ETV Bharat / bharat

ପତ୍ନୀଙ୍କୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ, ତଦନ୍ତ ଜାରି - ପତ୍ନୀଙ୍କୁ ଗୁଳି କରି ହତ୍ୟା

ମହାରାଷ୍ଟ୍ରର ୱାରଧା ଜିଲ୍ଲା ପୁଲଗାଓଁରେ ଗତ ବୁଧବାର ରାତିରେ ଜଣେ ଯବାନ ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

suicide
ପତ୍ନୀଙ୍କୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ
author img

By

Published : Jul 2, 2020, 11:13 AM IST

ମୁମ୍ବାଇ: ନିଜ ପତ୍ନୀଙ୍କୁ ଗୁଳିକରି ଆତ୍ମହତ୍ୟା କଲେ ଯବାନ । ମହାରାଷ୍ଟ୍ରର ୱାରଧା ଜିଲ୍ଲା ପୁଲଗାଓଁରେ ଗତ ବୁଧବାର ରାତିରେ ଜଣେ ଯବାନ ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ, ଯବାନଙ୍କ ନାମ ଅଜୟ କୁମାର ସିଙ୍ଗ ଏବଂ ତାଙ୍କ ପତ୍ନୀଙ୍କ ନାମ ପ୍ରିୟଙ୍କା କୁମାରୀ ଅଟେ । ଦୁହେଁ ବିହାରର ବାସିନ୍ଦା ଥିଲେ। ଅଜୟ କୁମାର ୱାରଧାର ନାଜାଦିକ ପୁଲଗାଓଁରେ ଥିବା ମିଲିଟାରୀ କ୍ୟାମ୍ପରେ ନିୟୋଜିତ ଥିଲେ ।

ତେବେ ବୁଧବାର ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ସେ ତାଙ୍କ ବନ୍ଧୁକରେ ନିଜ ପତ୍ନୀ ପ୍ରିୟଙ୍କାଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।ଏପଟେ ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ଖବର ପାଇ ପୋଲିସ ପୁଲଗାଓଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.