ETV Bharat / bharat

କୋଭିଡ-19 ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କଲେ କଂଗ୍ରେସ ବିଧାୟକ

author img

By

Published : Jun 14, 2020, 1:41 PM IST

ସାମାଜିକ ଦୂରତ୍ବକୁ ଫୁ କରି ଉଡାଇ ଦେଇଛନ୍ତି ଛତିଶଗଡର କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ...

କୋଭିଡ-19 ନିୟମକୁ ଖୋଲାଖୋଲି ଉଲଙ୍ଘନ କଲେ କଂଗ୍ରେସ ବିଧାୟକ ଭିନୟ ଜୟସ୍ୱାଲ

ରାୟପୁର: କୋରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ବ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । କିନ୍ତୁ ଏହି ସାମାଜିକ ଦୂରତ୍ବକୁ ଫୁ କରି ଉଡାଇ ଦେଇଛନ୍ତି ଛତିଶଗଡର କଂଗ୍ରେସ ବିଧାୟକ । ତେବେ କଂଗ୍ରେସ ବିଧାୟକ ଭିନୟ ଜୟସ୍ୱାଲଙ୍କ ଦ୍ୱାରା ଆୟୋଜିତ ଏକ ପ୍ରତିବାଦରେ ସାମାଜିକ ଦୂରତ୍ୱର ନିୟମକୁ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି ।

ଏକ କମ୍ପାନୀର 32 ଜଣ କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦାବିରେ ଜୟସ୍ୱାଲ ଏକ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଘଟଣାର ଏକ ଭିଡିଓରେ ଜୟସ୍ବାଲଙ୍କୁ ପ୍ରାୟ 12 ଜଣ ବିକ୍ଷୋଭକାରୀ ଘେରି ରହିଥିବାର ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ମଧ୍ୟରୁ କେତେକ ବିନା ମାସ୍କରେ ଥିଲେ । କୋଭିଡ -19 ମହାମାରୀ ମଧ୍ୟରେ ଶ୍ରମିକଙ୍କ ବହିଷ୍କାର ବିରୋଧରେ ସେମାନେ ପୋଷ୍ଟର ଧରି ନାରା ଲଗାଇଥିଲେ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.