ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଜାରି ରହିଛି ପ୍ରବଳ ତୁଷାରପାତ । ଯେଉଁଥିପାଇଁ ରାସ୍ତା ଘାଟ ପୁରା ଜାମ ହୋଇ ରହିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି । ଏତେ ମାତ୍ରାରେ ବରଫବର୍ଷା ହେଉଛିଯେ, ଘରୁ ବାହାରିବା ସମ୍ଭବ ହେଉନାହିଁ। ଏବେ ଦେଶରେ ଲକଡାଉନ ଚାଲିଥିବାବେଳେ ନିଜର ଆବଶ୍ୟକ ସାମଗ୍ରୀ ଆଣିବାକୁ ମଧ୍ୟ ଲୋକେ ଘରୁ ବାହାରିପାରୁନାହାନ୍ତି ।
ଏହି ପରିପେକ୍ଷିରେ ବର୍ଡର ରୋଡ ଅର୍ଗାନାଇଜେସନ(ବିଆରଓ)ର ଯବାନମାନେ ମିଶି ମୁଗଲ ମାଇନସ ଡିଗ୍ରୀ ତାପମାତ୍ରାରେ ରୋଡର ରାଜୌରୀର ରାସ୍ତା ଉପରୁ ମେସିନରେ ବରଫ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି । ଏହି ରାସ୍ତା କାଶ୍ମୀର ଭ୍ୟାଲିକୁ ସଂଯୋଗ କରୁଛି ।