ଲକ୍ଷ୍ନୌ: ଦୁଇ ଦିନିଆ ରାଏବରେଲି ଗସ୍ତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ।କୌଣସି ନିର୍ବାଚନ ପ୍ରଚାର ପାଇଁ ନୁହେଁ, ବରଂ ଦଳର ଜଣେ ବିଧାୟକ ଅଜୟ ପାଲ ସିଂଙ୍କ ପୁଅ ଆତ୍ମହତ୍ୟା କରିଥିବା କାରଣରୁ ତାଙ୍କୁ ସାନ୍ତ୍ବନା ଦେବାକୁ ଉଭୟେ ଆସୁଛନ୍ତି। ଫୁରସତଗଞ୍ଜ ଏୟାରପୋର୍ଟ ଦିନ 2ଟା 30ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସିଧାସଳଖ ଅଜୟ ପାଲଙ୍କ ଘରକୁ ଯିବେ।
ସେଠାରେ କିଛି ସମୟ ରହି ଭୁଏମାଉ ଗେଷ୍ଟ ହାଉସକୁ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ହେଲେ, ଗୁରୁବାର ଦିନ ଦଳୀୟ ନେତାଙ୍କ ସହ 2022 ବିଧାନସଭା ନିର୍ବାଚନ ନେଇ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି।