ପାଟନା: ଅରୁଣାଚଳ ପ୍ରଦେଶରେ ଜେଡିୟୁର 6 ବିଧାୟକ ବିଜେପିରେ ସାମିଲକୁ ନେଇ ପ୍ରଶ୍ନ ଉଠାଇଲା ଜେଡିୟୁ (ଜନତା ଦଳ ୟୁନାଇଡେଟ) । ଏହା ମେଣ୍ଟ ରାଜନୀତି ପାଇଁ ଆଦୌ ଭଲ ସଂକେତ ନୁହେଁ ବୋଲି ରବିବାର ଜେଡିୟୁ ମହାସଚିବ ତଥା ସାଂସଦ କେସି ତ୍ୟାଗି କହିଛନ୍ତି ।
ପାଟନାରେ ଆଜି ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତାବେଳେ ଜେଡିୟୁ ମହାସଚିବ କେସି ତ୍ୟାଗି ଅରୁଣାଚଳ ପ୍ରଦେଶରେ 6 ଜେଡିୟୁ ବିଧାୟକ ବିଜେପିର ସାମିଲ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ମେଣ୍ଟ ରାଜନୀତି ପାଇଁ ଆଦୌ ଭଲ ସଂକେତ ନୁହିେଁ ବୋଲି କହିଛନ୍ତି । ଅରୁଣାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ନେତୃତ୍ବର ବିଜେପି ଶାସନ କରୁଛି । ଅରୁଣାଚଳ ପ୍ରଦେଶରେ ନିକଟରେ 6 ଜଣ ଜେଡିୟୁ ବିଧାୟକ ବିଜେପିର ସାମିଲ ହୋଇଛନ୍ତି ।
ସୂଚନାଥାଉକି 2019 ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନରେ 60 ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି 41 ଟି ଆସନ ଓ ଜେଡିୟୁ 7 ଆସନରେ ଦଖଲ କରିଥିଲେ । ଗତ ଶୁକ୍ରବାର ଦିନ 6 ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଏହାକୁ ନେଇ ଜେଡିୟୁ ବିଜେପିକୁ ମେଣ୍ଟ ଧର୍ମ ପାଳନ ନେଇ ଇସାରା କରିଛି ଏବଂ ବିଜେପି ଓ ଜେଡିୟୁ ମେଣ୍ଟକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।