ETV Bharat / bharat

ସଫ୍ଟୱେୟାର ଇଞ୍ଜିନିୟରରୁ ଅନ୍ତର୍ଜାତୀୟ ହ୍ୟାକର

author img

By

Published : Jan 16, 2021, 6:33 AM IST

କର୍ଣ୍ଣାଟକ କ୍ରାଇମବ୍ରାଞ୍ଚ ଜଣେ ଅନ୍ତର୍ଜାତୀୟ ହ୍ୟାକରକୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ 9 କୋଟି ମୂଲ୍ୟର 31ଟି ବିଟକଏନ୍ସ ଜବତ କରିଛି । ଅଧିକ ପଢନ୍ତୁ...

ସଫ୍ଟୱେୟାର ଇଞ୍ଜିନିୟରରୁ ଅନ୍ତର୍ଜାତୀୟ ହ୍ୟାକର
ସଫ୍ଟୱେୟାର ଇଞ୍ଜିନିୟରରୁ ଅନ୍ତର୍ଜାତୀୟ ହ୍ୟାକର

ବେଙ୍ଗାଲୁରୁ: କର୍ଣ୍ଣାଟକ କ୍ରାଇମବ୍ରାଞ୍ଚ ଜଣେ ଅନ୍ତର୍ଜାତୀୟ ହ୍ୟାକରକୁ ଗିରଫ କରିଛି । ଅଭିଯୁକ୍ତଟି କର୍ଣ୍ଣାଟକ ସରକାରୀ ଓ୍ବେବସାଇଟ ସହ ବିଭିନ୍ନ ବିଦେଶୀ ଓ୍ବେବସାଇଟ ହ୍ୟାକିଙ୍ଗରେ ସମ୍ପୃକ୍ତ ରହିଛି । ଅଭିଯୁକ୍ତ ଜଣକ ବେଙ୍ଗାଲୁରୁର 25 ବର୍ଷୀୟ ଶ୍ରୀ କ୍ରିଷ୍ଣ ଅଲିଆସ ଶ୍ରୀକି ଏବଂ ସେ ସଫ୍ଟୱେୟାର ଇଞ୍ଜିନିୟର ବୋଲି ଜଣାପଡିଛି । କମ୍ପ୍ୟୁଟର ଏବଂ ଇଣ୍ଟରନେଟ ଉପରେ ତାର ଗଭୀର ଜ୍ଞାନ ରହିଛି । ଯୁବକଙ୍କ ନିକଟରୁ 9 କୋଟି ଟଙ୍କା ମୂଲ୍ୟର 31ଟି ବିଟକଏନ୍ସ ଜବତ କରିଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ଅଗଷ୍ଟ 2019 ମସିହାରେ ଅଭିଯୁକ୍ତଟି ସରକାରଙ୍କ ଇ-କ୍ରୟ ପୋର୍ଟାଲରୁ 11 କୋଟି ଟଙ୍କା ଚୋରି କରିଥିବା ଜଣାପଡିଛି । ତେବେ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ହ୍ୟାକରକୁ ଗିରଫ କରିବା ସହ 13 ଦିନ ପାଇଁ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି ।

ଶ୍ରୀକି ଡାଟା ଏବଂ ଟଙ୍କା ଚୋରି କରିବା ପାଇଁ ୱେବସାଇଟ ହ୍ୟାକ କରିଥାଏ । ପରେ ସେ ଏହାକୁ ବିଟକଏନ୍ସରେ ରୂପାନ୍ତରିତ କରି ଡାର୍କନେଟ ସାଇଟରୁ ଡ୍ରଗ୍ସ କିଣିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.