ETV Bharat / bharat

‘କଂଗ୍ରେସ ନୁହେଁ, ଭାଜପା ମୁକ୍ତ ହେଉଛି ଭାରତ’

author img

By

Published : Dec 24, 2019, 2:12 PM IST

Updated : Dec 24, 2019, 2:22 PM IST

ଦିନେ ଅନ୍ତରଙ୍ଗ ବନ୍ଧୁଥିବା ଶିବସେନା ଆଜି ବିଜେପିକୁ କରିଛି କଡ଼ା କଟାକ୍ଷ । ସତ୍ତା ପାଇଁ ସମ୍ପର୍କ ତୁଟାଇ କଂଗ୍ରେସ, ଶିବସେନା ସହ ଗଢିଥିଲା ଅବୈଧ ବନ୍ଧୁତା । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟକୁ ଦୃଷ୍ଟିରେ ରଖି ଦେଶ କଂଗ୍ରେସ ମୁକ୍ତ ହେଉନାହିଁ ବରଂ ଭାଜପା ମୁକ୍ତ ହେଉଥିବା କହିଛି ଶିବସେନା ।

sivasena
sivasena

ମୁମ୍ବାଇ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ହୋଇଛି ବିପୁଳ ପରାଜୟ । 2014ରେ ଦଳ ଏକାକୀ 37ଟି ଆସନ ଅକ୍ତିଆର କରିଥିବା ବେଳେ ଚଳିତ ନିର୍ବାଚନରେ 25ରେ ସନ୍ତୁଷ୍ଟ ରହିଛି । ଏନେଇ ଶିବସେନା ଭାଜପାକୁ କରିଛି କଡ଼ା ସମାଲୋଚନା ।

ଶିବସେନା ମୁଖପାତ୍ର ‘ସାମନା’ରେ ଏନେଇ ପ୍ରକାଶ ପାଇଛି ଏକ ଲେଖା । ଏଥିରେ କୁହାଯାଇଛି ଯେ, ଭାଜପା ‘କଂଗ୍ରେସ ମୁକ୍ତ ଭାରତ’ ଘୋଷଣା କରିଥିଲା । କିନ୍ତୁ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ । ଦେଶ ଏବେ ‘ଭାଜପା ମୁକ୍ତ’ ହେବାକୁ ଯାଉଛି । ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ନିର୍ବାଚନ ପ୍ରଚାରରେ ଲାଗିଥିଲେ ମଧ୍ୟ ଭାଜପା ପରାଜିତ ହୋଇଛି ।

୨୦୧୮ ରେ ଦେଶର ୭୫ ପ୍ରତିଶତ ରାଜ୍ୟରେ ଶାସନ ଡୋରି ଭାଜପା ହାତରେ ଥିବାବେଳେ ଏବେ ଏହା ୩୦ରୁ ୩୫ ପ୍ରତିଶତ ମଧ୍ୟରେ ରହିଛି । ଶାହ ରାଜ୍ୟରେ ନିର୍ବାଚନ ପ୍ରଚାର ସମୟରେ ହିନ୍ଦୁ-ମୁସଲମାନ ମଧ୍ୟରେ ମତଭେଦ ସୃଷ୍ଟି ପାଇଁ ଉଦ୍ୟମ କରିଥିବା ଏହି ପତ୍ରିକାରେ ପ୍ରକାଶ ପାଇଛି । ଖୋଦ ବିଜେପିର ରାଜନୈତିକ ବନ୍ଧୁଥିବା ଶିବସେନା ସତ୍ତା ପାଇଁ ସମ୍ପର୍କ ତୁଟାଇଥିଲା । ପରେ କଂଗ୍ରସ ଓ ଏନସିପି ସହ ଗଠବନ୍ଧନ କରି ସରକାର ଗଢିବାରେ ସଫଳ ହୋଇଥିଲା ।

Intro:Body:

blank

Conclusion:
Last Updated : Dec 24, 2019, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.