ETV Bharat / bharat

ଅଟୋ ଚାଳକଙ୍କ ପୁଅ ହେଲେ ଚାଟାର୍ଡ ଆକାଉଣ୍ଟଟାଣ୍ଟ

ଇଚ୍ଛା ଆଉ ଉଦ୍ୟମ ଆଗରେ ହାର ମାନିଲା ଆର୍ଥିକ ଅଭାବ । ଅଟୋ ଚାଳକଙ୍କ ପୁଅ ହେଲେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ।

author img

By

Published : Aug 29, 2019, 3:48 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଜୟପୁର: କଥାରେ ଅଛି ଯଦି ମନୋବଳ ଆଉ ଇଚ୍ଛାଶକ୍ତି ସ୍ଥିର ତେବେ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚିବ । ଏଭଳି କରି ଦେଖାଇଛନ୍ତି ରାଜସ୍ଥାନ ଯୋଧପୁର ସହରରେ ଜଣେ ଅଟୋ ଚାଳକଙ୍କ ପୁଅ । ଆଉ ନିଜ ଉଦ୍ୟମ ଓ ପ୍ରଚେଷ୍ଟା ବଳରେ ସେ ହୋଇପାରିଛନ୍ତି ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ । ସୂଚନାମୁତାବକ, ଯୋଧପୁରରେ ଏକ ଲୋଡିଙ୍ଗ ଅଟୋ ଚଲାଇ ଇନ୍ଦ୍ରଜିତ ସାହାନୀ ତାଙ୍କ ପରିବାର ପୋଷନ୍ତି । ସାହାନୀଙ୍କର ସ୍ବପ୍ନ ଥିଲା ତାଙ୍କ ପୁଅ ପାଠ ପଢି ଦୁଇ ପଇସା ରୋଜଗାର କରୁ । ଯାହାଦ୍ବାରା ତାଙ୍କ ଭବିଷ୍ୟତ ଉଜ୍ବଳ ହେଉ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

କାରଣ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲାଯେ, ସେ ତାଙ୍କ ପୁଅକୁ ଡାକ୍ତର କିମ୍ବା ଇଞ୍ଜିନିୟର କରାଇପାରିବେ । କିନ୍ତୁ ତାଙ୍କ ପୁ୍‌ଅ ନିଲେସ ପାଠପଢାରେ ଭଲ ମାର୍କ ଆଣୁଥିବାରୁ ସେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ହେବାକୁ ଇଚ୍ଛା ରଖିଥିଲେ । ସେ ଯୁକ୍ତ 2 ପାସ କରିବା ପରେ 'ସିଏ' ଏଣ୍ଟ୍ରାସ ପାଇଁ ସିପିଟି ପରୀକ୍ଷା ଦେଇଥିଲେ । ଯୋଧପୁରରେ ସେ 4ର୍ଥ ରାଙ୍କରେ ରହିଥିଲେ । ଏହାପରେ ତାଙ୍କ ପରିବାରର ଚିନ୍ତା ବଢିଯାଇଥିଲା । କାରଣ 'ସିଏ' ପଢିବା ପାଇଁ ହେଲେ ଏଥିପାଇଁ କୋଚିଙ୍ଗ କ୍ଲାସ ନେବାକୁ ପଡିବ । ଯେଉଁଥିପାଇଁ ଅଧିକ ଅର୍ଥ ଦରକାର ।

ନିଲେସଙ୍କର ପରିଶ୍ରମ ଆଉ ଆଗ୍ରହ ଦେଖି କୋଚିଙ୍ଗ କ୍ଲାସ ସାର ସମସ୍ତ ଫି' ଛାଡ କରିଦେଇଥିଲେ । ଆଉ ନିଲେସ ତାଙ୍କ ଉଦ୍ୟମ ଆଉ ମନୋବଳ ଯୋଗୁଁ ବାପାଙ୍କ ସ୍ବପ୍ନ ପୂରଣ କରି ଆଜି ଚାଟାର୍ଡ ଆକାଉଣ୍ଟଟାଣ୍ଟ ହୋଇପାରିଛନ୍ତି । ନିଲେସଙ୍କ ବାପା ଇନ୍ଦ୍ରଜିତ କୁହନ୍ତି, ସେ ଯେତବେଳେ ତାଙ୍କ ପୁଅର ପାଠ ପଢା ପିଛା ଟଙ୍କା ଖର୍ଚ୍ଚ କରନ୍ତି ସେତବେଳେ ଆଖପାଖ ଲୋକ କହୁଥିଲେ ପୁଅକୁ ଅଟୋ ଚଲାଇବା ସିଖାଇଦିଅ ସେ ରୋଜଗାର କରି ପେଟ ପୋଷିବ ତା ପଛରେ ଏତେ ଟଙ୍କା କ'ଣ ପାଇଁ ନଷ୍ଟ କରୁଛ । କିନ୍ତୁ ଇନ୍ଦ୍ରଜିତ ନିଜ ଜିଦରେ ଅଟଳ ଥିଲେ ସେ ତାଙ୍କ ପୁଅକୁ ଆଗକୁ ବଢିବାରେ ସାହାଯ୍ୟ କରିଥିଲେ । ଯାହାଦ୍ବାରା ଆଜି ନିଲେସଙ୍କ ଉଦ୍ୟମ ସଫଳ ହୋଇଛି ।

ନିଜ ସଫଳତା ବିଷୟରେ ନିଲେସ କହିଛନ୍ତିଯେ, ମ୍ୟାଟ୍ରିକ ପାସ କରିବା ପରେ କଲେଜ ପଢିବା ପାଇଁ ପ୍ରତିଦିନ 10 କିମି ଯିବାକୁ ପଢୁଥିଲା । ପ୍ରତିଦିନ ସିଟି ବସ ଭଡା ଦେବାପାଇଁ ଟଙ୍କା ନଥିଲା ଯେଉଁଥିପାଇଁ ସେ ସାଇକେଲରେ ଯାଉଥିଲେ । କାହିଁକି ନା ତାଙ୍କୁ ଜଣାଥିଲା ଯେ, ତାଙ୍କ ବାପା ପ୍ରତିଦିନ ତିନି ଶହରୁ ଚାରି ଶହ ଟଙ୍କା ରୋଜଗାର କରୁଛନ୍ତି । ସେ ତାଙ୍କ ବାପା ମାଆଙ୍କ ସହ ଏକ ଭଡା ଘରେ ରିହନ୍ତି । ତାଙ୍କର କହିବାନୂଯାୟୀ, ତାଙ୍କର ଏହି ସଫଳତାକୁ ସେଇ ମାନଙ୍କ କଟାକ୍ଷର ଜବାବ ଯେଉଁମାନେ କହୁଥିଲେ ପାଠ ନପଢି ଟ୍ୟାକ୍ସି ଚଲେଇବାକୁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.