ETV Bharat / bharat

କୋଭିଡ-୧୯ ଓ ଅନ୍ୟ ଭୂତାଣୁ ସଂକ୍ରମଣ : ସାମଞ୍ଜସ୍ୟ ଓ ପ୍ରଭେଦ

କୋଭିଡ ୧୯ ସଂକ୍ରମଣ ଦ୍ରୁତ ଗତିରେ ଅବିରତ ବଢିବାରେ ଲାଗିଛି । ଆଉ ଏବେ ପ୍ରବଳ ବର୍ଷା ହେଉଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି । କାରଣ ହେଉଛି ଯେ, କୋଭିଡ-୧୯ ଓ ଅନ୍ୟ ଭୂତାଣୁ ସଂକ୍ରମଣ ମଧ୍ୟରେସାମଂଜସ୍ୟ । ବର୍ଷା ଦିନେ ଅନ୍ୟ ସଂକ୍ରମଣଗୁଡିକ ବି ଶୀର୍ଷରେ ଥାଏ । ତେଣୁ ସାଧାରଣ ଲୋକେ ଭୟଭୀତ ହେବା ସ୍ୱାଭାବିକ ।

କୋଭିଡ-୧୯ ଓ ଅନ୍ୟ ଭୂତାଣୁ ସଂକ୍ରମଣ : ସାମଂଜସ୍ୟ ଓ ପ୍ରଭେଦ

author img

By

Published : Aug 28, 2020, 10:12 AM IST

କୋଭିଡ ୧୯ ସଂକ୍ରମଣ ଦ୍ରୁତ ଗତିରେ ଅବିରତ ବଢିବାରେ ଲାଗିଛି । ଆଉ ଏବେ ପ୍ରବଳ ବର୍ଷା ହେଉଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି । କାରଣ ହେଉଛି ଯେ, କୋଭିଡ-୧୯ ଓ ଅନ୍ୟ ଭୂତାଣୁ ସଂକ୍ରମଣ ମଧ୍ୟରେସାମଂଜସ୍ୟ । ବର୍ଷା ଦିନେ ଅନ୍ୟ ସଂକ୍ରମଣଗୁଡିକ ବି ଶୀର୍ଷରେ ଥାଏ । ତେଣୁ ସାଧାରଣ ଲୋକେ ଭୟଭୀତ ହେବା ସ୍ୱାଭାବିକ । ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ -ସିଡିସିର ବିଶେଷଜ୍ଞ ଡକ୍ଟର ସଞ୍ଜୟ ଜୈନ କୋଭିଡ-୧୯ ଓ ଅନ୍ୟ ଭୂତାଣୁ ସଂକ୍ରମଣ ମଧ୍ୟରେ ଥିବା ସମାନତା ଓ ଫରକ ଉପରେ ସୂଚନା ଦେଇଛନ୍ତି । ଲକ୍ଷଣ କୋଭିଡ-୧୯ ଓ ଅନ୍ୟ ଭୂତାଣୁ ସଂକ୍ରମଣ ଶ୍ୱସନ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ । ଆସନ୍ତୁ ଜାଣିବା କଣ ସବୁ ସମାନତା ରହିଛି ।

. ଗଳା ଦରଜ

.କଫ

.ଜ୍ୱର

. ପାଣି ବହୁଥିବା ନାକ

. ଦେହ ଦରଜ

ଫ୍ଲୁ : ଏ କ୍ଷେତ୍ରରେ ଉପରୋକ୍ତ ଲକ୍ଷଣ ସାମାନ୍ୟରୁ ତୀବ୍ର ହୋଇଥାଏ ।

କୋଭିଡ-୧୯ : କୋଭିଡ-୧୯ କ୍ଷେତ୍ରରେ ଜଣେ ଗନ୍ଧ କି ସ୍ୱାଦ ଅନୁଭବ କରିପାରିବ ନାହିଁ । କିନ୍ତୁ ଅନ୍ୟ ସଂକ୍ରମଣ କ୍ଷେତ୍ରରେ ଏପରି ହୁଏ ନାହିଁ ।

କୋଭିଡ-୧୯ ଓ ଅନ୍ୟ ଭୂତାଣୁ ସଂକ୍ରମଣ : ସାମଂଜସ୍ୟ ଓ ପ୍ରଭେଦ
କୋଭିଡ-୧୯ ଓ ଅନ୍ୟ ଭୂତାଣୁ ସଂକ୍ରମଣ : ସାମଂଜସ୍ୟ ଓ ପ୍ରଭେଦ

କେତେ ଶୀଘ୍ର ସଂକ୍ରମଣ ବ୍ୟାପେ ?

ଫ୍ଲୁ : ସଂକ୍ରମଣର ୧ ରୁ ୪ ଦିନ ମଧ୍ୟରେ ଲକ୍ଷଣ ବିକଶିତ ପ୍ରକାଶ ପାଇପାରେ । ସଂକ୍ରମିତ ବ୍ୟକ୍ତି ଔଷଧ ନେଇ ଚିକିତ୍ସା କରାଇଲେ ଫ୍ଲୁ ୩ରୁ ୫ ଦିନ ମଧ୍ୟରେ ଭଲ ହୋଇଯାଏ । ସମଗ୍ର ସିଂଡ୍ରୋମ ଶେଷ ହେବା ପାଇଁ ୭ରୁ ୧୦ ଦିନ ସମୟ ଲାଗେ ବୋଲ ଡକ୍ଟର ସଂଜୟ କହନ୍ତି ।

କୋଭିଡ-୧୯ : ଏ କ୍ଷେତ୍ରରେ ଭାଇରସର ଗତି ଅତି ଦ୍ରୁତ ହୋଇଥାଏ । ସିଡିସି ଅନୁସାରେ ସାଧାରଣତଃ ସଂକ୍ରମିତ ହେବାର ୫ ଦିନ ପରେ ଲକ୍ଷଣ ପ୍ରକାଶ ପାଇଥାଏ । କିନ୍ତୁ ଦେଖାଯାଇଛି ଯେ, ସଂକ୍ରମଣର ୨ ରୁ ୧୪ ଦିନ ମଧ୍ୟରେ ବି ବ୍ୟକ୍ତିଠାରେ ଲକ୍ଷଣ ପ୍ରକାଶ ପାଏ । କୋଭିଡ-୧୯ ମାମଲାରେ ଉଭୟ ସଂକ୍ରମଣ ଓ ତୀବ୍ରତା ହାର ଅଧିକ ଥାଏ ।

କେତେଦିନ ଯାଏଁ ଜଣେ ସଂକ୍ରମିତ ଦ୍ୱାରା ଭୂତାଣୁ ବ୍ୟାପିବ ?

ସିଡିସି ଅନୁସାରେ ଉଭୟ କୋଭିଡ-୧୯ ଓ ଫ୍ଲୁ କ୍ଷେତ୍ରରେ ଲକ୍ଷଣ ପ୍ରକାଶର ଅନ୍ତତଃ ଗୋଟିଏ ଦିନ ପୂର୍ବରୁ ଭାଇରସ ବିସ୍ତାର ହେବା ସମ୍ଭବ । ବ୍ୟକ୍ତି କାଶିଲେ ବା ଛିଙ୍କିଲେ ବାହାରୁ ଥିବା ବୁନ୍ଦାରୁ ମୁଖ୍ୟତଃ ସଂକ୍ରମଣ ବ୍ୟାପିଥାଏ ।

ଫ୍ଲୁ : କଫ, ଛିଙ୍କ ଓ ଜ୍ୱର ହେଉଥିବା ଯାଏଁ ଜଣେ ବ୍ୟକ୍ତି ଦ୍ୱାରା ଭାଇରସ ବ୍ୟାପିପାରିବ । ଏହା ପାଖାପାଖି ୭ ଦିନ ରହିପାରେ ।

କୋଭିଡ-୧୯ : କୋଭିଡ କ୍ଷେତ୍ରରେ ବି ଭାଇରସ ଖୁବ ଶୀଘ୍ର ବିସ୍ତାର ହୁଏ । ଏହି ରୋଗ ପଛରେ ଥିବା ଭାଇରସ ବହୁଗୁଣିତ ହୋଇ ଅତି ଦ୍ରୁତଗତିରେ ବ୍ୟାପେ ଓ ସୁସ୍ଥ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସେ । ଭାଇରସ ୧୪ରୁ ୨୧ ଦିନ ଯାଏ ସଂକ୍ରାମକ ହୋଇଥାଏ । ସେଥିପାଇଁ କ୍ୱାରେଂଟାଇନର ଆବଶ୍ୟକତା ପଡେ ।

ବିପଦ ଓ ଗମ୍ଭୀରତା

ନିମ୍ନଲିଖିତ ଲୋକଙ୍କ ପାଇଁ ବିପଦ ସମ୍ଭାବନା ଅଧିକ

. ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି

. ଅନ୍ୟ ମେଡିକାଲ କଂଡିସନ ଥିବା ବ୍ୟକ୍ତି

. ସର୍ଜରୀ ବିଶେଷ କରି ବାଇପାସ ସର୍ଜରୀ କରିଥିବା ବ୍ୟକ୍ତି

. ଗର୍ଭବତୀ ମହିଳା

. ପୋଷଣ ପାଉ ନ ଥିବା ଗରିବ

ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କୋଭିଡ-୧୯ ଭାଇରସ ତୀବ୍ର ବେଗରେ ବହୁଗୁଣିତ ହେଉଥିବାରୁ ଉପରୋକ୍ତ ଶ୍ରେଣୀର ଲୋକେ ଖୁବ ଶୀଘ୍ର ସଂକ୍ରମିତ ହୋଇଥାଆନ୍ତି । କିନ୍ତୁ ଅନ୍ୟ ଭାଇରସ କ୍ଷେତ୍ରରେ ଏପରି ଦେଖାଯାଏ ନାହିଁ ।

ଫ୍ଲୁ : କୋଭିଡ-୧୯ ଭଳି ଫ୍ଲୁ ମାମଲାରେ ସଂକ୍ରମଣର ତୀବ୍ରତା ବହୁତ କମ୍ । ସୁସ୍ଥତା ହାର ବି ଅଧିକ ଥାଏ ।

କୋଭିଡ-୧୯ : ଏ କ୍ଷେତ୍ରରେ ସୁସ୍ଥତା ହାର ବେଶ୍ ଦୁବ ର୍ଳ ଥାଏ । ସଂକ୍ରମିତ ଜଟିଳ ପରିସ୍ଥିତିର ସାମନା କରିଥାଏ । ମୃତ୍ୟୁ ହାର ବି ଅଧିକ ହୋଇଥାଏ । ସିଡିସି ଅନୁସାରେ ଉଭୟ କୋଭିଡ-୧୯ ଓ ଫ୍ଲୁ ଯୋଗୁଁ କିଛି ଜଟିଳତା ଦେଖାଯାଏ ।

. ନିମୋନିଆ

. ଶ୍ୱସନ ବିଫଳତା

. ଆକ୍ୟୁଟ ରେସପିରେଟରୀ ସିଂଡ୍ରୋମ

. ସେପସିସ୍

. ହାର୍ଟ ଆଟାକ ଓ ଷ୍ଟ୍ରୋକ୍

.ମଲଟିପଲ୍ ଅର୍ଗାନ ଫେଲର୍

. କ୍ରନିକ୍ ମେଡିକାଲ୍ ସ୍ଥିତି ଖରାପ

. ମସ୍ତିଷ୍କ, ହୃଦୟ ଓ ମାଂସପେଶୀର ଜ୍ୱଳନ

. ସେକେଣ୍ଡାରୀ ବ୍ୟାକଟେରିଆଲ୍ ସଂକ୍ରମଣ

କେତେବେଳେ ପରୀକ୍ଷା କରିବେ ?

ସିଜନାଲ ଫ୍ଲୁ ଓ କୋଭିଡ-୧୯ ସଂକ୍ରମଣର ଫରକ ସମସ୍ତେ ଜାଣିବା ଉଚିତ । ସାଧାରଣ ଫ୍ଲୁ କ୍ଷେତ୍ରରେ ଥଣ୍ଡା ଓ ଗଳା ଦରଜ ଔଷଧ ନେବାର ୪୮ ଘଂଟା ମଧ୍ୟରେ ସ୍ଥିର ହୋଇଯାଏ । କିନ୍ତୁ ଉନ୍ନତି ପରିଲକ୍ଷିତ ନ ହେଲେ ସଂପୃକ୍ତ ବ୍ୟକ୍ତି କୋଭିଡ ଟେଷ୍ଟ କରିବା ଜରୁରୀ ।

ସାଧାରଣ ଭୂତାଣୁ ସଂକ୍ରମଣର ଚିକିତ୍ସା ହୁଏ କି ? ଡକ୍ଟର ସଂଜୟ କହିବା କଥା ହେଲା ଯେ, ଅନ୍ୟ ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ବି ବ୍ୟବସ୍ଥା ରହିଛି । କିନ୍ତୁ ସଂଖ୍ୟାଧିକ ଲୋକ ଟେଲିକନସଲଟେସନ୍ସ ପସନ୍ଦ କରୁଛନ୍ତି । ଅନ୍ୟ କୌଣସି ସ୍ୱାସ୍ଥ୍ୟ ସ୍ଥିତି ଥିବା ରୋଗୀ ଆସିଲେ ବି ସେମାନଙ୍କର ଚିକିତ୍ସା କରାଯାଉଛି ବୋଲି ଡକ୍ଟର ସଂଜୟ କହିଛନ୍ତି । ତେଣୁ ଅନ୍ୟ ଭାଇରାଲ ସଂକ୍ରମଣକୁ କୋଭିଡ-୧୯ ସଂକ୍ରମଣ ବୋଲି ଧରିନେଇ ଚିନ୍ତା କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହ କଥା ହେବା ନିହାତି ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.