ETV Bharat / bharat

ପ୍ରିୟଙ୍କାଙ୍କ କାନ୍ଧରେ କଂଗ୍ରେସର ଭାର - ପ୍ରିୟଙ୍କା

ଇନ୍ଦିରାଙ୍କ ପାଦ ଚିହ୍ନରେ ନାତୁଣି ପ୍ରୟଙ୍କା । ସୋନଭଦ୍ର ପୀଡିତଙ୍କ ପାଇଁ ଦେଖାଇଛନ୍ତି ଭଲ ପାଇବା । 24 ଘଣ୍ଟା ଧାରଣାରେ ବସିବା ପରେ ସେମାନଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିଛନ୍ତି ସେ ।

ଫାଇଲ ଫଟୋ
author img

By

Published : Jul 20, 2019, 9:49 PM IST

ନୂଆଦିଲ୍ଲୀ: ଦଳର ଦାୟୀତ୍ୱକୁ ଏବେ ନିଜ ମୁଣ୍ଡକୁ ନେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଦଳକୁ ରାଜନୈତିକ ଶିଖରରେ ପହଞ୍ଚାଇବାକୁ ଚେଷ୍ଟା ରଖିଛନ୍ତି ସେ । ତେବେ ଏଥିପାଇଁ ସେ ନିଜ ଜେଜେମାଙ୍କ ନୀତି ଆପଣାଇଛନ୍ତି । ଇନ୍ଦିରାଙ୍କ ପଦଚିହ୍ନରେ ଯାଇ କଂଗ୍ରେସର ସ୍ଥିତିକୁ ସୁଧାରିବାକୁ ଚାହୁଁଛନ୍ତି । ସୋନଭଦ୍ର ହିଂସାକାଣ୍ଡରେ ତାଙ୍କ ହାବଭାବ ଦେଖି ଏଭଳି ମନେ ହେଉଛି ଯେପରି ସେ 1977 ମସିହାର କାହାଣୀ ଦୋହରାଇବାକୁ ଚାହୁଁଛନ୍ତି ।

1977 ମସିହାରେ କଂଗ୍ରେସ କ୍ଷମତାଶୂନ୍ୟ ଥିଲା । ସେହି ସମୟରେ ବିହାରର ବେଚଲି ଗ୍ରାମରେ 11 ଦଳିତଙ୍କୁ ନରସଂହାର କରାଯାଇଥିଲା । ଯାହା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ପୀଡିତଙ୍କୁ ଭେଟିବାକୁ ଯାଇଥିଲେ । ତେବେ ତାଙ୍କର ଏହି ଯାତ୍ରା କୌଣସି ଅଗ୍ନି ପରୀକ୍ଷାଠାରୁ କମ୍‌ ନଥିଲା । ସେହି ସମୟରେ ବିହାରରେ ବନ୍ୟା ହୋଇଥିଲା । ତଥାପି ସେ ପଛଘୁଞ୍ଚା ଦେଇନଥିଲେ । ଏହାକୁ ଖାତିର ନକରି ସେ ବାହାରି ପଡିଥିଲେ ପୀଡିତଙ୍କୁ ଭେଟିବା ପାଇଁ । ବନ୍ୟା ଯୋଗୁଁ ଯାତାୟତ ସମ୍ପୁର୍ଣ୍ଣ ଠପ୍‌ ହୋଇଯାଇଥିଲା । ଫଳରେ ସେ ପଦଯାତ୍ରା କରି ଯିବା ପାଇଁ ପ୍ରସ୍ତୁତ ହୋଇଗଲେ । ରାତି ତମାମ ପଦଯାତ୍ରା ପାଇଁ ପ୍ରସ୍ତୁତ ଥିଲେ ଇନ୍ଦିରା । ତେବେ ପ୍ରଥମେ ସେ ଜିପରେ ଯୋଗେ ଯାଇଥିଲେ । ତାହା କାଦୁଅରେ ଫସି ଯିବାରୁ ସେ ଟ୍ରାକ୍ଟର ସାହାରା ନେଇଥିଲେ । ତାହା ମଧ୍ୟ ଅଧିକ ସମୟ ପାଇଁ ତାଙ୍କୁ ସାହାଯ୍ୟ କରିପାରିନଥିଲା । ଏହାପରେ ସେ ହାତୀରେ ବସି ପୀଡିତଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ । ତେବେ ତାଙ୍କର ଏହି ପ୍ରୟାସ ଯୋଗୁଁ ସେ ପୁଣିଥରେ ଶାସନ କ୍ଷମତାରେ ଆସିଥିବା କୁହାଯାଉଛି ।

ତେବେ ଇନ୍ଦିରାଙ୍କ ଭଳି ପ୍ରିୟଙ୍କା ମଧ୍ୟ ସୋନଭଦ୍ର ପୀଡିତଙ୍କ ପାଇଁ ତାଙ୍କ ଭଲ ପାଇବା ଦେଖାଇଛନ୍ତି । ପୀଡିତଙ୍କ ପରିବାର ସହ ସାକ୍ଷାତ କରିବା ପାଇଁ ସେ ମନ ବଳାଇଥିଲେ । ତେବେ ତାଙ୍କ ଜେଜେମାଙ୍କ ଭଳି ଏହି ଯାତ୍ରା ତାଙ୍କ ପାଇଁ ମଧ୍ୟ ସହଜ ନଥିଲା । ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ବାରଣାସୀରୁ ମିର୍ଜାପୁର ପହଞ୍ଚିବା ମାତ୍ରେ ସେଠାରେ ଧାରା 144 ଲାଗୁ ହୋଇଥିବା କହି ପ୍ରଶାସନ ପ୍ରିୟଙ୍କାଙ୍କୁ ସୋନଭଦ୍ର ଯିବାରୁ ରୋକିଥିଲା । ପୀଡିତଙ୍କ ପରିବାର ସହ ମିଶିବା ଜିଦରେ 24 ଘଣ୍ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ଏହାପରେ ସେ ପୀଡିତଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିଥିଲେ । ତେବେ ତାଙ୍କର ଏହି ପ୍ରୟାସକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି।

ଚଳିତ ବର୍ଷ ହରିୟାଣା, ଦିଲ୍ଲୀ ସମେତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାକୁ ନେଇ ସମସ୍ତ ଦଳ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କ ଏଭଳି ପ୍ରୟାସ ଦଳର ଭବିଷ୍ୟତ ପାଇଁ ଆଶାର ଏକ କିରଣ ରୂପରେ ଦେଖାଯାଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.