ETV Bharat / bharat

ଗହଣା ବିକି ଓକିଲକୁ ଫିସ୍‌ ଦେଲେ ଅନୀଲ, ପାଖରେ ମାତ୍ର ଗୋଟିଏ କାର

author img

By

Published : Sep 26, 2020, 9:38 PM IST

କେବେ ବିଶ୍ବର ଷଷ୍ଠ ଧନୀକ ଥିବା ଅନୀଲ ଅମ୍ବାନୀ ଆଜି ଓକିଲଙ୍କୁ ଫିସ ଦେବାକୁ ନାହାଁନ୍ତି ସକ୍ଷମ । ପାଖରେ ମାତ୍ର ଗୋଟିଏ କାର ରହିଥିଲାବେଳେ ସେ ସମସ୍ତ ଗହଣା ବିକ୍ରି କରି ଆଇନଗତ ଲଢେଇ ପାଇଁ ଗଣୁଛନ୍ତି ଫିସ । ଚୀନ ବ୍ୟାଙ୍କ ଋଣ ମାମଲାରେ ଅନୀଲ ଅମ୍ବାନୀ ଏ ନେଇ ୟୁକେ କୋର୍ଟକୁ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଗହଣା ବିକି ଓକିଲକୁ ଫିସ୍‌ ଦେଲେ ଅନୀଲ
ଗହଣା ବିକି ଓକିଲକୁ ଫିସ୍‌ ଦେଲେ ଅନୀଲ

ଲଣ୍ଡନ: ଅନୀଲ ଧିରୁଭାଇ ଅମ୍ବାନୀ ଗ୍ରୁପର ଚେୟାରମ୍ୟାନ୍ ତଥା ବିଶ୍ବର ଶୀର୍ଷ ଧନୀକ ଲିଷ୍ଟରେ ଆସୁଥିବା ଅନୀଲ ଅମ୍ବାନୀ ଏବେ ଋଣ ଭାରରେ ଚାପଗ୍ରସ୍ତ । ଏପରିକି ଚୀନ ବ୍ୟାଙ୍କ ଋଣ ମାମଲାରେ ଓକିଲଙ୍କୁ ଫିସ ଦେବା ପାଇଁ ସେ ଗହଣା ବିକ୍ରି କରୁଛନ୍ତି ବୋଲି ୟୁକେ କୋର୍ଟକୁ ସ୍ପଷ୍ଟ କରିଛନ୍ତି ।

ରିପୋର୍ଟ ଅନୁସାରେ ଅନୀଲ ଅମ୍ବାନୀ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ନିଜର 9.9 କୋଟି ଟଙ୍କାର ଅଳଙ୍କାର ବିକ୍ରି କରିଛନ୍ତି । ଏଥିସହ ସେ ଜଣାଇଛନ୍ତି କି, ‘‘ ମୁଁ ଜଣେ ସାଧାରଣ ମଣିଷ, ଏବଂ ମୋ ପାଖରେ ମାତ୍ର ଗୋଟିଏ କାର ରହିଛି । ଏଣୁ ‘ରୋଲ୍ସ ରଏସ୍’ ( ବହୁ ମୂଲ୍ୟ ବ୍ରିଟିସ କାର) ରହିଥିବା ନେଇ ପ୍ରଚାର ନ କରିବାକୁ ସେ ଅପିଲ କରିଛନ୍ତି ।

ୟୁକେ କୋର୍ଟ ଜୁନ୍ 12ତାରିଖ ସୁଦ୍ଧା 716.9 ମିଲିୟନ ତଥା 5812 କୋଟି ଟଙ୍କା ଏବଂ 750 ମିଲିୟନ ତଥା 7 କୋଟି ଟଙ୍କା ଚୀନ ବ୍ୟାଙ୍କକୁ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ 3ଟି ଚୀନ କମ୍ପାନୀ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା, ଚାଇନା ଡେଭଲ୍ପମେଣ୍ଟ ବ୍ୟାଙ୍କ ଓ ଏକ୍ଜିମ ବ୍ୟାଙ୍କ ଅଫ ଚାଇନାରୁ ବ୍ୟକ୍ତିଗତ ଗ୍ୟାରେଣ୍ଟି ସହ ମୋଟା ଅଙ୍କର ଋଣ ଆଣିଥିଲେ । ଆଉ ଏହାକୁ ପରିଶୋଧ ପାଇଁ ବ୍ରିଟେନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ସେ ଏଥିପାଇଁ ସକ୍ଷମ ହୋଇପାରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.