ETV Bharat / bharat

କୋରୋନା ଆକ୍ରାନ୍ତଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଢେଲା ମାଡ - covid-19

କୋରୋନା କୋପରେ ସମସ୍ତେ ଆଉଟୁପାଉଟୁ ହେଉଛନ୍ତି । ଏତିକି ବେଳେ ନିଜ ଜୀବନକୁ ବିପଦରେ ଠେଲି ଲୋକଙ୍କ ସେବା କରୁଛନ୍ତି ମେଡିକାଲ ଷ୍ଟାଫ ଓ ପୋଲିସ । କିନ୍ତୁ କିଛି ଅସାମାଜିକ ବ୍ୟକ୍ତି ସେମାନଙ୍କୁ ଦୂ୍ର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି । କୋରୋନା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ପଥର ଫୋପାଡିବାକୁ ପଛାଉ ନାହାନ୍ତି । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଢେଲା ମାଡ

author img

By

Published : Apr 15, 2020, 3:39 PM IST

ଲକ୍ଷ୍ନୌ: ମହମାରୀ ଯୁଦ୍ଧରେ ଦିନ ରାତି ଏକ କରିଛନ୍ତି ମେଡିକାଲ ଷ୍ଟାଫ୍‌ । ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କର ସେବା କରିବାରେ ଅନବରତ ଲାଗିପଡିଛନ୍ତି । ଏତିକି ବେଳେ କେଉଁଠି ମେଡିକାଲ ଷ୍ଠାଫ୍‌ଙ୍କୁ କିଏ ଛେପ ପକାଉଛି ତ କିଏ ଦୂର୍ବ୍ୟବହାର କରୁଥିବା ଘଟଣା ସାମନାକୁ ଆସୁଛି । ପୁଣି ଏମିତି ଘଟଣା ସାମନାକୁ ଆସିଛି ଯେଉଁଠି କିଛି ବ୍ୟକ୍ତି ଆମ୍ବୁଲାନ୍ସକୁ ପଥର ଫୋପାଡିଥିବାର ଦେଖିବାକୁ ମିଳିଛି ।

ଏହି ଘଟଣା ହେଉଛି ଉତ୍ତରପ୍ରଦେଶର ମୋରଦାବାଦର । କୋରୋନା ଆକ୍ରାନ୍ତଙ୍କୁ ନେଇ ଏକ ଆମ୍ବୁଲାନ୍ସ ଯାଉଥିବା ବେଳେ କିଛି ଆସାମାଜିକ ବ୍ୟକ୍ତି ସେମାନଙ୍କ ଉପରକୁ ଢେଲା ପଥର ମାଡ କରିଥିଲେ । ଫଳରେ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ସମେତ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏଠାରେ ସୂଚନା ଥାଉ ଯେ, ଉତ୍ତରପ୍ରଦେଶରେ ଏବେ ସୁଦ୍ଧା 660 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପ୍ରାୟ 8 ଜଣଙ୍କର ମୃତ୍ୟୁ ଘଟିଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.