ସ୍ଲଗ : ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହାଲଚାଲ...
ରିପୋର୍ଟର: ସମୀର ଆଚାର୍ଯ୍ୟ,
ଫମାର୍ଟ : ସ୍ୱତନ୍ତ୍ର ପ୍ୟାକେଜ,
ସ୍ଥାନ : ବ୍ରହ୍ମପୁର,
ତାରିଖ ୨୮-୦୩-୧୯. :-(ଭିଜୁଆଲ ftp ରେ ଯାଇଛି.)
(ଆଙ୍କର)-ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ । ରାଜ୍ୟ ରାଜନୀତିରେ ଅତ୍ୟନ୍ତ ସୁପରିଚିତ ଏହି ଆସନ୍ନ । ରାଜ୍ୟରେ ଗତ ୨୦୦୦ ମସିହାରୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଚଳିତଥର ର ସାଧାରଣ ନିର୍ବାଚନ ପାଇଁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ ।ହେଲେ ଏହି ନିର୍ବାଚନ ମଣ୍ଡଳିରେ କିଭଳି ରହିଛି ରାଜନୈତିକ ମାହୋଲ ସେ ନେଇ ଦେଖିବା ଇଟିଭି ଭାରତ ଏହି ସ୍ୱତନ୍ତ୍ର ରିପୋର୍ଟ । ...
ରିପୋର୍ଟର ପି.ଟୁ.ସି(ସମୀର କୁମାର ଆଚାର୍ଯ୍ୟ)
(ଭି.ଓ-୧)-୧୩୧-ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀ । ରାଜ୍ୟର ଏକ ପୁରାତନ ନିର୍ବାଚନ ମଣ୍ଡଳୀ । ପୂର୍ବରୁ କଂଗ୍ରେସ ଦଳର ଗଡ ଭାବରେ ପରିଚିତ ଥିବା ଏହି ବିଧାନସଭା ନିର୍ବାଚନମଣ୍ଡଳୀରୁ ଗତ ୨୦୦୦ ମସିହାରୁ ନିର୍ବାଚନ ଲଢି ବିଜୟ ହୋଇ ଆସୁଥିବା ଓଡିଶାର ଅତ୍ୟନ୍ତ ସୁପରିଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମୁଖିଆ ଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏହାର ରହିଛି ସ୍ୱତନ୍ତ୍ର ଗୁରୁତ୍ୱ । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌର ପରିଷଦ ସମେତ ହିଞ୍ଜିଳି ଏବଂ ଶେରଗଡ ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ୨୦୧୯ ର ଚୁଡାନ୍ତ ଭୋଟର ତାଲିକା ଦୃଷ୍ଟିରୁ ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ଙ୍କ ସଂଖ୍ୟା ହେଉଛି ୨ଲକ୍ଷ ୧୭ ହଜାର ୮୫୭ ।ଯେଉଁଥିରେ ଲକ୍ଷେ ଏକ ହଜାର ୯୫୩ ଜଣ ମହିଳା ଭୋଟର ରହିଥିବା ବେଳେ ପୁରୁଷ ଭୋଟର ଙ୍କ ସଂଖ୍ୟା ରହିଛି ଏକ ଲକ୍ଷ ୧୫ ହଜାର ୮୮୯ ଜଣ । ସେହିପରି ଚଳିତଥର ଏଠାରେ ୪୮୨୫ ଜଣ ନୂତନ ଭୋଟର ସ୍ଥାନ ପାଇଛନ୍ତି । ମୁଖ୍ୟତଃ ନିର୍ବାଚନମଣ୍ଡଳୀର ଇତିହାସ କୁ ଅନୁଧ୍ୟାନ କଲେ ସ୍ୱାଧିନତ ପରେ ପ୍ରଥମେ ୧୯୫୭ ମସିହାରେ ଏହି ହିଞ୍ଜିଳି ନିର୍ବାଚନମଣ୍ଡଳିର ବିଧାନସଭାର ପ୍ରାର୍ଥୀ ଭାବରେ ପ୍ରଥମେ ବୃନ୍ଦାବନ ନାୟକ କଗ୍ରେସ ଦଳରୁ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୯୬୧ ମସିହାରେ ମଧ୍ୟ ବୃନ୍ଦାବନ ନାୟକ ୨ୟ ଥର କଂଗ୍ରେସ ଦଳରୁ ବିଜୟୀ ହେବା ସହ ୧୯୬୭ ମସିହାରେ ହିଞ୍ଜିଳିରୁ ବିଧାନସଭାର ପ୍ରାର୍ଥୀ ଭାବେ ଉଦୟ ନାଥ ପାଳ ଜେ. କଂଗ୍ରେସ ଦଳ ଓ ବୃନ୍ଦାବନ ନାୟକ କଂଗ୍ରେସ ଦଳ ରୁ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ । ପରେ ୧୯୭୧ ମସିହା ଏବଂ ୧୯୭୪ ମସିହାରେ ହିଞ୍ଜିଳିରୁ ବୃନ୍ଦାବନ ନାୟକ ଉତ୍କଳ କଂଗ୍ରେସ ଦଳ ଏବଂ ୧୯୭୭ ମସିହାରେ ହିଞ୍ଜିଳିରୁ ଭାରତୀୟ ଜାତୀୟ କଗ୍ରେସ ଦଳରୁ ବୃନ୍ଦାବନ ନାୟକ ବିଜୟୀ ହୋଇ ଆସିଥିଲେ । ପରେ ୧୯୮୦ ମସିହାରେ ବୁନ୍ଦାବନ ନାୟକ ଜନତା ଦଳରୁ ୨୪,୮୨୧ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଧୀ ଭାବରେ ଉମାଶଙ୍କର ସାବତ ଭାରତୀୟ ଜାତୀୟ କଗ୍ରେସ ଦଳରୁ ପାଇଥିଲେ ୨୨,୩୨୨ ଟି ଭୋଟ । ପରେ ୧୯୮୫ ମସିହାର ନିର୍ବାଚନରେ ହିଞ୍ଜିଳି ବିଧାନସଭାର ଭାରତୀୟ ଜାତୀୟ କଗ୍ରେସ ରୁ ଉଦୟ ନାଥ ନାୟକ ୩୪,୭୫୫ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱିନ୍ଦୀ ପଦ୍ମ ଚରଣ ସାବତ ଜନତା ଦଳରୁ ପାଇଥିଲେ ୧୧,୦୫୬ ଭୋଟ । ସେହିପରି ୧୯୯୦ ମସିହାରେ ହିଞ୍ଜିଳି ନିର୍ବାଚନମଣ୍ଡଳିରୁ ଜନତା ଦଳ ପାର୍ଥୀ ହରିହର ସାହୁ ମୋଟ ୩୨,୮୮୧ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ଉଦୟ ନାଥ ନାୟକ, ଭାରତୀୟ ଜାତୀୟ କଗ୍ରେସ ଦଳରୁ ପାଇଥିଲେ ୨୭,୭୪୧ ଭୋଟ । ୧୯୯୫ ମସିହାରେ ସେହିପରି ପୁଣିଥରେ ଉଦୟ ନାଥ ନାୟକ ୪୭,୯୪୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଜନତା ଦଳ ରୁ ହରିହର ସାହୁ ପାଇଥିଲେ ୩୬,୩୭୪ ଭୋଟ ।
ସେହିପରି ୨୦୦୦ ମସିହାରୁ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ପାଇଁ ବିଜୁ ଜନତା ଦଳ (BJD)ରୁ ପ୍ରାର୍ଥୀ ହୋଇ ନବୀନ ପଟ୍ଟନାୟକ ମୋଟ ୫୬,୨୪୩ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଧ ଭାବରେ ଭାରତୀୟ ଜାତୀୟ କଗ୍ରେସରୁ ଉଦୟ ନାଥ ନାୟକ ପାଇଥିଲେ ମୋଟ ୨୯,୮୨୬ ଭୋଟ ।ପରେ ୨୦୦୪ ମସିହାରେ ହୋଇଥିବା ନିର୍ବାଚନରେ ହିଞ୍ଜିଳି ଆସନ୍ନରୁ ବିଜୁ ଜନତା ଦଳ ରୁ ନବୀନ ପଟ୍ଟନାୟକ ୬୨,୯୬୮ ଟି ଭୋଟ ପାଇଥିବା ବେଳେ କଗ୍ରେସ ଦଳରୁ ଉଦୟ ନାଥ ନାୟକ ପାଇଥିଲେ ମାତ୍ର ୨୦,୩୨୬ ଭୋଟ ।ପରେ ଆୟୋଜିତ ୨୦୦୯ ମସିହାର ନିର୍ବାଚନରେ ହିଞ୍ଜିଳି ବିଧାନସଭାରୁ ବିଜୁ ଜନତା ଦଳ (BJD) ନବୀନ ପଟ୍ଟନାୟକ ୭୨,୯୪୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଦେବାନନ୍ଦ ମହାପାତ୍ର ୭,୩୮୯ ଭୋଟ ପାଇଥିବା ବେଳେ କଂଗ୍ରେସ ଦଳରୁ ରାଘବ ପରିଡା ପାଇଥିଲେ ୧୧,୬୬୯ ଭୋଟ ।
ଗତ ୨୦୧୪ ର ଶେଷଥର ନିର୍ବାଚନରେ ହିଞ୍ଜିଳି ଆସନ୍ନରୁ ବିଜେଡି ରୁ ନବୀନ ପଟ୍ଟନାୟକ ବିଜୟୀ ହୋଇଥିବା ବେଳେ ବିଜେପି ରୁ ଦେବାନନ୍ଦ ମହାପାତ୍ର , କଂଗ୍ରେସ ରୁ ଶିବରାମ ପାତ୍ର ଙ୍କ ସହ ୮ ଜଣ ପ୍ରତିଦ୍ୱନ୍ଦୀ ନିର୍ବାଚନ ମଇଦାନ କୁ ଓଲ୍ଲାଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିଲେ । ଆଉ ଚଳିତଥର ର ନିର୍ବାଚନରେ ବିଜେଡି ଦଳରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଦଳରୁ ପିତାମ୍ୱର ଆଚାର୍ଯ୍ୟ ,କଂଗ୍ରେସ ଦଳରୁ ଶମ୍ଭୁ ପାଣିଗ୍ରାହୀ ଙ୍କ ସମେତ ବି.ଏସ୍.ପି ,ଆଇ.ଏନ୍.ସି ଭଳି ୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି ।
ନିର୍ବାଚନ ମଣ୍ଡଳୀର ଇତିହାସ ଅନୁଧ୍ୟାନ କରିବା ପରେ ପରଖିଥିଲୁ ରାଜ୍ୟ ମୁଖିଆ ଙ୍କ ନିର୍ବାଚନମଣ୍ଡଳୀ ର ବିକାଶ ମୂଳକ କାର୍ଯ୍ୟ ଉପରେ । ଗତ ୧୯ ବର୍ଷ ମଧ୍ୟରେ ଏଠାରେ ରହିଥିବା ହିଞ୍ଜିଳି ସହରର ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ସହରର ପାନୀୟ ଜଳ ଠାରୁ ଆରମ୍ଭ ଠାରୁ ରାସ୍ତାଘାଟ ଏବଂ ଶିକ୍ଷା ଠାରୁ ସ୍ୱାସ୍ଥ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଛି ଉନ୍ନତିକରଣ କାର୍ଯ୍ୟ । ସହରବାସୀ ଙ୍କ ଦୀର୍ଘର ଦାବୀ କୁହାଯାଉଥିବା ବସଷ୍ଟାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସହରର ମିନି ଷ୍ଟାଡିୟମ୍ ରେ ଗତ କିଛି ମାସ ଧରି ଚାଲିଛି ଅସ୍ଥାୟୀ ବସଷ୍ଟାଣ୍ଟ । ଏପରିକି ଗତ କିଛି ମାସ ତଳେ ହିଞ୍ଜିଳି ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ରାଜ୍ୟ ସରକାର ପୌର ପରିଷଦ ର ମାନ୍ୟତା ପ୍ରଦାନ କରିଥିବା ବେଳେ ସହରର ଆଲୌକିକରଣ ଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ କରାଯାଇଥିବା ବେଳେ ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳି ସହରରେ କେତେକ ସମସ୍ୟା ଏବେବି ରହିଥିବା ଜଣାପଡିଥିଲା । ଆଗକୁ ସାଧାରଣ ନିର୍ବାଚନ ରହିଥିବା ରୁ କଣ ରହିଛି ସେଠାକାର ଗ୍ରାମାଞ୍ଚଳର ସ୍ଥିତି ତାହାକୁ ଅନୁଧ୍ୟାନ କରିବାକୁ ଆମ ପ୍ରତିନିଧି ବାହାରିଥିଲେ ହିଞ୍ଜିଳି ବ୍ଲକ ଅଭିମୁଖେ । ହିଞ୍ଜିଳି ସହରରୁ ବୁରୁପଡା ପଞ୍ଚାୟତ ଅଭିମୁଖେ ବାହାରିବା ସମୟରେ ରାସ୍ତା କଡର କେତେକ ଝୁମ୍ପୁଡି ଘର ଦେଖି କିଛି ସମୟ ଧରି ଅଟକି ଯାଇଥିଲୁ । ସାଉଁଳେଇ ଛକ ନିକଟରେ ରହିଥିବା ଏହି ୧୭ ଟି ପରିବାର ବାଉଁଶ କାଟି ବିଭିନ୍ନ ସାମଗ୍ରୀ ତିଆରି କରି ନିଜର ପରିବାର ପରିପୋଷଣ କରୁଆସୁଥିବା ବେଳେ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ଅନେକଥର ଏହି ପରିବାର ବର୍ଗ ଘର ଟିଏ ପାଇବା ପାଇଁ ଗୁହାରି କରିଛନ୍ତି ହେଲେ କେହି ଶୁଣିନାହାନ୍ତି । ଗତ ୬୦ ବର୍ଷ ଧରି ରହି ଆସୁଥିବା ଏହି ପରିବାର ବର୍ଗ ଙ୍କ ଯାହା ଦୈନିକ ପରିଶ୍ରମ କରି ଯାହାଉପାର୍ଜନ କରିଥାନ୍ତି ସେଥିରି ପରିବାର ପରିପୋଷଣ କରିଥାନ୍ତି ।
ରିପୋର୍ଟର ମିଡ୍ ପି.ଟୁ.ସି(ସମୀର ଆଚାର୍ଯ୍ୟ )
ବାଇଟ୍-କାମରାଜୁ ଘଡେଇ(ବାଉଁଶ କାରିଗର-ହିଞ୍ଜିଳି)
ବାଇଟ୍-ଦିଲ୍ଲୀପ ଘଡେଇ(ବାଉଁଶ କାରିଗର-ହିଞ୍ଜିଳି)
(ଭି.ଓ-୨)-ବାଉଁଶ କାରିଗର ଙ୍କ ସମସ୍ୟାକୁ ବୁଝିବା ପରେ ବାହାରିଥିଲୁ ବୁରୁପଡା ପଞ୍ଚାୟତ ଅଭିମୁଖେ ।ହିଞ୍ଜିଳିକାଟୁ ର ଏହି ପଞ୍ଚାୟତ ପନିପରିବା ଚାଷ କୁ ନେଇ ବେଶ ପରିଚିତ । ବର୍ଷ ତମାମ ଏହି ଅଞ୍ଚଳରୁ ହିଞ୍ଜିଳିକାଟୁ ସମେତ ବିଭିନ୍ନ ବଜାରକୁ ପନିପରିବା ପଠାଯାଇଥାଏ । କଞ୍ଚାଲଙ୍କା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚାଷ ହେଉଥିବା ବେଳେ ଏଠାରେ ଚାଷ ପାଇଁ ଜଳଯୋଗାଣ ବ୍ୟବସ୍ଥା ହୋଇଥିବା ଯୋଗୁଁ ଚାଷୀ ଅନେକ ଉପକୃତ ହେଉଥିବା ବେଳେ ଶୀତଳଭଣ୍ଡାର ଟିଏ କାର୍ଯ୍ୟକାରୀ ହେଲେ ଅନେକ ସୁବିଧା ହୋଇପାଇପାରିବ ବୋଲି କହିଛନ୍ତି ସ୍ଥାନୀୟ ଚାଷୀ ।
ବାଇଟ୍-ଅରୁଣ ସାମଲ(ଚାଷୀ-ବୁରୁପଡା )
(ଭି.ଓ-୨)ସ୍ଥାନୀୟ ଅଞ୍ଚଳର ଚାଷ କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ପହଞ୍ଚିଥିଲୁ ବିରୁପଡା ଗ୍ରାମରେ । ପଚାରି ବୁଝିଥିଲୁ ରାଜନୈତିକ ମାହଲୋ ସଂପର୍କରେ । ବିଗତ ୧୯ ବର୍ଷରେ ପଞ୍ଚାୟତର ଅନେକ କିଛି ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ହେଲେ ଚଳିତଥର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସହ ବିଜେପୁର ରୁ ପ୍ରାର୍ଥୀ ହୋଇଥିବାରୁ ଗ୍ରାମବାସୀ ଦୁଃଖିତ ରହିଥିବା କହିଥିଲେ । ଗ୍ରାମରେ ଅନେକ ଛାତ୍ରୀ ପାଠ ପଢିବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ମହିଳା ମହାବିଦ୍ୟାଳୟ ଖୋଲିବାକୁ ଦାବୀ ରହିଛି । ସେପଟେ ପଞ୍ଚାୟତରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ । ନିର୍ମାଣ ହୋଇଥିବା ଟ୍ୟାଙ୍କର ରେ ପାଣି ଲିକ୍ ରହୁଥିବା ଯୋଗୁଁ ଜଳଯୋଗାଣ ସଠିକ ଭାବେ ହୋଇପରୁନଥିବା ବେଳେ ବହୁ ଦିନର ଦାବୀ ପରେ ପୋଖରୀ ପୁନଃରୁଦ୍ଦାର କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ।
ବାଇଟ୍-ପ୍ରମୋଦ କୁମାର ପ୍ରଧାନ(ବୁରୁପଡା ବାସିନ୍ଦା)
ବାଇଟ୍-ଜିତେନ୍ଦ୍ର ସେଠୀ(ବୁରୁପଡା ବାସିନ୍ଦା)
ବାଇଟ୍-ପ୍ରଫୁଲ କୁମାର ବାଡତ୍ୟା(ବୁରୁପଡା ବାସିନ୍ଦା )
(ଭି.ଓ-୪)-ହିଞ୍ଜିଳି ବ୍ଲକର ଗୋଟିଏ ପଞ୍ଚାୟତର ସ୍ଥିତି କୁ ଅନୁଧ୍ୟାନ କରିବା ପରେ ଭାତହାଣ୍ଡିରୁ ଗୋଟିଏ ଭାତକୁ ଦେଖିବା ଭଳି ବିକାଶର ଚିତ୍ର ସ୍ପଷ୍ଟ ବାରି ହୋଇଥିବା ବେଳେ ଏବେବି କେତେକ ସମସ୍ୟା ସହ ସାଧାରଣ ଜନତା ଙ୍କ ଦାବୀ ରହିଥିବା ଜାଣିବାକୁ ମିଳିଥିଲା । ସେପଟେ ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏହାକୁ ନେଇ ବେଶ ଗର୍ବ ଅନୁଭବ କରୁଛନ୍ତି ଅଞ୍ଚଳବାସିନ୍ଦା । ସେପଟେ ନିର୍ବାଚନ ସମୟରେ ବହୁ ଦଳର ପ୍ରାର୍ଥୀ ରାଜନୈତିକ ମଇଦାନ କୁ ଓଲ୍ଲାଇଥିବାରୁ ଚଳିତଥର କିଭଳି ପ୍ରାର୍ଥୀ ଚୟନ ହେବ ସେ ନେଇ କେତେକ ସାଧାରଣ ଭୋଟର ଙ୍କ ପ୍ରତିକ୍ରିୟା ରହିଥିଲା ଭିନ୍ନ ଧରଣର ।
ବାଇଟ୍-ହିଞ୍ଜିଳି ବାସିନ୍ଦା
ବାଇଟ୍-ରଞ୍ଜନ କୁମାର ସାହୁ(ହିଞ୍ଜିଳି ବାସିନ୍ଦା)
ବାଇଟ୍-ପ୍ରଭୁଦତ୍ତ ପାତ୍ର(ବିଦ୍ୟାର୍ଥୀ)
(ଫା.ଭି.ଓ)-ଗୋଟିଏ ପଟେ ବିକାଶର ନାରା ଦେଇ ଗତ ୧୯ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ଆସୁଥିବା ମୁଖ୍ୟମନ୍ତ୍ରୀ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମାନେ ରାଜନୈତିକ ମଇଦାନ କୁ ଓଲ୍ଲାଇଥିବା ବେଳେ ଏଠାରେ ଦ୍ୱିତୀୟ ପର୍ଯ୍ୟାୟରୋ ହେବାକୁ ଯାଉଛି ମତଦାନ । ହେଲେ ନିର୍ବାଚନରେ ନବୀନ ଙ୍କ ଗଡରେ ବିରୋଧି ମାନେ ଭୋଟର ଙ୍କ ର କେତେ ଆସ୍ଥା ଭାଜନ ହୋଇପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ....