ETV Bharat / bharat

ସକାଳର 5ଟି ଅଭ୍ୟାସ ଯାହା ଓଜନ ବୃଦ୍ଧିର କାରଣ - some morning habits

ମେଦବହୁଳତାର ଶିକାର ହୋଇଛନ୍ତି ସେମାନେ ଓଜନ ହ୍ରାସ କରିବାର ବିଭିନ୍ନ ଉପାୟ ଖୋଜୁଛନ୍ତି । ଜିମ୍ ଯିବା, ଘରେ ବ୍ୟାୟାମ କରିବା, ଡାଏଟ୍ ଫଲୋ କରିବା, ୱାର୍କଆଉଟ୍ ଏସବୁ କରି ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ଅଧିକ ପଢନ୍ତୁ...

ସକାଳର 5ଟି ଅଭ୍ୟାସ ଯାହା ଓଜନ ବୃଦ୍ଧିର କାରଣ
ସକାଳର 5ଟି ଅଭ୍ୟାସ ଯାହା ଓଜନ ବୃଦ୍ଧିର କାରଣ
author img

By

Published : May 12, 2020, 7:35 PM IST

ହାଇଦ୍ରାବାଦ: ଆଜିର ଯୁବପିଢିଙ୍କ ମଧ୍ୟରେ ଓଜନ ହ୍ରାସକୁ ନେଇ ଖୁବ୍ ଟେନସନ ରହିଛି । ବିଶେଷ କରି ଯେଉଁମାନେ ମେଦବହୁଳତାର ଶିକାର ହୋଇଛନ୍ତି ସେମାନେ ଓଜନ ହ୍ରାସ କରିବାର ବିଭିନ୍ନ ଉପାୟ ଖୋଜୁଛନ୍ତି । ଜିମ୍ ଯିବା, ଘରେ ବ୍ୟାୟାମ କରିବା, ଡାଏଟ୍ ଫଲୋ କରିବା, ୱାର୍କଆଉଟ୍ ଏସବୁ କରି ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି ।

ତେବେ ଏସବୁ କରିବା ସତ୍ତ୍ବେ ମଧ୍ୟ କିଛି ଲୋକଙ୍କ ଓଜନ ହ୍ରାସ ଘଟୁନାହିଁ । ସେମାନେ ଯେପରି ଚାହୁଁଛନ୍ତି ସେହି ଅନୁସାରେ ପତଳା ହେଉନାହାନ୍ତି । ଆଜିର ଯୁଗରେ ଆମ ଲାଇଫଷ୍ଟାଇଲ ଏଥିପାଇଁ ଦାୟୀ । ଯେତେ ଚେଷ୍ଟା କଲେ ମଧ୍ୟ ଆମ ଜୀବନଶୈଳୀ ଆମକୁ ଅନେକ ସମସ୍ୟାରେ ପକାଇଥାଏ । ଓଜନ ବଢିଚାଲିଲେ ଅନେକ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଛି । ଆଜି ଆମେ ଆପଣଙ୍କୁ ବତାଇବୁ ସକାଳର 5ଟି ଅଭ୍ୟାସ ଯାହାକୁ ଆପଣ ବଦଭ୍ୟାସ ବି କହିପାରନ୍ତି । କାରଣ ଏସବୁ ଆମ ଓଜନ ବୃଦ୍ଧିର କାରଣ ବନିଥାଏ ।

ଡେରିରେ ଉଠିବା ଅବା ଅତ୍ୟଧିକ ଶୋଇବା

ଗ୍ଲାସଗୋ ୟୁନିଭର୍ସିଟି ଅନୁସାରେ ଅତ୍ୟଧିକ ଶୋଇବା ଅବା ବିଳମ୍ବରେ ଉଠିବା ଓଜନ ବୃଦ୍ଧିର ଏକ ମୁଖ୍ୟ କାରଣ । ବିଶେଷ କରି ଯେଉଁମାନେ ଅଳସୁଆମିର ଶିକାର ସେମାନେ ଅଧିକ ମୋଟା ହୋଇଥାନ୍ତି । ଆଉ ଅଳସୁଆମିର ଶିକାର ସେମାନେ ହୁଅନ୍ତି ଯେଉଁମାନେ 9 ଘଣ୍ଟାରୁ ଅଧିକ କିମ୍ବା 7 ଘଣ୍ଟାରୁ କମ ଶୁଅନ୍ତି । ଏହାସହ ଦିନବେଳା ଶୋଉଥିବା ଲୋକ ମଧ୍ୟ ମେଦବହୁଳତାର ସାମନା କରିପାରନ୍ତି । ସବୁବେଳେ ଅଲଗା ଅଲଗା ସିଫ୍ଟ କରୁଥିବା ଲୋକଙ୍କୁ ମଧ୍ୟ ଏହି ଡର ରହିଛି ।

ବ୍ରେକଫାଷ୍ଟ ନଖାଇବା

ଯଦି ଆପଣଙ୍କର ବ୍ରେକଫାଷ୍ଟ ନଖାଇବାର ଅଭ୍ୟାସ ଅଛି ତେବେ ଏହାକୁ ବଦଳାଇ ଦିଅନ୍ତୁ । ନହେଲେ ଆପଣ ଅନେକ ସମସ୍ୟାରେ ପଡିବେ । ଏହା ଆପଣଙ୍କ ମେଟାବୋଲିଜିମ ଉପରେ ପ୍ରଭାବ ପକାଇବା ସହ ଓଜନ ବୃଦ୍ଧି ଘଟିବାର ସାହାଯ୍ୟ କରେ । ଏପରି ସମୟରେ ନଖାଇବା ଦ୍ବାରା ଆପଣଙ୍କୁ ଅଳସୁଆ ଲାଗିଥାଏ । ଏହାସହ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ । ଆପଣଙ୍କୁ କିଛି କରିବାକୁ ଇଚ୍ଛା ହୁଏନି । ଫଳରେ ଆପଣ ଜଙ୍କ ଫୁଡ୍ ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି ।

ଏହା ଆପଣଙ୍କୁ ଡାଇବେଟିସ 2, ହାଇପରଟେନସନ, କାର୍ଡିଓଭସ୍କୁଲାର ରୋଗ ଆଣିଦେଇଥାଏ । ଇସ୍ରାଏଲର ତେଲ ଅଭିଭ ଓ ହେବ୍ରିୟୁ ବିଶ୍ବବିଦ୍ୟାଳୟର ରିସର୍ଚ୍ଚ ଅନୁସାରେ ଶରୀରେ ଭିତରେ ସମ୍ପୂର୍ଣ୍ଣ କାର୍ଯ୍ୟକଳାପ ଏହି ବ୍ରେକଫାଷ୍ଟ ଉପରେ ନିର୍ଭର କରେ । ସକାଳୁ ଏହା ନଖାଇଲେ ଦିନସାରା ସମସ୍ୟା ଦେଖାଦିଏ ଯାଏ ଆମ ଶରୀରରେ ମେଟାବୋଲିଜିମ କମ କରେ । ଫଳରେ ଆମ ଓଜନ ବଢିଥାଏ ।

ଯୋଗ ନକରିବା

ଗଭୀର ଯୋଗ ଓ ଧ୍ୟାନ ଶରୀରରେ ଷ୍ଟ୍ରେସ ହରମୋନ କୋର୍ଟିସୋଲକୁ ହ୍ରାସ କରିଥାଏ । ଏହାର ପରିମାଣ ଅଧିକ ହେଲେ ଶରୀର ମେଦବହୁଳତାର ଶିକାର ହୋଇଥାଏ । ସକାଳୁ ଉଠି କୌଣସି ପ୍ରକାର ସୋସିଆଲ ମିଡିଆ ଆକ୍ଟିଭ ନହୋଇ ଯୋଗ କରିବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ । ଯୋଗ ଦେହ ଭିତର ଓ ବାହାରରୁ ଅନେକ ଅପରିଷ୍କାର ପଦାର୍ଥ ବାହାର କରିଦିଏ । ତେବେ ଯୋଗ ନକରିବା ଆମ ପାଇଁ ଅନେକ ସମସ୍ୟା ଆଣିଥାଏ ।

ଶରୀରକୁ ଷ୍ଟ୍ରେଚ ନକରିବା

ଶରୀରର ବିଭିନ୍ନ ପୀଡା ଓ ଯନ୍ତ୍ରଣାକୁ ଛଡାଇବା ପାଇଁ ଆମେ ଷ୍ଟ୍ରେଚିଂ କରିଥାଉ । ଏହା ଓଜନ ହ୍ରାସ ପାଇଁ ବି ଉପକାରୀ । ଅତ୍ୟଧିକ ମୋଟାପାର ଶିକାର ହୋଇଥିବା ଲୋକ ଏହା କରିପାରିଲେ ଶରୀରର ଓଜନ କମ ହୋଇଥାଏ । ଷ୍ଟ୍ରେଚିଂ ନକରିବା ଦ୍ବାରା ଦେହରେ ମେଟାବୋଲିଜିମ ବଢିଥାଏ, ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନଥାଏ । ଫଳରେ ଏହା ଶରୀର ଭିତରେ ଜମି ରହି ଓଜନ ବଢାଇଥାଏ ।

ପାଣି ନପିଇବା

ଓଜନ ହ୍ରାସର ସବୁଠୁ ଶ୍ରେଷ୍ଠ ଉପାୟ ପିଇବା ପାଣି । ସମସ୍ତେ ଡାଏଟ୍ ପ୍ଲାନରେ ପାଣି ପ୍ରଚୁର ପିଇବାକୁ କହିଥାନ୍ତି । ବିଶେଷ କରି ସକାଳୁ ଖାଲି ପେଟରେ ପିଇଲେ ଏହା ପେଟ ଖାଲି କରିବା ସହ ଶରୀରକୁ ହାଲକା କରିଥାଏ । ବିଶେଷଜ୍ଞଙ୍କ ଅନୁସାରେ ହାଇଡ୍ରେସନ ଓଜନ ହ୍ରାସର ଏକ ବଡ କାରଣ । ଆଉ ଏଥିପାଇଁ ପାଣି ପିଇବା ଆବଶ୍ୟକ । ସକାଳୁ ଖାଲି ପେଟରେ ପାଣି ନପିଇବା ଦ୍ବାରା ଆମେ କେତେକାଂଶରେ ମୋଟାପାର ଶିକାର ହୋଇଥାଉ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.