ETV Bharat / bharat

ଏଲଓସିରେ ବିଗିଡିପାରେ ସ୍ଥିତି: ବିପିନ ରାୱତ - ଏଲଓସି ସ୍ଥିତିକୁ ନେଇ ଚେତାଇଲେ ବିପିନ ରାୱତ

ପାକିସ୍ତାନ ସୀମାକୁ ଲାଗିଥିବା ନିୟନ୍ତ୍ରଣ ରେଖା (ଏଲଓସି)ରେ ଯେକୌଣସି ସମୟରେ ସ୍ଥିତି ବିଗିଡିପାରେ ବୋଲି ସେନା ପ୍ରମୁଖ ଜେନେରାଲ ବିପିନ ରାୱତ କହିଛନ୍ତି ।

army-chief-bipin-rawat
ଫାଇଲ ଫଟୋ
author img

By

Published : Dec 19, 2019, 9:21 AM IST

ଶ୍ରୀନଗର: ପାକିସ୍ତାନ ସୀମାକୁ ଲାଗିଥିବା ଏଲଓସି(ନିୟନ୍ତ୍ରଣ ରେଖା)ରେ ଯେକୌଣସି ସମୟରେ ବିଗିଡିପାରେ ସ୍ଥିତି । ତେଣୁ ଭାରତୀୟ ସେନାକୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ କରିବାକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେନା ପ୍ରମୁଖ ଜେନେରାଲ ବିପିନ ରାୱତ କହିଛନ୍ତି ।

ରାୱତ କହିଛନ୍ତି, ପାକିସ୍ତାନ ଏଭଳି କରି ନିଜ ବିନାଶ ଦିଗରେ ବଢୁଛି । ପାକିସ୍ତାନକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ନାହିଁ । ସେ ନିଜେ ଅନିୟନ୍ତ୍ରିତ ହେଉଛି ଏବଂ ଏଭଳି କରି ସେ ନିଜର ବିନାଶ ରାସ୍ତାରେ ଯାଉଛି ବୋଲି ସେନା ମୁଖ୍ୟ ରାୱତ କହିଛନ୍ତି । ତେବେ ପାକିସ୍ତାନ ଦ୍ବାରା ଲଗାତାର ଜମ୍ମୁ-କାଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବା ବେଳେ ସେନା ମୁଖ୍ୟଙ୍କ ଏହି ଚେତାବନୀକୁ ଖୁବ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ପୂର୍ବତନ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ଏଲଓସିରେ ସ୍ଥିତି ବିଗିଡିବା ନେଇ ଆଶଙ୍କା ଦର୍ଶାଇଥିଲେ । ସେ କହିଥିଲେ, ପାକିସ୍ତାନ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉତ୍ତେଜନା ବୃଦ୍ଧି କରିବା ଦିଗରେ କାମ କରୁଥିବା ଗୁଇନ୍ଦା ସୂଚନା ମିଳିଛି । ପାକିସ୍ତାନ ଯଦି ଭାରତୀୟ ପରିସରକୁ ଟାର୍ଗେଟ କରେ ତାହେଲେ ଏଲଓସିରେ ସ୍ଥିତି ଜଟିଳ ହୋଇଯିବ ବୋଲି ବିପିନ କହିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.