ଜୟପୁର: ଠେଲାଗାଡିରେ ନିଜ ପିତାକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଲେ ପୁତ୍ର । ଏଭଳି ଅଭାବନୀୟ ଘଟଣା ରାଜସ୍ଥାନ ଜାଲୋରରୁ ଆସିଛି । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଥିବା ଉଦାସୀନତାକୁ ପଦାରେ ପକାଇଛି ।
ରାଜସ୍ଥାନ ଜାଲୋରରୁ ଏକ ପୁତ୍ର ନିଜ ପିତାକୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ନମିଳିବାରୁ ଠେଲା ଗାଡି ସାହାଯ୍ୟରେ ନେଇଛନ୍ତି । ଠେଲା ଗାଡିରେ ପିତାକୁ ବସାଇ ଠେଲି ଠେଲି ନେଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ସତର୍କ ହୋଇଯାଇଛନ୍ତି । ସୂଚନାଥାଉକି ମାନାରାମ ନାମକ ବ୍ୟକ୍ତିଙ୍କୁ ପେଟ ବ୍ୟଥା ହେବା ଯୋଗୁଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଫୋନ ଲାଗିନଥିଲା । ଏହାପରେ ତାଙ୍କସ୍ବାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଲା । ପ୍ରଥମେ କାନ୍ଧରେ ନେଇଥିଲେ ଏହାପରେ ବାଧ୍ୟ ହୋଇ ସେ ଠେଲା ଗାଡି ସାହାଯ୍ୟରେ ମେଡିକାଲକୁ ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ