ETV Bharat / bharat

'ମୋଦି ସରକାର ସାମ୍ବିଧାନିକ ମୂଲ୍ୟବୋଧ ଏବଂ ପରମ୍ପରା ବିରୋଧୀ' - modi govt

74 ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହା ସହ ସେ ମୋଦି ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି।

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
author img

By

Published : Aug 15, 2020, 8:00 PM IST

ନୂଆଦିଲ୍ଲୀ: ଦେଶ ଆଜି 74 ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହା ସହ ସେ ମୋଦି ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ମୋଦି ସରକାର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ବିଧାନିକ ମୂଲ୍ୟବୋଧ ଏବଂ ପ୍ରତିଷ୍ଠିତ ପରମ୍ପରା ବିରୁଦ୍ଧରେ ଛିଡା ହୋଇଛନ୍ତି ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

ଏନେଇ ସୋନିଆ ଗାନ୍ଧୀ କହିଛନ୍ତି, ଆମ ଭାରତର ଖ୍ୟାତି ବିଶ୍ବରେ କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଭିନ୍ନ ଭାଷା, ଧର୍ମ, ସମ୍ପ୍ରଦାୟ ଯୋଗୁଁ ନୁହେଁ ବରଂ ଭାରତ ପ୍ରତିକୂଳ ପରିସ୍ଥିତିର ସାମ୍ନା ଏକଜୁଟ ହୋଇ କିପରି କରୁଛି ସେଥିପାଇଁ ମଧ୍ୟ ଭାରତ ପ୍ରସିଦ୍ଧ । ଆଜି ସମଗ୍ର ବିଶ୍ବ କୋରୋନା ମହାମାରୀ ସହ ସଂଗ୍ରାମ କରୁଛି । ଏହି ମହାମାରୀକୁ ପରାସ୍ତ କରିବା ପାଇଁ ଭାରତ ଏକଜୁଟ ହେବା ଆବଶ୍ୟକ। ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସରେ କହିପାରେ ଯେ ଆମେ ସମସ୍ତେ ଏକାଠି ହୋଇ ଏହି ମହାମାରୀ ଏବଂ ଅର୍ଥନୈତିକ ସଙ୍କଟକୁ ଦୂର କରିବା ।

ଏଥିସହିତ ସୋନିଆ ଗାନ୍ଧୀ ମୋଦି ସରକାରଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧୀ ବୋଲି କହିଛନ୍ତି । ସେ କହିଛନ୍ତି, ମୋଦି ସରକାରରେ ଲେଖିବା, ପ୍ରଶ୍ନ କରିବା କିମ୍ବା ଅସହମତ ପ୍ରକାଶ କରିବାର କୌଣସି ସ୍ବାଧୀନତା ନାହିଁ। ଆଜି ପ୍ରତ୍ୟେକ ଦେଶବାସୀ ନିଜକୁ ସ୍ବାଧୀନତାର ଅର୍ଥ କ’ଣ ବୋଲି ପଚାରିବା ଆବଶ୍ୟକ ? ବର୍ତ୍ତମାନ ଦେଶରେ ଲେଖିବା, କହିବା, ପ୍ରଶ୍ନ ପଚାରିବା ଏବଂ ଅସହମତି ପ୍ରକାଶ କରିବା ପାଇଁ ସ୍ବାଧୀନତା ଅଛି କି ? ଭାରତର ଗଣତାନ୍ତ୍ରିକ ସ୍ବାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ଆମର ଦାୟିତ୍ବ । ଏଥିପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ ଏବଂ ସଂଗ୍ରାମ କରୁଛୁ ବୋଲି ସୋନିଆ ଗାନ୍ଧୀ ଏକ ବିବୃତ୍ତିରେ କହିଛନ୍ତି।

ଏହା ବ୍ୟତୀତ ସୋନିଆ ଗାନ୍ଧୀ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ଗଲୱାନ ଉପତ୍ୟକାରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.