ETV Bharat / bharat

ସାର୍ବଜନିନ ସ୍ଥାନରେ ଜନ୍ମଦିନ ପାଳନ କଲେ ହେବ ଜେଲ ! - public place

ଜନ୍ମଦିନ ପାଳନ କରିବା ସମୟରେ ପରସ୍ପର ଉପରେ କେକ୍‌, ଫୋମ କିମ୍ବା କୌଣସି ପ୍ରକାର କେମିକାଲର ପ୍ରୟୋଗ କଲେ ହୋଇପାରେ ଜେଲ । ସୋମବାର ସୁରଟ ପୋଲିସ ଏକ ନିଷେଧାଜ୍ଞ ଜାରି କରି ଏନେଇ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 14, 2019, 7:02 PM IST

ସୁରଟ: ସାର୍ବଜନିନ ସ୍ଥାନରେ ଜନ୍ମଦିନ ପାଳନ କରିବା ପଡିପାରେ ମହଙ୍ଗା । ଜନ୍ମଦିନ ପାଳନ କରିବା ସମୟରେ ପରସ୍ପର ଉପରେ କେକ୍‌, ଫୋମ କିମ୍ବା କୌଣସି ପ୍ରକାର କେମିକାଲର ପ୍ରୟୋଗ କଲେ ହୋଇପାରେ ଜେଲ । ସୋମବାର ସୁରଟ ପୋଲିସ ଏକ ନିଷେଧାଜ୍ଞ ଜାରି କରି ଏନେଇ ସୂଚନା ଦେଇଛନ୍ତି ।

ସୁରଟରେ ସାର୍ବଜନିକ ସ୍ଥାନରେ ଜନ୍ମଦିବସ ପାଳନ କରିବା ସମୟରେ ଅନେକ ଅଘଟଣ ଘଟୁଛି । ଏନେଇ ସହରର ଆଇନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ନିକଟରେ ଏଭଳି ଅନେକ ହିଂସକ ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହାକୁ ଆଖିରେ ରଖି ସୁରଟର ପୋଲିସ କମିଶନର ଏହି ଆଦେଶ ଜାରି କରିଛନ୍ତି । ତେବେ ପୋଲିସର ଏହି ଆଦେଶକୁ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କୁ ଆଇପିସିର ଧାରା 188 ଅଧିନରେ ଗିରଫ କରାଯାଇ ପାରିବ ।

ସୂଚନା ଯୋଗ୍ୟ ଯେ, ନିକଟରେ ଜଣେ ଯୁବକଙ୍କୁ ତାଙ୍କ ଜନ୍ମଦିନରେ ବିଜୁଳି ଖୁଣ୍ଟରେ ବନ୍ଧା ଯାଇ ତାଙ୍କ ଉପରକୁ ଅଣ୍ଡାମାଡ କରାଯାଇଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.