ETV Bharat / bharat

ଉତ୍ତରାଖଣ୍ଡରେ ବରଫପାତ ସହ କୁଆପଥର ବର୍ଷା ସମ୍ଭାବନା - ଉତ୍ତରାଖଣ୍ଡରେ ବର୍ଷା ସହ କୁଆପଥ ପଡିବା ନେଇ ଆଲର୍ଟ

ଦେବଭୂମି ଉତ୍ତରାଖଣ୍ଡରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ପାହାଡି ରାଜ୍ୟରେ ଜାରି ରହିଥିବା ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ।

Snow fall
ଉତ୍ତରାଖଣ୍ଡରେ ବର୍ଷା ସହ କୁଆପଥ ପଡିବା ନେଇ ଆର୍ଲଟ ଜାରି
author img

By

Published : Jan 6, 2020, 11:15 AM IST

ଡେରାଡୁନ: ପାହାଡି ରାଜ୍ୟ ଦେବଭୂମି ଉତ୍ତରାଖଣ୍ଡରେ ଜାରି ରହିଛି ବରଫପାତ । ଯେଉଁଥି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଆଗକୁ ଆହୁରି 3-4 ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବା ସହ ଆଗାମୀ ଦିନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟରେ ଲୋକଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସଜାଗ ରହିଛି ପ୍ରଶାସନ ।

ଉତ୍ତରାଖଣ୍ଡର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଡା. ଦୀପଶିଖା ରାଓ୍ବତଙ୍କ କହିବା ଅନୁସାରେ, ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି ହେବା ପରେ ସମସ୍ତ ବିଭାଗକୁ ସତର୍କ କରାଯାଇଛି । ଲୋକନିର୍ମାଣ ବିଭାଗ, ଜଳ ସଂସ୍ଥାନ ଆଦି ବିଭାଗର କର୍ମଚାରୀଙ୍କୁ ପାହାଡର ଉପର ଅଞ୍ଚଳରେ ଜେସିବି ସହ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସହ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Snow fall
ଉତ୍ତରାଖଣ୍ଡରେ ବର୍ଷା ସହ କୁଆପଥ ପଡିବା ନେଇ ଆର୍ଲଟ ଜାରି

ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କତା ଅନୁସାରେ ମୌସୋରୀ, ଚକରାତା, ଧନୌଲଟି ଓ ନୈନିତାଲରେ 1 ରୁ 2 ଫୁଟର ବରଫ ପଡିବା ନେଇ ଆଶଙ୍କା କରାଯାଉଛି । ଏହାସହିତ କୁଆପଥର ବର୍ଷା ହେବା ଫଳରେ ରାଜ୍ୟରେ ଥଣ୍ଡାର ପ୍ରକୋପ ବଢିବା ନେଇ ଆଶଙ୍କା ରହିଛି । ରାଜଧାନୀ ଡେରାଡୁନରେ ସର୍ବୋଚ୍ଚ ତାପମାତ୍ରା 19.4 ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା 3.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Snow fall
ଉତ୍ତରାଖଣ୍ଡରେ ଜାରି ରହିଛି ବରଫପାତ

ସେହିପରି ପନ୍ତନଗରରେ ସର୍ବୋଚ୍ଚ ତାପମାତ୍ରା 19.7 ଡିଗ୍ରୀ, ସର୍ବନିମ୍ନ 3.2, ମୁକ୍ତେଶ୍ବରରେ ସର୍ବୋଚ୍ଚ 7.1 ଓ ସର୍ବନିମ୍ନ 2.1 ରହିଥିବା ବେଳେ, ଟିହରୀରେ ସର୍ବୋଚ୍ଚ ତାପମାତ୍ରା 6.8 ଓ ସର୍ବନିମ୍ନ 1.0 ରେକର୍ଡ କରାଯାଇଛି। ଆସନ୍ତା 2 ଦିନ ଧରି ଉତ୍ତରାଖଣ୍ଡର ତଳିଆ ଅଞ୍ଚଳରେ ବରଫ ଓ କୁଆପଥର ସହ ପାହାଡିଆ ଅଞ୍ଚଳରେ ବରଫ ପାତ ହେବ ବୋଲି ଜଣାପଡିଛି । ଏହାର ମଜା ଉଠାଇବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Intro:Body:

g

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.