ETV Bharat / bharat

ନିଖୋଜ ଥିଲେ ଯବାନ, ମିଳିଲା ଜଳିଯାଇଥିବା କାର - Territorial Army

ରବିବାର ଜମ୍ମୁ କାଶ୍ମୀର ଆଞ୍ଚଳିକ (Territorial Army) ସେନାରେ କାର୍ଯ୍ୟରତ ଜଣେ ଯବାନ ନିଖୋଜ ହୋଇଥିବା ବେଳେ ତାଙ୍କର ଜଳିଯାଇଥିବା କାର ମିଳିଥିବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

jammu and Kashmir, Soldier goes missing in Kulgam, burnt vehicle found, ଜମ୍ମୁ କାଶ୍ମୀରରେ ନିଖୋଜ ଥିଲେ ଯବାନ, ମିଳିଲା ତାଙ୍କର ଜଳିଯାଇଥିବା କାର, Territorial Army, ଯବାନ ନିଖୋଜ
ଜମ୍ମୁ କାଶ୍ମୀର: ନିଖୋଜ ଥିଲେ ଯବାନ, ମିଳିଲା ତାଙ୍କର ଜଳିଯାଇଥିବା କାର
author img

By

Published : Aug 3, 2020, 1:28 PM IST

ଶ୍ରୀନଗର: ଶାକିର ମଞ୍ଜୁର ୱାଘେ ଜଣେ ଆଞ୍ଚଳିକ ସେନାର ଯବାନ ନିଖୋଜ ହୋଇଥିଲେ, ଯାହାଙ୍କର ଜଳି ଯାଇଥିବା ଗାଡ଼ି ଜମ୍ମୁ କଶ୍ମୀର କୁଲଗାମ ଠାରେ ମିଳିଥିବା ନେଇ ସୋମବାର ଆଧିକାରିକ ସୂଚନା ମିଳିଛି । ଯବାନ ଜଣକ ଆତଙ୍କବାଦୀଙ୍କ ଦ୍ବାରା ଅପହୃତ ହୋଇଥିବା ସନ୍ଦେହ କରୁଛନ୍ତି ଅଧିକାରୀ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଇଟିଭି ଭାରତକୁ କହିଛନ୍ତି ଯେ, ‘‘ସୋପିଆନ ରିଶିପୋରାର ବାସିନ୍ଦା ମଞ୍ଜୁର ଆଞ୍ଚଳିକ ସେନାରେ (Territorial Army)ର ଜଣେ ଯବାନ । ସେ ରବିବାର ରାତିରେ ନିଖୋଜ ହୋଇଥିଲେ ଓ ତା ପର ଠାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନାହିଁ । ତାଙ୍କର ଜଳି ଯାଇଥିବା ଗାଡି ଦକ୍ଷିଣ କଶ୍ମୀର କୁଲଗାମ ଜିଲ୍ଲାର ରମ୍ଭାନା ଅଞ୍ଚଳରୁ ମିଳିଛି ।’’

ଜମ୍ମୁ କାଶ୍ମୀର: ନିଖୋଜ ଥିଲେ ଯବାନ, ମିଳିଲା ତାଙ୍କର ଜଳିଯାଇଥିବା କାର

ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମଞ୍ଜୁର ଇଦ ପାଇଁ ଛୁଟିରେ ରହିଥିବା ବେଳେ ତାଙ୍କ କାରକୁ ଆତଙ୍କବାଦୀ ମାନେ ଅଟକାଇଥିଲେ ।’’ ଏହି ସମୟରେ ଯବାନଙ୍କ ପରିବାର ତାଙ୍କୁ ଶୀଘ୍ର ଛାଡ଼ିଦେବା ପାଇଁ ଅପିଲ କରିଛନ୍ତି ।

‘‘ମୁଁ ସେମାନଙ୍କୁ ଅନୁରୋଧ କରୁଛି ଦୟାକରି ତାକୁ ଛାଡ଼ି ଦିଅ । ମୁଁ ତାକୁ ଚାକିରି ଛାଡିବା ପାଇଁ ବୁଝାଇବି,’’ ବୋଲି ଶାକିରଙ୍କ ବାପା ମଞ୍ଜୁର ଅହମ୍ମଦ ୱାଘେ କହିଛନ୍ତି ।

ଶାକିରଙ୍କ ସମ୍ପର୍କୀୟ ଭାଇ ତାରିକ ଅହମ୍ମଦ କହିଛନ୍ତି, ‘‘ମୋ ଭାଇ ନିକଟସ୍ଥ ବାଲାପୋରା ଆର୍ମି କ୍ୟାମ୍ପକୁ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ । କିଛି ଲୋକ ସେହି ସମୟରେ ତାଙ୍କୁ ଅପହରଣ କରି ତାଙ୍କ କାର (JK022B-3968)କୁ ମଧ୍ୟ ନିଆଁ ଲଗାଇ ଦେଇଥିଲେ ବନ୍ଧୁକଧାରୀ ଅଜଣା ବ୍ୟକ୍ତି ।’’

‘‘ମୁଁ ତାଙ୍କୁ ଅନୁରୋଧ କରୁଛି ମୋ ଭାଇକୁ ଛାଡ଼ିଦେବା ପାଇଁ । ତାଙ୍କର 4 ଭଉଣୀ ଓ ବୃଦ୍ଧ ମାତା ପିତା ଅଛନ୍ତି । ତାଙ୍କ ମୋ ଭାଇକୁ ଛାଡ଼ି ଦିଅ,’’ ବୋଲି ଅହମ୍ମଦ କହିଛନ୍ତି ।

ସେପଟେ ସୁରକ୍ଷା ବାହିନୀ ଅପହରଣ ହୋଇଥିବା ଯବାନଙ୍କୁ ଖୋଜିବା ପାଇଁ କୁଲଗାମର ଅନେକ ସ୍ଥାନରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସନ୍ଦିଗ୍ଧ ଆତଙ୍କବାଦୀମାନ ଅଫ ଡ୍ୟୁଟି ଯବାନଙ୍କୁ ଟାର୍ଗେଟ କରିବାର ଏହା ପ୍ରଥମ ଘଟଣା ନୁହେଁ ।

ମେ 9, 2017 ରେ, ଲେଫ୍ଟନାଣ୍ଟ ଉମର ଫୟାଜଙ୍କୁ ଦକ୍ଷିଣ କାଶ୍ମୀରର ଦୋକାନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରୁ ପାଞ୍ଚରୁ ଛଅ ଜଣ ଆତଙ୍କବାଦୀ ଅପହରଣ କରି ନେଇଥିଲେ। ପରଦିନ ସକାଳେ ସୋପିଆନର ହରମାନ ଅଞ୍ଚଳରେ ତାଙ୍କ ଗୁଳି ବାଜିଥିବା ମୃତଦେହ ମିଳିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.