ETV Bharat / bharat

କୋରୋନା ଲଢେଇ: ପଡୋଶୀ ଦେଶକୁ ସାହାଯ୍ୟ ପାଇଁ ପ୍ରସ୍ତୁତ ଭାରତ - naval ships

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଭାରତୀୟ ନୌସେନା ଓ ବାୟୁସେନା ପଡୋଶୀ ଦେଶଙ୍କୁ ସାହାଯ୍ୟ ଲାଗି ପ୍ରସ୍ତୁତ ଅଛନ୍ତି । ଅଧିକ ପଢନ୍ତୁ...

କୋରୋନା ଲଢେଇ: ପଡୋଶୀ ଦେଶକୁ ସାହାଯ୍ୟ ପାଇଁ ଭାରତ ପ୍ରସ୍ତୁତ

author img

By

Published : Apr 2, 2020, 11:13 PM IST

ନୂଆଦିଲ୍ଲୀ: କୋରୋନା ବିରୋଧରେ ଲଢେଇରେ ଭାରତ ନିଜ ଉଦାରପଣିଆ ଓ ମହାନତାର ପରିଚୟ ଦେଇଛି । ସମଗ୍ର ବିଶ୍ବ ଭାରତର ପଦକ୍ଷେପକୁ ପ୍ରଶଂସା କରିବା ସହ ଏହି ଲଢେଇରେ ନେତୃତ୍ବ ନେଇଛି ଭାରତ । ନିଜ ଦେଶ ସହ ପଡୋଶୀ ଦେଶକୁ ମଧ୍ୟ ସହଯୋଗର ହାତ ବଢାଇଛି ଭାରତ । ଉତ୍ତମ ବନ୍ଧୁତ୍ବର ସମ୍ପର୍କ ବଜାୟ ରଖି ପଡୋଶୀ ଦେଶଙ୍କୁ ପଠାଉଛି ସାହାଯ୍ୟ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଭାରତୀୟ ନୌସେନା ଓ ବାୟୁସେନା ପଡୋଶୀ ଦେଶକୁ ସାହାଯ୍ୟ ଲାଗି ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ନୌସେନାର 6ଟି ଜାହାଜ ଷ୍ଟାଣ୍ଡବାଏରେ ଅଛି । ଆବଶ୍ୟକ ପଡିଲେ ପଡୋଶୀ ଦେଶକୁ କୋରୋନା ଲଢେଇରେ ଏହା ସାହାଯ୍ୟ କରିବ ।

ସେହିପରି 5ଟି ମେଡିକାଲ ଟିମ ପଡୋଶୀ ଦେଶରେ ମୁତୟନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏବେ ଏମାନଙ୍କୁ ମଧ୍ୟ ଷ୍ଟାଣ୍ଡବାଏରେ ରଖାଯାଇଛି । ମେଡିକାଲ ସହାୟତା ପାଇଁ ମିଆଁମାର, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ଭୁଟାନ ଓ ଆଫଗାନିସ୍ତାନ ଅନୁରୋଧ କରିଥିବା ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛି । ପୂର୍ବରୁ ଔଷଧ ସାମଗ୍ରୀ ପହଞ୍ଚାଇଥିବାରୁ ଭାରତୀୟ ବାୟୁସେନାକୁ ଧନ୍ୟବାଦ ଦେଇଥିଲେ ମାଳଦ୍ବୀପ ପ୍ରତିରକ୍ଷା ମନ୍ତ୍ରୀ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.