ହାଇଦ୍ରାବାଦ: ଗଣିତ ଏକ ଏଭଳି ବିଷୟ ଯାହାକୁ ଖୁବ୍ କମ ଲୋକ ପସନ୍ଦ କରନ୍ତି । ବେଳେ ବେଳେ ଗଣିତର ଏକ ସରଳ ସମିକରଣକୁ ସମାଧାନ କରିବା କାଠିକର ପାଠ ହୋଇଯାଏ । ବୋଧହୁଏ ଏହି କାରଣରୁ ଗଣିତକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ । ଭାଇରାଲ ହେଉଥିବା ଏକ ସରଳ ସମିକରଣ ଏହାର ଜ୍ବଳନ୍ତ ଉଦାହରଣ । ଏହି ସରଳ ପ୍ରଶ୍ନର ସଠିକ ଉତ୍ତର ଦେବା ପାଇଁ ଅଧିକାଂଶ ଲୋକ ମୁଣ୍ଡ ଖଟାଇ ଖଟାଇ ଥକି ଯାଇଛନ୍ତି । ମାତ୍ର ଏହାକୁ ସମାଧାନ କରି ପାରି ନାହାନ୍ତି । ତେବେ ଆପଣ ମଧ୍ୟ ଏହାକୁ ସମାଧାନ କରିବା ପାଇଁ ନିଜ ମୁଣ୍ଡ ପିଟିବାର ସମ୍ଭାବନା ରହିଛି ।
ଏହି ସରଳ ସମିକରଣ ଜୁଲାଇ 29 ତାରିଖରେ @pjmdoll ନାମକ ଜଣେ ଟ୍ବିଟର ୟୁଜର୍ସ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ । ଏହି ସମିକରଣ ପୋଷ୍ଟ ହେବାମାତ୍ରେ ଅନ୍ୟ ୟୁଜର୍ସ ଉତ୍ତର ଦେବା ଆରମ୍ଭ କରିଥିଲେ । ଏବେ ସୁଦ୍ଧା ଏହି ସମିକରଣରେ 7500 ଲାଇକ ଏବଂ 1500 ରୁ ଅଧିକ ରିଟ୍ବିଟ କରାଯାଇଛି ।
ଉତ୍ତର ପାଇଁ ୟୁଜର୍ସଙ୍କ ମଧ୍ୟରେ ଏକ ପ୍ରକାର ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି । କିଏ ଏହାର ଉତ୍ତର 1 ବୋଲି କହୁଛି ତ ଆଉ କିଏ 16 । ତେବେ ଆପଣଙ୍କୁ କ'ଣ ଲାଗୁଛି କ'ଣ ହୋଇପାରେ ଏହାର ସଠିକ ଉତ୍ତର ?