ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ଘଟଣାରେ ସଲିସିଟର ଜେନେରାଲ ଆଜି ମଧ୍ୟାହ୍ନ 12 ମଧ୍ୟରେ ସୁପ୍ରିମକୋର୍ଟରେ ପହଞ୍ଚିପାରିବେ ନାହାନ୍ତି ବୋଲି ମୁଖ୍ୟ ବିଚାରପତିଙ୍କୁ ଜଣାଇଛନ୍ତି । ସେ ମାମଲାକୁ କାଲି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଥିବା ବେଳେ ମୁଖ୍ୟ ବିଚାରପତି ଏହାକୁ ଅଗ୍ରାହ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ତଦନ୍ତକାରୀ ସିବିଆଇ ଅଫିସର ଓ ସଲିସିଟର ଜେନେରାଲଙ୍କୁ 12ଟା ମଧ୍ୟରେ କୋର୍ଟରେ ଉପସ୍ଥିତ ରହିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।