ETV Bharat / bharat

ରାମପୁରରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା - anurag sharma murder

ଉତ୍ତରପ୍ରଦେଶର ରାମପୁରରେ ବିଜେପି ନେତା ତଥା ପୂର୍ବତନ କାଉନସିଲର ଅନୁରାଗ ଶର୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ 2 ଜଣ ଦୃବୁର୍ତ୍ତ ଅନୁରାଗଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ।

sivsena leaderରାମପୁରରେ ବିଜେପି ନେତାଙ୍କୁ ନେତାଙ୍କୁ ଗୁଳି କରି ହତ୍ୟା
ରାମପୁରରେ ବିଜେପି ନେତାଙ୍କୁ ନେତାଙ୍କୁ ଗୁଳି କରି ହତ୍ୟା
author img

By

Published : May 21, 2020, 12:34 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁରରେ ବିଜେପି ନେତା ତଥା ପୂର୍ବତନ କାଉନସିଲର ଅନୁରାଗ ଶର୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ 2 ଜଣ ଦୃବୁର୍ତ୍ତ ଅନୁରାଗଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଅନୁରାଗଙ୍କ ଦେହରେ 2ଟି ଗୁଳି ବାଜିଥିବା ଜଣାପଡିଛି ।

ରାମପୁରରେ ବିଜେପି ନେତାଙ୍କୁ ନେତାଙ୍କୁ ଗୁଳି କରି ହତ୍ୟା

ପରିବାର ଲୋକେ ଅନୁରାଗଙ୍କୁ ଆହତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ଅନୁପସ୍ଥିତ ଥିବାରୁ ତାଙ୍କ ପରିଜନ ସେଠାରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ନୁରାଗଙ୍କ ମୃତ୍ୟୁ ହୋଇଯାଇଥିଲା । ମୁରାଦାବାଦ ଜୋନର ଆଇଜି ରମିତ ଶର୍ମା ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ । ତେବେ ରାମପୁର ଅନୁରାଗ ଶର୍ମା ସ୍କୁଟିରୁ ତାଙ୍କ ଘରକୁ ଯାଉଥିବା ବେଳେ 2 ଜଣ ଦୁର୍ବୃର୍ତ୍ତ ତାଙ୍କୁ ଗୁଳି ମାରି ହତ୍ୟା କରିଥିବା ରାମପୁର ଏସପି ସଗୁନ୍ ଗୌତମ କହିଛନ୍ତି ।

ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାିଛି । ହେଲେ ଲକଡାଉନ ସମୟରେ ଚାରିଆଡେ ପୋଲିସ ଥାଉଥାଉ ଦୃବୁର୍ତ୍ତମାନେ କିପରି ଜଣେ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା କଲେ, ଏନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.