ETV Bharat / bharat

ରାହୁଲଙ୍କ ଇସ୍ତଫା ପରେ ‘ଜୟ ଶ୍ରୀରାମ’ କହିଲେ ସ୍ମୃତି - rahul-gandhi

ରାହୁଲଙ୍କ ଇସ୍ତଫାରେ ପ୍ରତିକ୍ରିୟା ଦେଇଛନ୍ତି  କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ସ୍ମୃତି ଇରାନୀ ।

ଫାଇଲ ଫଟୋ
author img

By

Published : Jul 3, 2019, 7:26 PM IST

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ଏହି ପଦକ୍ଷେପ ଉପରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ରାହୁଲଙ୍କୁ ଆମେଠିରେ ପରାଜୟର ସ୍ବାଦ ଚଖାଇଥିବା ବିଜେପି ସାଂସଦ ସ୍ମୃତି ଇରାନୀ । ରାହୁଲଙ୍କ ଇସ୍ତଫାକୁ ନେଇ ସେ ବିଶେଷ କିଛି କହି ନଥିଲେ ମଧ୍ୟ ସ୍ମିତହାସ୍ୟ ଦେଇ ଚାଲନ୍ତୁ, ଜୟ ଶ୍ରୀରାମ କହି ତାତ୍ସଲ୍ୟ କରିଛନ୍ତି ।

ସେପଟେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଏହାକୁ କଂଗ୍ରେସର ଆନ୍ତରିକ ବିଷୟ ବୋଲି କହିଛନ୍ତି । ସେହିପରି କଂଗ୍ରେସର ଅନେକ ନେତା ମଧ୍ୟ ରାହୁଲଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ପଦ ଛାଡିବା ନିଷ୍ପତ୍ତିକୁ ଦଳର ବହୁତ ବଡ କ୍ଷତି ବୋଲି କଂଗ୍ରେସ ନେତା ଡିକେ ଶିବ କୁମାର କହିଛନ୍ତି ।

ସେହିପରି କବି ତଥା ଆମ ଆଦମି ପାର୍ଟିର ନେତା ରାହୁଲଙ୍କ ଇସ୍ତଫା ଉପରେ ଟ୍ବିଟ କରି କହିଛନ୍ତି, କଂଗ୍ରେସର ହତାଶ ହେବା ମୋ ଭାବନାରୁ ବାହାରେ ।

Intro:Body:

dfsd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.