ETV Bharat / bharat

2020ରେ କୋଭିଡ ଦାଗ: ବଢିଲା ସେନାର ଶକ୍ତି, ସୁରକ୍ଷା ପାଇଁ ସରକାରଙ୍କ ଗୁରୁତ୍ବପୂର୍ଣ ଫୈସଲା

author img

By

Published : Dec 29, 2020, 9:00 AM IST

2020ରେ ବର୍ଷରେ ଦେଶର ସାମରିକ ବାହୀନି ମଜବୁତ ହୋଇଥିଲା । ବାୟୁସେନାରେ ରାଫେଲ ଭଳି ଯୁଦ୍ଧ ବିମାନ ସାମିଲ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଚୀନର ଲୋକପ୍ରିୟ ଆପକୁ ଗୁଡ଼ିକୁ ବ୍ୟାନ କରାଯାଇଥିଲା। ଏହାସହ ଚଳିତ ବର୍ଷ କେତେକ ବଡ଼ବଡ଼ ସ୍କାମର ପର୍ଦ୍ଦାଫାସ ହୋଇଥଲା । ଅଧିକ ପଢ଼ନ୍ତୁ...

Some important decisions were made in the year 2020
କୋରୋନା ବର୍ଷର ସାମରିକ ବାହୀନି ସହ କେତେକ ଗୁରୁତ୍ବପୂର୍ଣ ଫୈସଲା, ନଜର ପକାନ୍ତୁ...

ନୂଆଦିଲ୍ଲୀ: ବର୍ଷ 2020 ଅଭିଶପ୍ତ ହୋଇଥିଲେ ସୁଦ୍ଧା ଏହି ବର୍ଷ ଦେଶର ସାମରିକ ବାହିନୀ ମଜବୁତ ହୋଇଥିଲା। ରାଫେଲ ଭଳି ବିଧ୍ବଂଶକାରୀ ବିମାନ ବାୟୁସେନାରେ ସାମିଲ ହେବାସହ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସେନାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ଚୀନ ଆପକୁ ବ୍ୟାନ ହୋଇଥିବା ବେଳେ ସିଏଏକୁ ନେଇ ଦଙ୍ଗା ହୋଇଥିଲା । ଆସନ୍ତୁ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ଉପରେ ନଜର ପକାଇବା ।

  • 2020ରେ ବଢ଼ିଲା ସାମରିକ ଶକ୍ତି
  • ଜାନୁଆରୀ 22 ତାରିଖରେ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଉତ୍ସରୁ ପାଞ୍ଚ ହଜାର 100 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉପକରଣ କ୍ରୟକୁ ଅନୁମୋଦନ ମିଳିଥିଲା।
  • ଫେବୃଆରୀ 17 ତାରିଖରେ ଡିଫେକ୍ସୋ 2020 ବେଳେ ପ୍ରତିରକ୍ଷାକୁ ନେଇ 14 ଏମଓୟୁ ସ୍ବାକ୍ଷର ହୋଇଥିଲା। ଏଥିରେ କାମୋଭ ହେଲିକପ୍ଟର ଓ କାଲାଶନିକୋଭ ରାଇଫଲ ନିର୍ମାଣ ପାଇଁ ଏସ-400 ଏୟାର ଡିଫେନ୍ସ ସିଷ୍ଟମ କିଣାଯିବାକୁ ଚୁକ୍ତି ହୋଇଥିଲା।
  • ମାର୍ଚ୍ଚ 21 ତାରିଖରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଇସ୍ରାଏଲ ସହ ଚୁକ୍ତି କରାଯାଇ 16 ହଜାର 479 ନେଗେଭ ମସିନ ଗନ କିଣାଯିବାକୁ ନିଷ୍ପତ୍ତି ହୋଇଥିଲା।
  • ଜୁଲାଇ 29 ତାରିଖରେ ଆମ୍ବାଲା ଏୟାରବେସରେ 5ଟି ରାଫାଲ ବିମାନ ଆସି ପହଞ୍ଚିଥିଲା।
  • ସେପ୍ଟେମ୍ବର 3 ତାରିଖରେ ଭାରତ ଓ ଋଷ ମଧ୍ୟରେ ପ୍ରତିରକ୍ଷାକୁ ନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ଋଷ ଭାରତକୁ ଏକ ଲକ୍ଷ ଏକେ-203 ରାଇଫଲ ଯୋଗାଇଦେବ।
  • ସେପ୍ଟେମ୍ବର 10 ତାରିଖରେ ଭାରତୀୟ ବାୟୁସେନାରେ ରାଫାଲ ବିମାନ ସାମିଲ ହୋଇଥିଲା।
  • ସେପ୍ଟେମ୍ବର 28 ତାରିଖରେ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତି ବୃଦ୍ଧି ପାଇଁ ଆମେରିକାଠାରୁ 2 ହଜାର 290 କୋଟି ଟଙ୍କା ବ୍ୟୟରେ 72 ହଜାର ଆସଲ୍ଟ ରାଇଫଲ କଣିବାକୁ ଡିଏସି ବୈଠକରେ ନିଷ୍ପତ୍ତି ହୋଇଥିଲା।

    ସୀମା ବିବାଦ ଓ ସାମରିକ ଅଭ୍ୟାସ
  • ମେ' 5 ଓ 6 ତାରିଖରେ ଲଦାଖ ସୀମା ପ୍ୟାଙ୍ଗଗଙ୍ଗ ହ୍ରଦ ନିକଟରେ ପ୍ରଥମ ଥର ପାଇଁ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ସଂଘର୍ଶ ହୋଇଥିଲା। ଦୁଇ ସେନାଙ୍କ ପରସ୍ପର ଉପରେ ପଥର ଓ ତୀର ଚଳାଇଥିଲେ।
  • ଜୁନ 15 ଓ 16 ତାରିଖରେ ଗଲୱାନ ଭ୍ୟାଲି ନିକଟରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ପୁନଃ ସଂଘର୍ଶ ହୋଇଥିଲା। ଏଥିରେ 20ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ବହୁ ଚୀନ ସୈନ୍ୟ ମଧ୍ୟ ପ୍ରାଣ ହରାଇଥିଲେ।
  • ଜାନୁଆରୀ 6 ତାରିଖରେ ଭାରତ ଓ ଓମାନ ନସିମ-ଅଲ-ବାହାର ନାମରେ ଦ୍ବିପାକ୍ଷିକ ନୌସେନା ଯୁଦ୍ଧାଭ୍ୟାସ କରିଥିଲେ।
  • ଜାନୁଆରୀ 28 ତାରିଖରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଭାନିଲା ଅପରେସନ ଅଭ୍ୟାସ କରାଯାଇଥିଲା।

    ଚୀନ ଆପକୁ ବ୍ୟାନ
  • ଜୁଲାଇ 29 ତାରିଖରେ ସୁରକ୍ଷା ଦୃଷ୍ଟିରୁ 59 ଆପକୁ ବ୍ୟାନ କରିବାକୁ ଘୋଷଣା କରାଯାଇଥିଲା। ଏଥିରେ ସବୁଠାରୁ ଲୋକପ୍ରିୟ ଆପ ଟିକଟିକ୍ ମଧ୍ୟ ବ୍ୟାନ ହୋଇଥିଲା।
  • ସେପ୍ଟେମ୍ବର 3 ତାରିଖରେ ଯୁବଗୋଷ୍ଠୀଙ୍କ ପ୍ରିୟ ଆପ ପବଜିକୁ ମଧ୍ୟ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲେ।

    2020ରେ ପ୍ରମୁଖ ସ୍କାମ ଓ ଦୁର୍ନୀତି
  • ଜୁନ 30 ତାରିଖରେ କେରଳ ସୁନା ଚୋରା ଚାଲାଣ ଦୁର୍ନୀତି ପଦାରେ ପଡ଼ିଥିଲା। ଏଥିରେ କେରଳ ସରକାରଙ୍କ ନେତା ମନ୍ତ୍ରୀ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣାରେ କିଛି ଅଭଯୁ୍କ୍ତ ଗିରଫ ମଧ୍ୟ ହୋଇଥିଲେ।
  • ଅକ୍ଟୋବର ମାସରେ ଘରୋଇ ଟିଭି ଚ୍ୟାନେଲ ରିପବ୍ଲିକ ଟିଭି ବିରୋଧରେ ଫେକ ଟିଆରପି ସ୍କାମ ହୋଇଥିଲା।
  • ନଭେମ୍ବର ମାସରେ ଜମ୍ମୁ ଓ କାଶ୍ମୀରରେ ରୋଶନୀ ଯୋଜନାରେ ହିତାଧିକାରୀଙ୍କୁ ଅନୁକମ୍ପା ଦେଖାଯାଇଥିବା ନେଇ ସିଏଜି ରିପୋର୍ଟ ଆସିଥିଲା।

    2020ର ନ୍ୟାୟ ପ୍ରକ୍ରିୟା
  • ମାର୍ଚ୍ଚ ମାସରେ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ମଧ୍ୟ ରାତ୍ରୀରେ ଦୋଷୀଙ୍କୁ ନେଇ ପୁନଃ ବିଚାର କରିବାକୁ ଆବେଦନ କରାଯାଇଥିଲେ ସୁଦ୍ଧା ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ।
  • ଅଗଷ୍ଟ ମାସରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଏକ ଟ୍ବିଟକୁ ନେଇ ଅଦାଲତଙ୍କ ଅବମାନନା ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ଥ ହେବା ପରେ ତାଙ୍କୁ 1 ଟଙ୍କା ଜୋରିମାନା କରାଯାଇଥିଲା।
  • ସେପ୍ଟେମ୍ବର 30 ତାରିଖରେ ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ ବାବ୍ରି ମସଜିଦ ଘଟଣାରେ 32 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ତାଲିକରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଜୋଶୀ, କଲ୍ୟାଣ ସିଂହ ଓ ଉମା ଭାରତୀ ପ୍ରମୁଖ ସାମିଲ ଥିଲେ।

    2020ର ଅପରାଧ ଦୁନିଆ
  • ଫେବୃଆରୀ 23ରୁ 29 ତାରିଖ ମଧ୍ୟରେ ନାଗରିକତା ସଂଶୋଧନ ବିଲକୁ ନେଇ ରାଜଧାନୀ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ଦଙ୍ଗାରେ 53 ଜଣ ପ୍ରାଣ ହରାଇଥିବା ବେଳେ ଦିଲ୍ଲୀର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା।
  • ଅଗଷ୍ଟ 11 ତାରିଖରେ ଇସଲାମ ଧର୍ମକୁ ଅପମାନିତ କଲା ଭଳି ଏକ ଫେସବୁକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଦଙ୍ଗା ହୋଇଥିଲା। ଏଥିରେ 3 ଜଣଙ୍କ ପ୍ରାଣ ହାନୀ ହୋଇଥିବା ବେଳେ ବହୁ କ୍ଷୟକ୍ଷତି ହୋଇଥିଲା।
  • ସେପ୍ଟେମ୍ବର 14 ତାରିଖରେ ଉତ୍ତର ପ୍ରଦେଶର ହାଥରସରେ ଜଣେ 19 ବର୍ଷୀୟ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

    କୋରୋନା ସଂକ୍ରମଣ ଓ ଲକଡାଉନ
  • ଜାନୁଆରୀ 30 ତାରିଖରେ ଦେଶରେ ପ୍ରଥମ କୋରୋନା ସଂକ୍ରମିତ କେରଳରେ ଚିହ୍ନଟ ହୋଇଥିଲା।
  • ମାର୍ଚ୍ଚ 22 ତାରିଖରେ 14 ଘଣ୍ଟା ପାଇଁ ଜନତା କର୍ଫ୍ୟୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
  • ମାର୍ଚ୍ଚ 24 ତାରିଖରେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
  • ମାର୍ଚ୍ଚ 26 ତାରିଖରେ 22 ବିଲିୟନ ଡଲାରର ରିଲିଫ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ।
  • ମେ 15 ତାରିଖରେ ଆତ୍ମନିର୍ଭର ଭାରତ ଯୋଜନାରେ 20 ଟ୍ରିଲିୟନର ସହାୟତା ପ୍ୟାକେଜ ଘୋଷଣା ହୋଇଥିଲା।

    2020ର ବଡ଼ ଦୁର୍ଘଟଣା
  • ମେ 7 ତାରିଖରେ ବିଶାଖାପାଟନମ୍‌ରେ ଥିବା ଏଲଜି ପଲିମରସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ (LGPI) ର ରାସାୟନିକ କାରଖାନାରୁ ଷ୍ଟାଇରିନ ଗ୍ୟାସ ନିର୍ଗତ ହୋଇଥିଲା। ଫଳରେ 11ଜଣଙ୍କ ପ୍ରାଣହାନୀ ହୋଇଥିଲା।
  • ଅଗଷ୍ଟ 7 ତାରିଖରେ କେରଳର କାଲିକଟ ବିମାନ ବନ୍ଦରରେ ଏୟାର ଇଣ୍ଡିଆର 1344 ଏକ୍ସପ୍ରେସ ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ 19ଜଣଙ୍କ ପ୍ରାଣହାନୀ ହୋଇଥିଲା।

    ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.