ଚେନ୍ନାଇ: କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ବିଶିଷ୍ଟ ପ୍ରଚ୍ଛଦପଟ ଗାୟକ ଏସପି ବାଲସୁବ୍ରମଣ୍ୟମ । ଏନେଇ ସୂଚନା ଦେଇଛନ୍ତି ସୁବ୍ରମଣ୍ୟମଙ୍କ ପୁଅ ଏସପିବି ଚରଣ ।
ଗାୟକ ଏସପି ବାଲାସୁବ୍ରମଣ୍ୟମ କିଛି ସପ୍ତାହ ପୂର୍ବରୁ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା। ପ୍ରସଂଶକ ଏବଂ ଅନ୍ୟ ସେଲିବ୍ରିଟିମାନେ ସୁବ୍ରମଣ୍ୟମଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ଜାରି ରଖିଥିଲେ ।
ପରେ ସୂଚନା ଦିଆଯାଇଥିଲା ଯେ ସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ସୋମବାର ଏସପି ବାଲସୁବ୍ରମଣ୍ୟମ କୋରୋନାରୁ ସୁସ୍ଥ ହୋଇ ନେଗେଟିଭ ଚିହ୍ନଟ ହୋଇଥିବା ତାଙ୍କ ପୁଅ ଏସପିବି ଚରଣ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ