ETV Bharat / bharat

ମହଙ୍ଗା ପଡିଲା ପବଜୀ ଖେଳକୁ ନାଁ, ବାପା ବେକ କାଟିଲା ପୁଅ

author img

By

Published : Oct 19, 2020, 11:36 AM IST

ଉତ୍ତରପ୍ରଦେଶର ମେରଟ ଜିଲ୍ଲାରେ ଅଭାବନୀୟ ଘଟଣା । ପବଜୀ ଖେଳିବାକୁ ମନା କରିବାରୁ ବାପାର ବେକ କାଟିଲା ପୁଅ । ନିଜକୁ କଲା କ୍ଷତବିକ୍ଷକ୍ତ । ହସ୍ପିଟାଲରେ ଭର୍ତ୍ତି ।

ବାପା ବେକ କାଟିଲା ପୁଅ
ବାପା ବେକ କାଟିଲା ପୁଅ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଟ ଜିଲ୍ଲାରେ ପୁଅକୁ ପବଜୀ ଖେଳିବାକୁ ମନା କରିବା ବାପା ପାଇଁ ମହଙ୍ଗା ପଡିଛି । ପବଜୀ ଖେଳିବାକୁ ମନା କରିବାରୁ ନିଜ ବାପା ବେକକୁ ଛୁରୀରେ କାଟି ଦେଇଛି ପୁଅ ।

ବାପା ବେକକୁ କାଟିବା ପରେ ପୁଅ ନିଜକୁ ନିଜେ ମଧ୍ୟ ଛୁରୀରେ ଆଘାତ କରିଛି । ଫଳରେ ଗୁରୁତର ଅବସ୍ଥାରେ ବାପା ଓ ପୁଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି ଗୁରୁବାର ଘଟିଥିବାବେଳେ ଥାନାରେ ମାମଲା ରୁଜୁ ହୋଇନାହିଁ । ତେବେ ଉଭୟ ବାପା ପୁଅ ଜାମନଗରର ହୋଇଥିବାବେଳେ ବାପାଙ୍କ ନାମ ଇର୍ଫାନ ଓ ପୁଅ ନାମ ଅମୀର ବୋଲି ଜଣାପଡିଛି ।

ଅମୀର ଅଧିକ ସମୟ ଖେଳୁଥିବାରୁ ଇର୍ଫାନ ତାକୁ ତାଗିଦ କରିଥିଲେ । ହେଲେ ଏଥିରେ ରାଗି ଯାଇ ଅମୀର ତା ବାପାକୁ ଛୁରୀରେ ଆକ୍ରମଣ କରିଥିଲା । ତାଙ୍କ ବେକକୁ କାଟି ଦେଇଥିଲା । ପରେ ନିଜେ ମଧ୍ୟ ନିଜକୁ ଛୁରୀରେ ଖଣ୍ଡିଆ ଖାବରା କରିଦେଇଥିଲା ।

ତେବେ ଘଟଣାକୁ ନେଇ ସର୍କଲ ଅଫିସର ଦେବେଶ ସିଂ ସୂଚନା ଦେଇଛନ୍ତି ଯେ,‘ପୁଅକୁ ପବଜୀ ଖେଳିବାକୁ ମନା କରିବାରୁ ପୁଅ ଏପରି କାଣ୍ଡ ଘଟାଇଛି । ପୁଅ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ରହିଛି ।’

ସେହିପରି ଅମୀର ଡ୍ରଗ୍‌ ନିଏ ଯେଉଁଥିପାଇଁ ତାର ଚିକିତ୍ସା ଚାଲୁଥିବାର ପରିବାର ଲୋକ କହିଥିବା ଇନିସପେକ୍ଟର ଅରବିନ୍ଦ ମୋହନ ଶର୍ମା କହିଛନ୍ତି । ସୂଚନାଥାଉକି, ଭାରତରେ ପବଜୀ ଖେଳକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.