ETV Bharat / bharat

ଚୁରମାର୍ ହେଉଛି ସୌର ସ୍ୱପ୍ନ

author img

By

Published : Jan 15, 2020, 1:20 PM IST

ଦେଶର ଅର୍ଥନୀତି ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥା ସାଙ୍ଗକୁ ବିଦ୍ୟୁତ ଚାହିଦାରେ ହ୍ରାସ ସିଧାସଳଖ ଭାବେ ଅକ୍ଷୟ ଶକ୍ତି ଉଦ୍ୟୋଗ ଉପରେ ପ୍ରଭାବ ପକାଇଛି । ଯାହଦ୍ୱାରା ଏହି ଶିଳ୍ପ ସଙ୍କଟ ଭିତରକୁ ଟାଣି ହୋଇଯାଇଛି ।

Solar dreams getting shattered
ଚୁରମାର୍ ହେଉଛି ସୌର ସ୍ୱପ୍ନ

ହାଇଦ୍ରାବାଦ: ୨୦୧୯ ଅକ୍ଟୋବର ୩୧ ସୁଦ୍ଧା ଦେଶର ସୌରଶକ୍ତି ସ୍ଥାପନ କ୍ଷମତା ୩୧.୬୯୬ ଗିଗାୱାଟ୍ ରେ ପହଞ୍ଚିଛି । ପ୍ରାରମ୍ଭରେ ଭାରତ ସରକାର ୨୦୨୨ ସୁଦ୍ଧା ୨୦ ଗିଗାୱାଟ୍ କ୍ଷମତା ହାସଲର ଟାର୍ଗେଟ୍ ରଖିଥିଲେ । ତେବେ ୪ ବର୍ଷ ଆଗରୁ ଏହି ଟାର୍ଗେଟ୍ ହାସଲ ହୋଇଥିଲା । ୨୦୧୫ରେ ଟାର୍ଗେଟ୍ ୧୦୦ ଗିଗାୱାଟ୍ ସୌରଶକ୍ତି କ୍ଷମତା (ରୁଫ୍‌-ଟପ୍ ରୁ ୪୦ ଗିଗାୱାଟ୍) କୁ ବୃଦ୍ଧି କରାଗଲା। ୧୦୦ ବିଲିୟନ୍ ଡଲାର୍ ର ପୁଞ୍ଜିନିବେଶ ଟାର୍ଗେଟ୍ରେ ଏହି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ସୌର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜମି ଯୋଗାଇଦେବାକୁ ଭାରତ ସରକାର ପାଖାପାଖି ୪୨ଟି ସୌର ପାର୍କ ସ୍ଥାପନ କରିଥିଲେ ।

୨୦୧୪ ମେ ୨୬ରେ ଭାରତର ସୌର ଉତ୍ପାଦନ କ୍ଷମତା ୨,୬୫୦ ମେଗାୱାଟ୍ ଥିବା ବେଳେ ୨୦୧୬ ଜାନୁଆରୀ ୩୧ରେ ଏହା ୮ ଗୁଣ ବୃଦ୍ଧି ପାଇ ୨୦ ଗିଗାୱାଟ୍ ରେ ପହଞ୍ଚିଥିଲା । ସୌର ବିଦ୍ୟୁତର ହାରାହାରି ଚଳନ୍ତା ମୂଲ୍ୟ କୋଇଲାରୁ ଉତ୍ପାଦିତ ବିଦ୍ୟୁତର ହାରାହାରି ମୂଲ୍ୟର ୧୮ ପ୍ରତିଶତ ତଳକୁ ଖସିଥିବା ବେଳେ ୨୦୧୫-୧୬ରେ ଭାରତକୁ ଅଧିକ ୩ ଗିଗାୱାଟ୍ ସୌରକ୍ଷମତା ମିଳିଥିଲା । ସେହିଭଳି ୨୦୧୬-୧୭ରେ ୫ ଗିଗାୱାଟ୍ ଏବଂ ୨୦୧୭-୧୮ରେ ୧୦ ଗିଗାୱାଟ୍ ରୁ ଅଧିକ ସୌର କ୍ଷମତା ମିଳିଥିଲା । ୨୦୧୯ ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତ ୮୨,୫୮୦ ମେଗାୱାଟ୍ରୁ ଅଧିକ ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ କରିଛି । ସେଥିରୁ ୩୧,୧୫୦ ମେଗାୱାଟ୍ ସ୍ଥାପନର ବିଭିନ୍ନ ସୋପାନରେ ରହିଛି ।

ଦେଶର ଅର୍ଥନୀତି ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥା ସାଙ୍ଗକୁ ବିଦ୍ୟୁତ ଚାହିଦାରେ ହ୍ରାସ ସିଧାସଳଖ ଭାବେ ଅକ୍ଷୟ ଶକ୍ତି ଉଦ୍ୟୋଗ ଉପରେ ପ୍ରଭାବ ପକାଇଛି । ଯାହଦ୍ୱାରା ଏହି ଶିଳ୍ପ ସଙ୍କଟ ଭିତରକୁ ଟାଣି ହୋଇଯାଇଛି । ଗତ ସେପ୍ଟମ୍ବରରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘର କ୍ଲାଇମେଟ୍ ଆକ୍ସନ୍ ସମିଟ୍ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଥିବା ସଂକଳ୍ପ ଉଲ୍ଲେଖଯୋଗ୍ୟ । ୨୦୨୨ ସୁଦ୍ଧା ଭାରତରେ ୪୫୦ ଗିଗାୱାଟ୍ ର ଅଣପାରମ୍ପରିକ ଜାଳେଣି ଶକ୍ତି କ୍ଷମତା ସ୍ଥାପନ ହେବ । ଖାଲି ସେତିକି ନୁହେଁ, ୨୦୧୮ ରେ ତାଙ୍କ ସରକାର ୧୭୫ ଗିଗାୱାଟ୍ ର ସବୁଜ ଶକ୍ତି ଉତ୍ପାଦନ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ ତାହାକୁ ଦ୍ୱିଗୁଣିତ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଭଳି ଉତ୍କଟ ସମସ୍ୟାର ଚ୍ୟାଲେଞ୍ଜରୁ ଆମକୁ ମୁକୁଳିବାର ଅଛି । ସେଥିପାଇଁ ଆମର କାର୍ଯ୍ୟ କିନ୍ତୁ ଅନୁକୂଳ ନାହିଁ । ଆମକୁ ବହୁତ କିଛି କରିବାର ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ଅକ୍ଷୟ ଶକ୍ତି ଉଦ୍ୟୋଗକୁ ନେଇ ମୋଦି ଯେଉଁ ଆଶା ରଖିଥିଲେ ତାହା ସଫଳ ହୋଇନାହିଁ । ଭାରତରେ ସ୍ଥାପିତ ସବୁଜଶକ୍ତି କ୍ଷମତା ଆଜିର ଦିନରେ ରହିଛି ୬୫ ଗିଗାୱାଟ୍ । ୨୦୨୨ ଡିସେମ୍ବର ସୁଦ୍ଧା ଏହା ୧୦୦ ଗିଗାୱାଟ୍ ଟପିବାର ଆଶା କରାଯାଉଛି । ନିଶ୍ଚିତଭାବେ ଏହା ସରକାରଙ୍କ ଧାର୍ଯ୍ୟ ୧୭୫ ଗିଗାୱାଟ୍ ରୁ କମ୍ ଏବଂ ୪୫୦ ଗିଗାୱାଟ୍ ଲକ୍ଷ୍ୟର ବହୁତ ପଛରେ।

ଏହାସତ୍ତ୍ୱେ ୨୦୨୨ ଆକଳନକୁ ନେଇ ତଥାପି ଆଶା ରହିଛି । କୋଇଲା ମୂଲ୍ୟ ବୃଦ୍ଧି ଏବଂ ଘରୋଇ ବଜାରରୁ ପ୍ରାକୃତିକ ଗ୍ୟାସ୍ ଉଭାନ୍ ପରିପ୍ରେକ୍ଷୀରେ ବିଗତ କିଛି ବର୍ଷ ଧରି ତାପଜ ଶକ୍ତି ବ୍ୟବହାରରୁ ଲୋକେ ବିମୁଖ ରହିଲେ । ସବୁଜ ଶକ୍ତି ବ୍ୟବହାର ଉପରେ ସମସ୍ତଙ୍କର ଆଖି ରହିଲା । ଫଳତଃ, ସବୁଜ ଶକ୍ତି ଉପରେ ବଡ଼ ଧରଣର ନୂଆ ନୂଆ ପୁଞ୍ଜି ଆସିଲା । ଏ ସବୁ ଶକ୍ତିର ଆଧାର ହେଲେ ସୂର୍ଯ୍ୟ । ତେବେ ଏହା ଆଗକୁ ବଢ଼ିପାରିନାହିଁ । ଏସବୁ ଉଦ୍ୟୋଗ ପ୍ରାୟ ବନ୍ଦ ହୋଇଗଲାଣି । ଭାରତରେ ସୌର ଶକ୍ତି ଶୁଳ୍କ ହାର ବିଶ୍ୱରେ ସବୁଠାରୁ କମ । ହେଲେ ରାଜ୍ୟ ସରକାରମାନେ ଏହାକୁ ଆହୁରି ହ୍ରାସ୍ କରିବାକୁ ଆଗ୍ରହୀ ହେଉଛନ୍ତି । ବିପଦଶଙ୍କୁଳ ଏହି କମ୍ ଶୁଳ୍ପ ହାର ବିକାଶକାରୀ (ଡେଭେଲପର୍ସ)ଙ୍କ ପାଇଁ ପ୍ରତିକୂଳ ଅବସ୍ଥା ଆଣିଛି । ପରିଣାମସ୍ୱରୂପ ଏହା ଉତ୍ପାଦର ଗୁଣାତ୍ମକ ମାନ ହ୍ରାସ୍ କରୁଛି । କିଛି ରାଜ୍ୟର ଶକ୍ତି ବିତରଣ କମ୍ପାନୀ ବା ଡିସକମ୍ ବର୍ଷ ବର୍ଷ ଧରି ଶକ୍ତି ବିଲ୍ ପୈଠ କରିବାରେ ବିଳମ୍ବ କରୁଛନ୍ତି । ଆନ୍ଧ୍ରପ୍ରଦେଶରେ ଡେଭେଲପର୍ସମାନେ ସ୍ଥିତିଜନକ ସଙ୍କଟରେ ପଡ଼ିଛନ୍ତି । ରାଜ୍ୟ ସରକାର ସମାନ ଧରଣର ଦୁଇ କଷ୍ଟସାଧ୍ୟ ରାସ୍ତା ଦେଖାଇଛନ୍ତି । ପୂର୍ବ ସରକାରରେ ହୋଇଥିବା ରାଜି ଅନୁଯାୟୀ ଶୁଳ୍ପ ହ୍ରାସ୍ କର ନଚେତ୍ ଉତ୍ପାଦନ ବନ୍ଦ କରିଦିଅ । ଏହି କାରଣରୁ ଏକଦା ଗତିଶୀଳ ହୋଇ ଆସିଥିବା ପୁଞ୍ଜିନିବେଶ ବନ୍ଦ ହୋଇଯାଇଛି ।

ଏଭଳି ଧୀମା ଅବସ୍ଥା ସ୍ୱୀକାର କରିବାକୁ ଇଣ୍ଡପେଣ୍ଡେଣ୍ଟ ପାୱାର ଡେଭେଲପର୍ସ (ଆଇପିପିଏସ) ମାନେ ଥତମତ ହେଉଥିଲେ ମଧ୍ୟ ସବୁଠି ସମସ୍ୟା ଜଳଜଳ । ୨୦୧୯ ଆର୍ଥିକ ବର୍ଷରେ କେନ୍ଦ୍ର ଓ ରାଜ୍ୟମାନଙ୍କ ଦ୍ୱାରା ନିଲାମ ହୋଇଥିବା ୬୪ ଗିଗାୱାଟ୍ ଶକ୍ତି ମଧ୍ୟରୁ ୨୬% ବିଡ୍ କୁ ଆସିପାରିଲା ନାହିଁ । ଅନ୍ୟ ୧୦% ବାତିଲ ହୋଇଗଲା । ରାଜ୍ୟମାନେ ୟୁନିଟ୍ ପିଛା ଶୁଳ୍କ ୨ଟଙ୍କା ୫୦ରୁ ୨ଟଙ୍କା ୮୦ ପଇସା ଦେବାକୁ ଇଚ୍ଛୁକ ଥିବାରୁ ଆଇପିପି ମାନଙ୍କ ଲାଭାଂଶ ବୃଦ୍ଧିରେ ପ୍ରତିବନ୍ଧକ ହୋଇଛି । ଖାଲି ସେତିକି ନୁହେଁ, ଗୁଣାତ୍ମକ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଏହା ନିରୁତ୍ସାହ ଆଣିଛି । ଗତ ୪ ମାସରେ ୧୧ଟି ସୌର ଏବଂ ପବନଚାଳିତ ପ୍ରକଳ୍ପର ନିଲାମ ହୋଇଛି । ସେଥିରୁ ମାତ୍ର ଦୁଇଟି ପ୍ରକଳ୍ପର ନିଲାମୀକରଣ ସମ୍ପୂର୍ଣ୍ଣ ହୋଇଛି । ଏହି କ୍ଷେତ୍ର ସାମନା କରୁଥିବା କୌଣସି ବି ସମସ୍ୟା ଏତେଶୀଘ୍ର ଯେ ହଟିଯିବ ସେହି ଆଶା ନାହିଁ । ତେଣୁ ନିଲାମ ଅନିଶ୍ଚିତତା ଲାଗି ରହିପାରେ । ଏପରିକ, ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଅସମ୍ଭବ ଭାବେ ଧୀମାହୋଇଯାଇଛି । ଯଦି ଏଭଳି ମାନ୍ଦାବସ୍ଥା ଲାଗି ରହେ, କେବଳ ଅକ୍ଷୟ ଶକ୍ତି କ୍ଷେତ୍ର ନୁହେଁ ସାମଗ୍ରିକ ଭାବେ ଭାରତର ଶକ୍ତି ବିପ୍ଲବ ଯୋଜନାକୁ ପ୍ରଭାବିତ କରିବ । ଆର୍ଥିକ ଅବସ୍ଥା ନ ସୁଧୁରିଲେ କ୍ଲିନ୍ ଏନର୍ଜି ଲକ୍ଷ୍ୟ ହାସଲ ବୃଥା ଯିବ । ପ୍ରାଧାନ୍ୟ ପାଇବାକୁ ଥିବା ବିଷୟଗୁଡ଼ିକ ମାଡ଼ ଖାଇଯିବ । ଶକ୍ତି କ୍ଷେତ୍ରକୁ ହାତମୁଠାରେ ରଖିଥିବା ବ୍ୟକ୍ତିଙ୍କ ସଂକୀର୍ଣ୍ଣ ସ୍ୱାର୍ଥ ବାହାରେ ଏହାର ଅନେକ ପ୍ରଭାବ ରହିବ । ସୌରଶକ୍ତିରେ ନାମଜାଦା ଦେଶଗୁଡ଼ିକ ସୌରଶକ୍ତି ଉଦ୍ଦିଷ୍ଟ ଆଇପି, ମାନଫ୍ୟାକଚରିଂ(ନିର୍ମାଣ) ଏବଂ ଏହାର ସଫଳ ପ୍ରୟୋଗର ସମାନ୍ତରାଳ ବିକାଶ ଉପରେ ଧ୍ୟାନ ଦେଉଥିବା ବେଳେ ଭାରତରେ ସ୍ଥିତି କିନ୍ତୁ ଭିନ୍ନ । ଆମେ ସିଧାସଳଖ ଭାବେ ସଫଳ ପ୍ରୟୋଗ ଦିଗଟି ଧରୁଥିବାରୁ ନିର୍ମାଣରେ ଗୁରୁତ୍ୱ ରଖୁଥିବା ଚୀନ୍ ଓ ଭିଏତନାମ ଭଳି ବିଶ୍ୱ ପ୍ରତିଭାଙ୍କ ଆଗରେ ଛିଡ଼ା ହୋଇପାରୁନାହୁଁ । ଭାରତରେ ଅଚଳାବସ୍ଥା ଲାଗି ରହିଲେ ଏହି ପାର୍ଥକ୍ୟ ବରଂ ବଢ଼ିଚାଲିବ ।

ଜର୍ମାନୀର ପାଖାପାଖି ୪୬% ଉର୍ଜା ଅକ୍ଷୟ ଶକ୍ତି କ୍ଷେତ୍ରରୁ ଆସୁଛି । ଏପରିକି ଚୀନ୍ ରେ ଗତବର୍ଷ ଏହା ୨୬% ପାର୍ ହୋଇଛି। ଯଦି ସାରା ବିଶ୍ୱରେ ଶକ୍ତି କ୍ଷେତ୍ରୀୟ ଅର୍ଥନୀତି ଆଗାମୀ ଦିନରେ ଦିଗ ବଦଳାଉଛି, ଭାରତ ଏହି ସୁଯୋଗ ହାତଛଡ଼ା କରିବା କିମ୍ବା ଡେରିରେ ସୁଯୋଗ ହାତେଇବାର ମୂଲ୍ୟ କେତେ ହେବ? ଗତ ଜୁଲାଇ ମାସରେ ଆନ୍ଧ୍ରପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟକୁ ଶକ୍ତି ଯୋଗାଉଥିବା ସୌର ଏବଂ ପବନଚାଳିତ ଆଇପିପି ଗୁଡ଼ିକ ଶୁଳ୍କ ହ୍ରାସ୍ କରିବାକୁ ବାଧ୍ୟ ନଚେତ ସେମାନଙ୍କ ଦୀର୍ଘକାଳୀନ ପାୱାର୍ ପରଚେଜ୍ ଏଗ୍ରିମେଣ୍ଟ(ପିପିଏ) ରଦ୍ଦ କରାଯିବ । ଏହାର ଭୟାବହତା କେତେ ବୁଝିବା ଦରକାର । ଉତ୍ତରରେ ଗୁଜୁରାଟ ଭଳି ଆନ୍ଧ୍ରପ୍ରଦେଶ ମଧ୍ୟ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି କରିଥିଲା । ୬ ବିଲିୟନ୍ ମୂଲ୍ୟର ହାଇଦ୍ରାବାଦସ୍ଥିତ ଏକ ଗ୍ରୁପ୍ ଆବୁ ଧାବି ଇନଭେଷ୍ଟମେଣ୍ଟ ଅଥରିଟି ଏବଂ ସିଙ୍ଗାପୁରର ଜିଆଇସି ସହାୟତାରେ ସେମାନଙ୍କ ପ୍ରଥମ ପ୍ଲାଣ୍ଟ ସ୍ଥାପନ କଲେ ।

କିଛି ଆଇପିପି ଏହାକୁ ଅନୁସରଣ କଲେ । କ୍ରେଡିଟ୍ ରେଟିଂ ଏଜେନ୍ସୀ କ୍ରିସିଲ୍ ର ଆକଳନ ଅନୁଯାୟୀ ଆନ୍ଧ୍ରପ୍ରଦେଶର ଏହି ନିଷ୍ପତ୍ତି ଏହାର ୫.୨ ଗିଗାୱାଟ୍ ସ୍ଥାପନ କ୍ଷମତାକୁ ପ୍ରଭାବିତ କରିଛି । ୨୧ ହଜାର କୋଟିର ଋଣ ବୋଝକୁ ବିପଦରେ ପକାଇଛି। ଉକ୍ତ ରେଟିଂ ଏଜେନ୍ସୀ ଦର୍ଶାଇଲା, ବ୍ୟାଙ୍କକୁ ଦେୟ ପୈଠ କରିବାରେ ଡିସକମ୍ ବିଳମ୍ବ କରିପାରେ । ଅକ୍ଷୟ ଶକ୍ତି କ୍ଷେତ୍ରକୁ ଦିଆଯାଇଥିବା ୧୦,୬୦୦ କୋଟି ଋଣ ଆଦାୟ ହୋଇ ନ ପାରେ । କେନ୍ଦ୍ର ସରକାର ଏହି ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କୁ ଏଥିପାଇଁ ନିର୍ଦ୍ଦୋଷ କୁହାଯିବ ନାହିଁ । ଜନପ୍ରିୟ ହେବା ଆଶାରେ ରାଜ୍ୟ ବିଦ୍ୟୁତ ବୋର୍ଡକୁ ଦେବାଳିଆ କରିଦିଆଯାଇଛି । ରାଜ୍ୟ ସରକାରମାନଙ୍କ ପାଇଁ ମୂଳ କଥାଟି ହେଉଛି, ୫% ଅକ୍ଷୟ ଶକ୍ତି କ୍ରୟ କରିବା ରାଜ୍ୟଗୁଡ଼ିକ ପାଇଁ ବାଧ୍ୟତାମୂଳକ ଥିବା ବେଳେ ୨୦୧୪ ରୁ ୨୦୧୯ ଯାଏଁ ପିପିଏ ମାନଙ୍କ ଦ୍ୱାରା ସ୍ୱାକ୍ଷରିତ ରାଜିନାମାରେ ଯଥେଷ୍ଟ ଅଧିକ ପ୍ରାବଧାନ ରହିଲା । ୨୦୧୭ରେ ଅକ୍ଷୟ ଶକ୍ତି କ୍ଷେତ୍ର ରେ ପ୍ରକଳ୍ପ ପାଇବା ପାଇଁ କମ୍ପିଟେଟିଭ୍ ବିଡିଂ ବ୍ୟବସ୍ଥା ପ୍ରଚଳନ କରାଗଲା । ନିର୍ଦ୍ଦିଷ୍ଟ ଶୁଳ୍କ(ଫିଡ୍‌-ଇନ୍‌-ଟାରିଫ୍‌) ଧାର୍ଯ୍ୟ କରି ରାଜ୍ୟମାନେ ଡେଭେଲର୍ ମାନଙ୍କୁ ଆମନ୍ତ୍ରଣ କଲେ । ହାଇଦ୍ରାବାଦସ୍ଥିତ କମ୍ପାନୀର ପ୍ଲାଣ୍ଟ ରାଜ୍ୟରେ କିଲୋୱାଟ୍ ପିଛା ୫ ଟଙ୍କା ୭୪ ପଇସାରେ ବିଜୁଳି ବିକ୍ରି କଲେ । ଯେତେବେଳେ କି ସୌରଶକ୍ତି ଶୁଳ୍କ (ସୋଲାର୍ଟାରିଫ୍‌) କିଲୋୱାଟ୍ ପିଛା ୨ ଟଙ୍କା ୪୪ ପଇସାକୁ ହ୍ରାସ୍ ପାଇଥିଲା ।

ଏଥିସହ ରାଜ୍ୟ ଡିସକମ୍ ଗୁଡ଼ିକର ଦେୟବଢ଼ିଯାଇଥିଲା । ଯାହାକି ସଙ୍କଟର ସୂଚନା ଥିଲା । କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ଜୁଲାଇ ୨୦୧୯ ସୁଦ୍ଧା ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ(ଡିସକମ୍‌) ମାନଙ୍କ ଉପରେ ଅକ୍ଷୟ ଶକ୍ତି କମ୍ପାନୀଗୁଡ଼ିକର ୯,୭୩୫.୬୨ କୋଟି ଟଙ୍କା ଦେୟ ପଡ଼ିରହିଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ତେଲେଙ୍ଗାନା କେବଳ ଏହି ତିନୋଟି ରାଜ୍ୟରୁ ୬,୫୦୦ କୋଟି ଟଙ୍କା ଅନାଦେୟ ଅଛି । ସେଥିମଧ୍ୟରେ ଆନ୍ଧ୍ରପ୍ରଦେଶ ଡିସକମ୍ ଖିଲାପୀ ତାଲିକା ଶୀର୍ଷରେ ଅଛି । ୧୩ ମାସ ଧରି ଦେୟ ପୈଠ କରିନାହିଁ । ଡିସକମ୍ ମାନଙ୍କଠାରୁ ପୈଠ ପାଇବାରେ ଅନିଶ୍ଚିତତା ସତ୍ବେ ଆମକୁ ଅକ୍ଷୟ ଶକ୍ତି କ୍ଷେତ୍ର ହିଁ ବଡ଼ ସଫଳତା ଦେଇଛି । କିନ୍ତୁ ବିଦ୍ୟୁତ କ୍ଷେତ୍ରର ଭାଗ୍ୟ ସେହି ବିତରଣ କମ୍ପାନୀଙ୍କ ହାତରେ ବନ୍ଧାପଡ଼ିଛି । ଏ କ୍ଷେତ୍ରରେ ଅନ୍ୟ ରାଜ୍ୟଗୁଡ଼ିକରେ ନୀତି ପରିବର୍ତ୍ତନ ମଧ୍ୟ ଅଚାନକ ଓ ଅନିଶ୍ଚିତ ହୋଇପଡ଼ିଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ଲାଗୁ ଶୁଳ୍କ ବିବାଦର ସମାଧାନ ପାଇଁ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ରାଜ୍ୟମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ରାଜ୍ୟ ଡିସକମ୍ ମାନଙ୍କୁ ବିଜୁଳି ଦେଲେ ଯାଇ ରାଜ୍ୟ ଭିତରେ ଜମି ବ୍ୟବହାର ପାଇଁ ପ୍ରକଳ୍ପଗୁଡ଼ିକୁ ଅନୁମତି ଦିଆଯିବ ବୋଲି ଗତବର୍ଷ ଗୁଜୁରାଟସରକାର ନିଷ୍ପତ୍ତି ନେଇଥିଲେ । ପ୍ରକଳ୍ପଗୁଡ଼ିକ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ସଂସ୍ଥାର ଆଇନକୁ ମାନି ନ ଥିଲେ । ସୌରଶକ୍ତି କ୍ଷେତ୍ରରେ ଚଳଚଞ୍ଚଳ ରାଜସ୍ଥାନ ବାହାର ରାଜ୍ୟକୁ ବିଦ୍ୟୁତ ବିକ୍ରୀ କରୁଥିବା ପ୍ରକଳ୍ପଗୁଡ଼ିକ ଉପରେ ମେଗାୱାଟ୍ ପିଛା ୨.୫ ରୁ ୫ ଲକ୍ଷ ଟଙ୍କା ଚାର୍ଜ ବସାଇବାକୁ ନିକଟରେ ଘୋଷଣା କରିଛନ୍ତି।

ସୌର କ୍ଷେତ୍ରରେ ଅନେକ ସମସ୍ୟା ଲୁଚି ରହିଛି । ମୁଦ୍ରା ରିସ୍କ ସେଥିରୁ ବଡ଼ ସମସ୍ୟା । ଯନ୍ତ୍ରପାତିଗୁଡ଼ିକ ଆମଦାନୀ ହେଉଥିବାରୁ ତାହାର ମୂଲ୍ୟରେ ସ୍ଥିରତା ନାହିଁ । କିଛି ରାଜ୍ୟରେ ନିୟାମକ ସମସ୍ୟା ଏବଂ ଋଣ ପରିଶୋଧର ଉପଲବ୍ଧତା ଆହୁରି ବଡ଼ ଆହ୍ବାନ ହୋଇ ଠିଆ ହୋଇଛି। ଅକ୍ଷୟ ଶକ୍ତି ଉଦ୍ୟୋଗ ଏ ପର୍ଯ୍ୟନ୍ତ ପ୍ରାୟତଃ ପ୍ରାଇଭେଟ୍ ଇକ୍ୱିଟି (ପିଇ) ନିବେଶ ଦ୍ୱାରା ଚାଲି ଆସୁଛି । ତେବେ ନିବେଶକୁ
ଆକର୍ଷଣ କରୁଥିବା ଫାର୍ମ ସଂଖ୍ୟା ଦୁର୍ବଳ ହୋଇଯାଉଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରାଇଭେଟ୍ ଇକ୍ୱିଟି ନିବେଶ ୨୦୧୮ରେ ୧.୯୩ ବିଲିୟନ୍ ଡଲାରରେ ସ୍ଥିର ଥିବା ବେଳେ ୨୦୧୯ରୁ ଏ ପର୍ଯ୍ୟନ୍ତ ୧.୮ ବିଲିୟନ୍ ଡଲାର ରହିଛି । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ବୃହତ୍ତ ବ୍ୟାଙ୍କ ୟୁନିଟ୍ ପିଛା ୩ ଟଙ୍କାରୁ କମ୍ ମୂଲ୍ୟରେ ବିଦ୍ୟୁତ ବିକ୍ରୀ କରୁଥିବା ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକୁ ଋଣ ଦେଉନାହାନ୍ତି । ଅକ୍ଷୟ ଶକ୍ତି କ୍ଷେତ୍ରର ଭବିଷ୍ୟତ ନେଇ ଅଧିକାଂଶ ଋଣଦାତା ମୁହଁ ଖୋଲୁନାହାନ୍ତି । ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ସ୍ଥିତି ସଙ୍ଗୀନ । ବିଦ୍ୟୁତ ବିତରଣ କମ୍ପାନୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ପରିପ୍ରେକ୍ଷୀରେ ଅଧିକାଂଶ ଅକ୍ଷୟ ଶକ୍ତି ଫାର୍ମକୁ ୱାର୍କିଂ କ୍ୟାପିଟାଲ୍ ର ଚାପ ସମ୍ଭାଳିବାକୁ ପଡୁଛି । ଏଭଳିସ୍ଥଳେ ଋଣଦେବାକୁ ଚାହୁଁଥିବା ବ୍ୟକ୍ତିମାନେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ପ୍ରକଳ୍ପକୁ ନାକ ଟେକୁଛନ୍ତି । କାରଣ ଋଣ ଖିଲାପର ମାତ୍ରାଧିକ ରିସ୍କ ନେବାକୁ କେହି ଚାହୁଁନାହାନ୍ତି । ବର୍ଦ୍ଧିତ ରିସ୍କ ଏବଂ ପରିଚାଳନାଗତ ଅନିଶ୍ଚିତତା ବାହାରେ ଅନ୍ୟ ଏକ ଉଦବେଗର ବିଷୟ ହେଉଛି ଭାରତରେ ଗୁଣାତ୍ମକ ସୌରଶକ୍ତି ସ୍ଥାପନା । ଚୀନ୍ ରୁ ଶସ୍ତାରେ ପାନେଲ୍ କିଣି କାମଚଳା ମାନସିକତାରେ ଅଧିକାଂଶ ରହୁଛନ୍ତି ।

ବିଭିନ୍ନ ରାଜ୍ୟରେ ସ୍ଥାପିତ ସୌର ପ୍ଲାଣ୍ଟଗୁଡ଼ିକର ସ୍ଥିତି ଅନୁଧ୍ୟାନ କଲା ପରେ ଯେଉଁ ତଥ୍ୟ ମିଳୁଛି ତାହା ସାଂଘାତିକ । ଭାରତୀୟ ଡେଭେଲପର୍ ମାନେ ବ୍ୟବହାର କରୁଥିବା ମୋଡ୍ୟୁଲ୍ ଗୁଡ଼ିକର ମାନ ଆଶାଠାରୁ ବହୁତ ଅଧିକ ନିମ୍ନସ୍ତରର । ସାଧାରଣତଃ, ଏହି ନିମ୍ନଗାମୀ ହାର(ଡିଗ୍ରେଡେସନ୍‌) ବାର୍ଷିକ ୦.୮% ବୋଲି ଆମେ ଧରିଥାଉ । ସେହି ହିସାବରେ ଏକ ସୌରଶକ୍ତି ପ୍ଲାଣ୍ଟରୁ ଉତ୍ପାଦନ ପ୍ରତିବର୍ଷ ୦.୮% ହାରରେ ହ୍ରାସ୍ ପାଉଥିବା କହିହେବ । ମାତ୍ର ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଯେ ଗୋଟିଏ ପ୍ଲାଣ୍ଟ ୪/ ବର୍ଷ ଅପରେସନ୍ ପରେ, ବାର୍ଷିକ ହାରାହାରି ନିମ୍ନଗାମୀ ହାର ୨ରୁ ୩ ପ୍ରତିଶତ ରହୁଛି । ୨୦୧୬ ରେ ମୁମ୍ବାଇ ଆଇଆଇଟିର ଏକ ବିଶେଷଜ୍ଞ ଦଳ ଦ୍ୱାରା ଫଟୋଭୋଲଟେକ୍‌(ପିଭି) ମୋଡ୍ୟୁଲସ୍ ବିଶ୍ୱସନୀୟତା ଉପରେ ସର୍ବଭାରତୀୟସ୍ତରରେ ଏକ ସର୍ଭେ କରାଯାଇଥିଲା । ସେଥିରେ ସୋଲାର୍ ମୋଡ୍ୟୁଲ୍ ର ମାନ ଏବଂ ଡିଗ୍ରେଡେସନ୍ ହାରରେ ଉଲ୍ଲେଖନୀୟ ଫରକ୍ ଦେଖିବାକୁ ମିଳିଲା । ପିଭି ସେଲ୍ ରେ ଏହି ମାନ (କ୍ୱାଲିଟି) ସମସ୍ୟା ମୂଲ୍ୟ (ପ୍ରାଇସିଂ) ଏବଂ ପ୍ଲାଣ୍ଟ ଆରମ୍ଭ କରିବାର ଧାର୍ଯ୍ୟ ସମୟ ଉପରେ ଖରାପ ପ୍ରଭାବ ପକାଇବ ବୋଲି ସର୍ଭେରେ ସତର୍କ କରାଯାଇଥିଲା । ମୋଡ୍ୟୁଲସ୍ ବାଛି ଆମଦାନୀ କରିବା ପୂର୍ବରୁ ଭଲଭାବେ ଅନୁଧ୍ୟାନ କରିବା ପାଇଁ ସତର୍କ କରାଇଥିଲେ ବିଶେଷଜ୍ଞ । ଭାରତରେ ପ୍ଲାଣ୍ଟ ସ୍ଥାପନ ବେଳେ ଭାରତୀୟ ଡେଭେଲପର୍ ମାନେ କ୍ୱଚିତ ଟାୟାର-୧ ପ୍ୟାନେଲ୍ ମାନଫ୍ୟାକଚର୍ସ ବ୍ୟବହାର କରନ୍ତି । ସବୁଠାରୁ ଭଲ ମାନର ଟାୟାର-୧ ମାନଫ୍ୟାକଚର୍ସର କ୍ଷୟକ୍ଷତି (ଡିଗ୍ରେଡ୍‌) ହାର ୭ ବର୍ଷ ପରେ ବି ୦.୮ ରୁ ୦.୯% । କିନ୍ତୁ ଭାରତରେ ଏହାର ବ୍ୟବହାର ବେଶୀ ଦେଖିବାକୁ ମିଳେନାହିଁ ।

ଭାରତୀୟ ଆଇପିପି ମାନେ ଚୀନ୍ ଠାରୁ ସେକେଣ୍ଡ-ଟାୟାର୍ କିମ୍ବା ନିମ୍ନମାନର ଟାୟାର-୧ କିଣୁଛନ୍ତି । ଭାରତକୁ ମୋଡ୍ୟୁଲସ୍ ଆମଦାନୀ ଉପରେ ସରକାରୀ ମାନଦଣ୍ଡ ସଠିକ୍ ନଥିବାରୁ ଏଭଳି ଅବସ୍ଥା ଦେଖାଦେଇଛି । ଏଥିରେ ବ୍ୟବହୃତ ସିଲିକନ୍ ର ଶୁଷ୍କତା ମାପିବାକୁ କେହି ନାହାନ୍ତି । ଯଦି ବଜାରରେ ମିଳୁଥିବା ଭଲମାନର ମୋଡ୍ୟୁଲସ୍ ବ୍ୟବହାର ହୁଅନ୍ତା, ବର୍ତ୍ତମାନର ଏତେ କମ୍ ଶୁଳ୍କରେ ସୌର ଶକ୍ତି ଉତ୍ପାଦନ ସମ୍ଭବ ହୁଅନ୍ତାନି ଅକ୍ଷୟ ଶକ୍ତି ଉଦ୍ୟୋଗ ଉପରେ ପ୍ରବଳ ଚାପ ପଛରେ ବିଦ୍ୟୁତ ଚାହିଦା ବୃଦ୍ଧି ବିଶେଷ କରି ଅଧିକ ବିଜୁଳି ବ୍ୟବହାର କରୁଥିବା ଶିଳ୍ପ ଆଡୁ ଥିଲା । ମାତ୍ର ଆଶା ବାହାରେ ଏହା ମନ୍ଥର ଅବସ୍ଥାକୁ ଚାଲିଆସିଛି । କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷଙ୍କ ତଥ୍ର ମୁତାବକ ସର୍ବଭାରତୀୟ ବିଦ୍ୟୁତ ଚାହିଦା ଅଭିବୃଦ୍ଧି ହାର ବର୍ଷକ ତଳେ ୬% ଥିଲା ବେଳେ ଗତବର୍ଷ ଏପ୍ରିଲ୍‌-ସେପ୍ଟେମ୍ବରରେ ତାହା ୪.୪% କୁ ଖସି ଆସିଛି । ଯଦି ଅର୍ଥନୀତି ଅଭିବୃଦ୍ଧି ସାଙ୍ଗକୁ ବିଜୁଳି ଚାହିଦା ବୃଦ୍ଧି ପାଆନ୍ତା କୌଣସି ସମସ୍ୟା ହୁଏତ ରୁହନ୍ତା ନାହିଁ ।

ଆଜି ବିଦ୍ୟୁତ ବିତରଣ କମ୍ପାନୀମାନେ ବ୍ୟୟବହୁଳ ବିଦ୍ୟୁତ କିଣିବାକୁ ବାଧ୍ୟ ହେଉଛନ୍ତି ଏବଂ ରାଜନୈତିକ ଚାପ ଯୋଗୁଁ ଗ୍ରାହକମାନଙ୍କ ଉପରେ ଶୁଳ୍କ ବୃଦ୍ଧି କରିପାରୁନାହାନ୍ତି । ଅର୍ଥନୈତିକ ଅଭିବୃଦ୍ଧି ନ ସୁଧାରିଲା ଯାଏଁ ଅବସ୍ଥାରେ ପରିବର୍ତ୍ତନ ହେବ ନାହିଁ । ସୋଲାର ପ୍ୟାନେଲ୍ ପାଇଁ ଆମକୁ ସୁଦୃଢ଼ ନିର୍ମାଣ ବେସ୍ ବନାଇବାର ଆବଶ୍ୟକତା ରହିଛି । ଏହା ହେଲେ ଆମର ୯୦%ଆମଦାନୀକୁ ହ୍ରାସ୍ କରାଯାଇପାରିବ । ଏହି ବିଶାଳ ଆମଦାନୀ ଯୋଗୁଁ ଆମକୁ ମୂଲ୍ୟବାନ ବିଦେଶୀ ମୁଦ୍ରା ହରାଇବାକୁ ପଡୁଛି । କେବଳ ଘରୋଇ ବଜାରରେ ଏହାକୁ ଉପଲବ୍ଧ କରାଇ ପାରିଲେ ଯାଇ ଭାରତ ପାଇଁ ପରିବେଶ ଅନୁକୂଳ ହେବ । ଶକ୍ତି ଉଦ୍ୟୋଗକୁ ଶକ୍ତିଶାଳୀ କରି ଅଭିବୃଦ୍ଧି ବଜାୟ ରଖିବା ପାଇଁ କିଛି ନୀତି ଓ କାର୍ଯ୍ୟାନ୍ୱୟରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ବିଶ୍ୱ ନିବେଶକାରୀଙ୍କ ପାଇଁ ଆକର୍ଷଣ ରଖୁଥିବା ଏହି କ୍ଷେତ୍ରକୁ ସବଳ କରିବାକୁ ହେଲେ ଏଥିପ୍ରତିୠମ୍ଭୀରତାର ସହ ଧ୍ୟାନ ଦେବାକୁ ପଡ଼ିବ । ନିଲାମ ପ୍ରକ୍ରିୟାରେ ସାଧୁତା ରକ୍ଷା ସହ ନିବେଶକାରୀଙ୍କ ପାଇଁ ଅନୁକୂଳ ବାତାବରଣ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଦେୟ ପୈଠ କରିବାରେ ରେ ବିଦ୍ୟୁତ ବିତରଣ କମ୍ପାନୀମାନେ ମାସ ମାସ ଧରି ବିଳମ୍ବ କରୁଛନ୍ତି । ଏହି କମ୍ପାନୀମାନଙ୍କର ଆର୍ଥିକ ଦୁର୍ବଳତା ସହ ଏହା ସିଧାସଳଖ ଜଡ଼ିତ । ଏହି ସମସ୍ୟା ନ ସୁଧାରିଲେ ସାମାନ୍ୟ ଲାଭ ଏବଂ କ୍ଷୁଦ୍ର ପୁଞ୍ଜିରେ ଚାଲୁଥିବା ଅକ୍ଷୟ ଶକ୍ତି କମ୍ପାନୀ ମାନେ ତିଷ୍ଠି ରହିବା କଷ୍ଟକର ।

(ପିଭି ରାଓ, ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପେନାର ଇଣ୍ଡଷ୍ଟ୍ରିଜ୍‌)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.