ୍ୱାସନା ଦେଇଛନ୍ତି ଯେ, କୋରୋନା ସଙ୍କଟ ସମୟରେ ଖାଦ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନହେବା ପାଇଁ ଏସଡବ୍ଲୁଆର ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଇବା ଜାରି ରଖିବ।

ଉପଯୁକ୍ତ ପ୍ରୋଟୋକଲ୍ ସହିତ ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ଏସଡବ୍ଲୁଆର ଯାତ୍ରୀମାନଙ୍କୁ ସେମାନଙ୍କ ରାଜ୍ୟମାନଙ୍କୁ ପହଞ୍ଚାଉଛି । ପ୍ରୋଟୋକଲ ଅନୁଯାୟୀ, ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ଷ୍ଟେସନରୁ ଆଣିବା ପାଇଁ ବିଏମଟିସି ବସର ବ୍ୟବସ୍ଥା କରାଯାଇଛି ବୋଲି ଦକ୍ଷିଣ ପଶ୍ଚିମ ରେଳୱେ କହିଛି। ଗୃହ ମନ୍ତ୍ରଣାଳୟ ନିକଟରେ ପ୍ରବାସୀ ଶ୍ରମିକ, ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକଙ୍କୁ ସେମାନଙ୍କ ରାଜ୍ୟକୁ ଫେରିବାକୁ ଅନୁମତି ଦେଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରିଥିବା ତାଲିକା ଅନୁଯାୟୀ, ହୋସୁର ହାସନ ଏବଂ ବେଙ୍ଗାଲୁରୁରୁ ନିଜ ରାଜ୍ୟକୁ ଫେରିବା ପାଇଁ ପ୍ରାୟ 9345 ନାଗରିକଙ୍କ ପାଇଁ ଟ୍ରେନ ସେବା ବ୍ୟବସ୍ଥା କରାଯାଇଥିଲା।

ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ସମୟରେ ଖାଦ୍ୟ ପ୍ୟାକେଟ୍, ପାଣି ବୋତଲ, କୁକିଜ ଏବଂ ବଟରମିଲ୍କ ଯୋଗାଇ ଦିଆଯାଉଛି । ଏଥିସହ ଏସଡବ୍ଲୁଆର ବେଙ୍ଗାଲୁରୁ ଛାଡି ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ଖେଳନା ବଣ୍ଟନ କରିବା ପାଇଁ ପଦକ୍ଷେପ ନେଇଛି । ଯାହା ଦ୍ବାରା ସେମାନେ ନିଜ ରାଜ୍ୟକୁ ଫେରିବା ସମୟରେ ସ୍ମୃତି ମନେରଖିବେ ।

ଏଥିସହ ଟ୍ରେନ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ଆଦି ଯତ୍ନ ନିଆଯାଉଛି । ଯାତ୍ରୀମାନଙ୍କୁ କୋରୋନା ବିଷୟରେ ସଚେତନ କରିବା ପାଇଁ ନିୟମିତ ଘୋଷଣା କରାଯାଉଛି । ଗତ ମେ 23ରେ ଆହୁରି 5ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ବେଙ୍ଗାଲୁରୁରୁ ଚାଲିଥିଲା । ଝାଡଖଣ୍ଡ ପାଇଁ 2ଟା ଟ୍ରେନ ଚାଲିଥିବା ବେଳେ ଉତ୍ତରପ୍ରଦେଶ, ମଣିପୁର ଏବଂ କେରଳ ପାଇଁ ଗୋଟିଏ ଲେଖାଏଁ ଟ୍ରେନ୍ ଚଳାଚଳ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.