ETV Bharat / bharat

ବିରୋଧୀଙ୍କୁ ଘେରିଲେ ମୋଦି କ୍ୟାବିନେଟର 6 ମନ୍ତ୍ରୀ

ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ଘଟଣାକୁ ନେଇ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୋଦି ସରକାରଙ୍କ 6 ମନ୍ତ୍ରୀ । ଏହି ଘଟଣା ସମ୍ପୂର୍ଣ୍ଣ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଲେ ରାଜନାଥ । ଅଧିକ ପଢନ୍ତୁ...

author img

By

Published : Sep 20, 2020, 8:31 PM IST

ବିରୋଧୀଙ୍କୁ ଘେରିଲେ ମୋଦି କ୍ୟାବିନେଟର 6 ମନ୍ତ୍ରୀ
ବିରୋଧୀଙ୍କୁ ଘେରିଲେ ମୋଦି କ୍ୟାବିନେଟର 6 ମନ୍ତ୍ରୀ

ନୂଆଦିଲ୍ଲୀ: ଜୋରଦାର ବିରୋଧ ମଧ୍ୟରେ ରାଜ୍ୟ ସଭାରେ ପାରିତ ହୋଇଛି କୃଷି ବିଧେୟକ । କୃଷି ଇତିହାସରେ ଏହା ସବୁଠୁ ବଡ ଦିନ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଶନିବାର ଗୃହରେ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ସହ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଅନାଦର ମଧ୍ୟ କରିଛନ୍ତି । ଏହି ଘଟଣାକୁ ନେଇ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୋଦି ସରକାରଙ୍କ 6 ମନ୍ତ୍ରୀ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜନାଥ ସିଂହ, ପ୍ରକାଶ ଜାଭଡେକର, ପ୍ରହ୍ଲାଦ ଯୋଶୀ. ପିୟୁଷ ଗୋୟଲ, ଥାବର ଚନ୍ଦ ଗେହଲଟ ଓ ମୁକ୍ତାର ଆବାସ ନକୱୀ ସାମିଲ ଥିଲେ ।

ରାଜ୍ୟସଭାର ଉପାଧ୍ୟକ୍ଷଙ୍କୁ ଅସମ୍ମାନ କରିବା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ଘଟଣା ସମ୍ପୂର୍ଣ୍ଣ ଦୁର୍ଭାଗ୍ୟପୂର୍ଣ୍ଣ । ଏହାଦ୍ବାରା ସଂସଦର ମର୍ଯ୍ୟାଦା ହାନୀ ହୋଇଛି । ଉପାଧ୍ୟକ୍ଷଙ୍କ ଆସନ ସମ୍ମୁଖରେ ମାଇକ ଭାଙ୍ଗିବା ଘଟଣା ଅତ୍ୟନ୍ତ ଦୁଋଖଦାୟକ ବୋଲି ସେ କହିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ, ଉଭୟ ବିଲ୍ ଐତିହାସିକ ଅଟେ । କେବଳ ବିଭ୍ରାନ୍ତିକର ତଥ୍ୟ ଆଧାରରେ ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ଏହି ବିଲ୍ ପାରିତ ହେବା ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ | ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ରାଜନାଥ ।

କୃଷି ବିଲ୍ ଉପରେ ଉତ୍ତେଜନା ମଧ୍ୟରେ ବିରୋଧୀ ସାଂସଦମାନେ ଗୃହରେ ନାରାବାଜି କରିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ବିଲ୍‌କୁ ବିରୋଧ କରୁଥିବା ସାଂସଦଙ୍କ ନିଜ ଆସନକୁ ଫେରିବାକୁ କହିଥିଲେ । ହେଲେ ସେମାନେ ଉପାଧ୍ୟକ୍ଷଙ୍କ ସାମ୍ନାରେ ଲାଗିଥିବା ମାଇକ୍‌କୁ ଭାଙ୍ଗିବାକୁ ମଧ୍ୟ ପଛାଇନଥିଲେ । କୃଷି ବିଲ୍‌ ଉପରେ ଗୃହରେ ଉତ୍ତେଜନା ପ୍ରକାଶ ପାଇବା ପରେ ସୋମବାର ସକାଳ 9ଟା ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.