ETV Bharat / bharat

ତୃପ୍ତି ଦେଶାଇଙ୍କ ଶିରିଡ଼ି ଦର୍ଶନରେ କଟକଣା ଲଗାଇଲା ପ୍ରଶାସନ - Maharashtra Shirdi temple issue

ମହାରାଷ୍ଟ୍ରର ଶିରିଡ଼ି ମନ୍ଦିର ଭିତରକୁ ପ୍ରବେଶ କରିପାରିବେନେ ସାମାଜିକ କର୍ମୀ ତୃପ୍ତି ଦେଶାଇ। ଶିରିଡ଼ି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବେଶପୋଷାକ ନିୟମକୁ ବିରୋଧ କରିଥିଲେ ତୃପ୍ତି ଦେଶାଇ। ଅଧିକ ପଢ଼ନ୍ତୁ...

Social activist Trupti Desai cant go to the Shirdi temple in Maharashtra during decemeber 8 to 11
ସାମାଜିକ କର୍ମୀ ତୃପ୍ତି ଦେଶାଇଙ୍କ ମହାରାଷ୍ଟ୍ରର ଶିରିଡ଼ି ମନ୍ଦିର ପ୍ରବେଶ ଉପରେ କଟକଣା
author img

By

Published : Dec 8, 2020, 9:12 PM IST

ମୁମ୍ବାଇ: ମହାରାଷ୍ଟ୍ରର ଶିରିଡ଼ି ମନ୍ଦିର ଭିତରକୁ ପ୍ରବେଶ କରିପାରିବେନେ ସାମାଜିକ କର୍ମୀ ତୃପ୍ତି ଦେଶାଇ। ଡିସେମ୍ବର 8 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ତୃପ୍ତି ଦେଶାଇଙ୍କ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏହି ସମୟରେ ସାମାଜିକ କର୍ମୀ ଜଣକ ସେଠାରେ ଉପସ୍ଥିତ ରହିଲେ ଦେଶରେ ସେଠାରେ ଅସନ୍ତୋଷ ଜନକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଛି।

ମହାରାଷ୍ଟ୍ରର ଶିରିଡି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ପାଇଁ ଏକ ବିଶେଷ ନିୟମ ରହିଛି। ଯେଉଁମାନେ ଭାରତୀୟ ବେଶଭୁଷା ପିନ୍ଧିଥିବେ ସେହି ମାନଙ୍କୁ ହିଁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଉଛି। ଏହାର ବିରୋଧ କରିଥିଲେ ସାମାଜିକ କର୍ମୀ ତୃପ୍ତି ଦେଶାଇ। ଏଭଳି ନିୟମ ବନ୍ଦ କରିବାକୁ ସେ ଦାବି କରିଥିଲେ। ଏହାକୁ ମନ୍ଦିର ପରିସରରେ ଲାଗିଥିବା ପରାମର୍ଶ ବୋର୍ଡକୁ ମଧ୍ୟ ସେ ହଟାଇବାକୁ ଦାବି କରିଥିଲେ। ଏହା ନକଲେ ସେ ଓ ତାଙ୍କ ସାଥି ମନ୍ଦିର ଭିତରକୁ ଯାଇ ଏହି ବୋର୍ଡକୁ ହଟାଇ ଦେବେ ବୋଲି ଧମକ ଦେଇଥିଲେ।

ମନ୍ଦିରରେ କେବଳ ଶ୍ରଦ୍ଧାଳୁଙ୍କ ପାଇଁ କାହିଁକି ନିୟମ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହାଦ୍ବାରା ଅଭିବ୍ୟକ୍ତିର ସ୍ବାଧିନତା କ୍ଷୁର୍ଣ୍ଣ ହେଉଛି ବୋଲି ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ମହାରାଷ୍ଟ୍ରରେ ତାଙ୍କୁ ବିରୋଧ କରାଯାଇଥିଲା। ଜଣଙ୍କ ବେଶ ପୋଷାକ କିଭଳି ହେବା ଆବଶ୍ୟକ ତାହା କେହି କହି ପାରିବେ ନାହିଁ ବୋଲି ସେ କହିଥିଲେ।

ଡିସେମ୍ବର 8 ତାରିଖରୁ 11 ତାରିଖ ମଧ୍ୟରେ ମହାରାଷ୍ଟ୍ରର ଶିରିଡ଼ି ମନ୍ଦିରରେ ବିଶେଷ କାର୍ଯ୍ୟକ୍ରମ ରିହଛି। ଏହି ସମୟରେ ତୃପ୍ତି ଦେଶାଇ ମନ୍ଦିର ଯିବା କାର୍ଯ୍ୟକ୍ରମ ରହିଥିଲା। ମନ୍ଦିର ଭିତରକୁ ପ୍ରବେଶ କରିବା ନେଇ ଙ୍କ ଉପରେ କଟକଣା ଜାରି ହୋଇଛି। ଏଥିରେ ଖିଲାପ କଲେ ଆଇପିସି ଧାରା 188ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.