ହାଇଦ୍ରାବାଦ: ରାତି ପାହିଲା ବେଳକୁ ଏପରି ଚାଞ୍ଚଲ୍ୟକର ଘଟଣା ଯେ ସର୍ବ ସମ୍ମୁଖକୁ ଆସିବ ତାହା କାହାକୁ ଜଣା ନଥିଲା । ଜଣେ ମୁର୍ଖ କିମ୍ବା ଅପାଠୁଆ ଲୋକ ଏପରି କରିବା ମଧ୍ୟ ଅବିଶ୍ବାସ ବାହାରେ । କିନ୍ତୁ ଏପରି ଜଘନ୍ୟ ଆଉ ଦୟନୀୟ କର୍ମ କରିଛନ୍ତି ଜଣେ ଉଚ୍ଚ ଶିକ୍ଷିତ ସଫ୍ଟୱେୟାର ଇଞ୍ଜିନିୟର ।
ପତ୍ନୀ ଓ ଦୁଇ କଅଁଳ ଶିଶୁ ପୁତ୍ରକୁ ଖାଦ୍ୟରେ ବିଷ ଦେବା ସହିତ ନିଜେ ଆତ୍ମହତ୍ୟା କରିଛନ୍ତି । ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ହସ୍ତିନାପୁର ଅଞ୍ଚଳରେ ଘଟିଛି ଏପରି ନୃଶଂସ କାଣ୍ଡ । ସ୍ବାମୀ ପ୍ରଦୀପ (33) ଓ ପତ୍ନୀ (29) ସମେତ ଦୁଇ ପୁତ୍ର କୃଷ୍ଣ (6), ଜୟା କୃଷ୍ଣ (2)ର ମୃତ୍ୟୁ ଘଟିଛି । ଶନିବାର ରାତିରେ ଏପରି ଘଟଣା ଘଟିଥିବାବେଳେ ରବିବାର ଜଣାପଡ଼ିଥିଲା ।
ପାରିବାରିକ କଳହ ଏବଂ ଆର୍ଥିକ ସମସ୍ୟା ଯୋଗୁଁ ପ୍ରଦୀପ ଏପରି କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ପ୍ରଦୀପ କୁମାର ଆଇବିଏମରେ ଏକ ସଫ୍ଟୱେୟାର କମ୍ପାନୀ ଭାବରେ କାର୍ଯ୍ୟ କରୁଥିଲେ । ଦୁଇ ବର୍ଷ ପୂର୍ବେ ହସ୍ତିନାପୁରାର ସାଣ୍ଟୋସିମାଟା କଲୋନୀରେ ଏକ ଘର ନିର୍ମାଣ କରିଥିଲେ । ପ୍ରଦୀପ ଆର୍ଥିକ ଅସୁବିଧା ହେତୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ