ETV Bharat / bharat

ଝାଡଖଣ୍ଡରୁ ବିହାରକୁ ଗଡିଲା ପ୍ରଥମ ସୌର ଚାଳିତ ଟ୍ରେନ - bihar

ପ୍ରଥମ ଥର ଗଡିଲା ସୌର ଚାଳିତ ଟ୍ରେନ । ଇନ୍ଧନ ବଞ୍ଚାଇବା ସହ କାର୍ବନ ଡାଇଅକ୍ସସାଇଡ ଓ ଧ୍ବନି ପ୍ରଦୂଷଣରୁ ମୁକ୍ତି ପାଇବ ପରିବେଶ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 11, 2019, 5:39 PM IST

ରାଞ୍ଚି: ପୂର୍ବତଟ ରେଳର ମାଲଦା ଡିଭିଜନ ପକ୍ଷରୁ ପ୍ରଥମ କରି ସୌର ଶକ୍ତିରେ ଚାଳିତ 6ଟି ବଗି ବିଶିଷ୍ଟ ଟ୍ରେନ ଶନିବାର ଶୁଭ ଉଦଘାଟନ ହୋଇଛି । ଏହି ଟ୍ରେନ ଝାଡଖଣ୍ଡର ସାହେବଗଞ୍ଜରୁ ବାହାରି ବିହାରର ଜମାଲପୁର ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ବିହାର-ଝାଡଖଣ୍ଡ ମଧ୍ୟରେ ପ୍ରଥମ କରି ଚାଲିଲା ଏହି ଟ୍ରେନ । ଯାହା ସୌର ଶକ୍ତି ଦ୍ବାରା ପରିଚାଳିତ ହେବ । ଏହା ଜମାଲପୁର ମେଣ୍ଟେନାନସ ଓ୍ବାର୍କସପରେ ତିଆରି ହୋଇଛି । ଏହି ଟ୍ରେନର ନାମ 'ହରିତ ଡିଏମୟୁ ପାସେଞ୍ଜର' ରଖାଯାଇଛି । ତେବେ ପ୍ରଥମେ ଏହାକୁ 6 ବଗି ବିଶିଷ୍ଟ କରାଯାଇ ଥିବାବେଳେ ପରେ ଏହାର ବଗି ସଂଖ୍ୟାକୁ ବୃଦ୍ଧି କରାଯିବ ।

'ହରିତ ଡିଏମୟୁ ପାସେଞ୍ଜର'ର ବିଶେଷତ୍ବ ହେଉଛି ଯେ, ଏହା 2 ଇଞ୍ଜିନ ବିଶିଷ୍ଟ ଅର୍ଥାତ ଏହାର 2 ପଟେ ଇଞ୍ଜିନ ଖଞ୍ଜାଯାଇଛି । ଏହାଦ୍ବାରା ଇଞ୍ଜିନ ପରିବର୍ତ୍ତନରେ ଆଉ କୌଣସି ଅସବୁଧା ଭୋଗିବାକୁ ପଡିବନି । ଅନ୍ୟ ଟ୍ରେନ ଭଳି ଏଥିରେ ବିଦ୍ୟୁତ, ପଙ୍ଖା, ପାଣି, ଶୌଚାଳୟ ଭଳି ଅନେକ ସୁବିଧା ରହିଛି ।

ଏହି ଟ୍ରେନ ସକାଳ 7ଟାରୁ ସାହେବଗଞ୍ଜରୁ ବାହାରି ବିହାରର ଜମାଲପୁରକୁ ଯାତ୍ରା କରିବ ଓ ପୁଣି ସାହେବଗଞ୍ଜରେ ଆସି ରହିବ । ପ୍ରଭାରୀ ଡିଆଏମ ପିକେ ମିଶ୍ରଙ୍କ ଏହାକୁ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଛନ୍ତି । ପିକେ ମିଶ୍ରଙ୍କ କହିବାନୂଯାୟୀ, ସୋଲାର ଯୁକ୍ତ ଟ୍ରେନ ବାହାରିଲେ ଇନ୍ଧନର କମ ବ୍ୟବହାର ହେବ ଆଉ କାର୍ବନ ଡାଇଅକସାଇଡର ମାତ୍ରା କମିବ । ଏହାସହିତ ଧ୍ବନି ପ୍ରଦୂଷଣର କୌଣସି ସମ୍ଭାବନା ନାହିଁ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.