ଭୋପାଳ: କଥାରେ ଅଛି ମା ମାଡ କୁଆପାଡ । କିନ୍ତୁ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଏମିତି ଏକ ଅଘଟଣ ଘଟିଛି ଯେଉଁଠି ମା'ର ଗାଳିରେ କ୍ରୋଧାନ୍ବିତ ହୋଇ ମା'କୁ ପିଟିପିଟି ମାରିଦେଲା ପୁଅ ।
ଏସପି ଶିବଦୟାଲ ସିଂହ କହିଛନ୍ତି, 32 ବର୍ଷିୟ ଯୁବକ ସନ୍ତୋଷ ପାଟିଲ ନିଜ ମା ବିମଲା ବାଇ (50) କୁ ଏକ କାଠ ଫାଳିଆରେ ପିଟି ପିଟି ହତ୍ୟା କରିବା ପରେ ଏକ ବାକ୍ସରେ ମୃତ ଦେହକୁ ରଖିଥିଲା । ଏହାପରେ ମୃତଦେହକୁ ବାକ୍ସରେ ନେଇ ଏକ ନାଳରେ ଫିଙ୍ଗି ଦେଇଥିଲା ।
ହତ୍ୟାକରି ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରୁଥିଲା କିନ୍ତୁ ଏକ ସିସିଟିଭିର ଯାଞ୍ଚ ପରେ ଧରାପଡିଛି ଅଭିଯୁକ୍ତ ସନ୍ତୋଷ ପାଟିଲ । ଏକ ଟିଭି ଧାରାବାହିକ ଦ୍ବାରା ପ୍ରେରିତ ହତ୍ୟାକାଣ୍ଡ ଷଡଯନ୍ତ୍ରର ସ୍ବରୂପ ଦେଇଥିବା ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛି ।
@IANS