ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ହିଂସାତ୍ମକ ପ୍ରଦର୍ଶନ ନିଆଁରେ ଦିନ ତମାମ ଜଳିଛି ଉତ୍ତର ପ୍ରଦେଶ । ଉତ୍ତର ପ୍ରଦଦେଶରେ ଏହି ଆଇନ ବିରୁଦ୍ଧରେ ଚାଲିଥିବା ପ୍ରଦର୍ଶନ ହିଂସା ରୂପ ନେଇଥିଲା । କେଉଁଠି ଗାଡି ଜଳିଛି ତ ଆଉ ତ କେଉଁଠି ପୋଲିସ ଉପରକୁ ପ୍ରଦର୍ଶନକାରୀ ପଥର ଫିଙ୍ଗିଛନ୍ତି । ପ୍ରଦର୍ଶନକାରୀଙ୍କୁ କାବୁକୁ ଆଣିବାକୁ ପୋଲିସ ଗୁଳି ମଧ୍ୟ ଚଳାଇଥିଲା । ପୋଲିସ ଗୁଳିରେ ଉତ୍ତରପ୍ରଦେଶର 5 ଜଣଙ୍କର ମୃତ୍ୟ ହୋଇଥିବା ବେଳେ କିଛି ଆହତ ଅଛନ୍ତି ।
ଏହି ସଂସାକୁ ନେଇ ବଡ ବୟାନ ଦେଇଛନ୍ତି ମିରଟ ଏସଏସପି । ହିଂସାକୁ ଉସକାଇବା ପାଇଁ ଦିଲ୍ଲୀରୁ କିଛି ପ୍ରଦର୍ଶନକାରୀ ଆସିଥିବା ସେ କହିଛନ୍ତି । ମିରଟର ପୋଲିସ କାର୍ଯ୍ୟାନୁଷ୍ଠନରେ ମୃତ୍ୟୁ ହୋଇଥିବା ଆସିଫ ଦିଲ୍ଲୀର ବୋଲି ଜଣାପଡିଛି ।
ଅନ୍ୟପକ୍ଷେ ଦିଲ୍ଲୀର ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଏହି ହିଂସା ଘଟଣାରେ ଚିହ୍ନଟ କରାଯାଇଛି । ଦିଲ୍ଲୀର ଏହି ଯୁବକମାନେ ପୂର୍ବ ନିର୍ଦ୍ଧାରିତ ଯୋଜନାକ୍ରମେ ହିଂସାକୁ ଉସକାଇବା ପାଇଁ ଆସିଥିଲେ ବୋଲି ଏସଏସପି ସୂଚନା ଦେଇଛନ୍ତି ।