ETV Bharat / bharat

ରାମ ମନ୍ଦିର ନିର୍ମାଣରେ ବ୍ୟବହାର ହେବ ଗୟା ଧାମର ରୂପା ଇଟା - sand from Phalgu river

ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ । ଭୁମି-ପୂଜନରେ ନକ୍ଷତ୍ରରୁ ଆରମ୍ଭ କରି ଅନ୍ୟ ସମସ୍ତ ବିଶ୍ୱାସକୁ ବିଶେଷ ଯତ୍ନ ଦିଆଯାଇଛି। ରାମ ମନ୍ଦିରର ମୂଳଦୁଆ ପାଇଁ ଫଲଗୁ ନଦୀର ବାଲି ବ୍ୟବହୃତ ହେବାକୁ ଥି୍ବା ବେଳେ ଗୟା ଧାମର ରୂପା ଇଟା ବ୍ୟବହାର କରାଯିବ ।

ଗୟା ଧାମର ରୂପା ଇଟା
ଗୟା ଧାମର ରୂପା ଇଟା
author img

By

Published : Jul 31, 2020, 7:02 PM IST

ଗୟା: ଅଯୋଧ୍ୟାରେ ବହୁ ପ୍ରତିକ୍ଷିତ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏଥି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ । ଏହା ସହିତ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେବେ ଭୁମି-ପୂଜନରେ ନକ୍ଷତ୍ରରୁ ଆରମ୍ଭ କରି ଅନ୍ୟ ସମସ୍ତ ବିଶ୍ୱାସକୁ ବିଶେଷ ଯତ୍ନ ଦିଆଯାଇଛି। ରାମ ମନ୍ଦିରର ମୂଳଦୁଆ ପାଇଁ ଫଲଗୁ ନଦୀର ବାଲି ବ୍ୟବହୃତ ହେବାକୁ ଥି୍ବା ବେଳେ ଗୟା ଧାମର ରୂପା ଇଟା ବ୍ୟବହାର କରାଯିବ ।

ତେବେ ଏନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନରୁ ସୂଚନା ପାଇବା ପରେ ଗୟାର ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟମାନେ ଆନନ୍ଦ ପ୍ରକାଶ କରିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ଅର୍କକ ପୁରୋହିତ ପ୍ରେମନାଥ ତୈୟା ଏନେଇ କହିଛନ୍ତି, ବିଶ୍ବ ହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ତଥା ଶୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଉପ ସଭାପତି ଚମ୍ପତ ରାୟଙ୍କ ସହ ବାର୍ତ୍ତାଳାପ ସମୟରେ ମୁଁ ଏହି ଖବର ଶୁଣିବାକୁ ପାଇଲି । ଏନେଇ ଆମେ ଅତ୍ୟନ୍ତ ଆନନ୍ଦିତ ଅଛୁ ବୋଲି ସେ କହିଛନ୍ତି ।

ମନ୍ଦିର ନିର୍ମାଣରେ ବ୍ୟବହୃତ ହେବ ଫଲଗୁ ନଦୀର ବାଲି :

ମନ୍ଦିରର ମୂଳଦୁଆ ପାଇଁ ଦେଶର ସବୁ ପବିତ୍ର ନଦୀରୁ ଜଳ ଏବଂ ଧାର୍ମିକ ସ୍ଥଳରୁ ମାଟି ଅଣାଯାଉଛି । ତେବେ ଫଲଗୁ ନଦୀର ବାଲି ମନ୍ଦିର ନିର୍ମାଣରେ ବ୍ୟବହୃତ ହେବ ବୋଲି ଖବର ମିଳିବା ପରେ ସମସ୍ତ ନିର୍ମାଣ ସାମଗ୍ରୀ ଉପଲବ୍ଧ କରାଯାଇଥିଲା । ଫଲଗୁ ନଦୀର ବାଲି ତତକ୍ଷଣାତ୍ ଅଯୋଧ୍ୟା ପଠାଯାଇଥିଲା ବୋଲି ପ୍ରେମନାଥ ତୈୟା କହିଛନ୍ତି । ତେବେ ବିଶ୍ୱ ପ୍ରସିଦ୍ଧ ମୋକ୍ଷ ଭୁମି ଗୟା ସହିତ ଭଗବାନ ରାମଙ୍କ ସମ୍ପର୍କ ଅଛି । ତେଣୁ ସେଠାକାର ପବିତ୍ର ଫଲଗୁ ନଦୀର ବାଲି ମନ୍ଦିର ନିର୍ମାଣରେ ବ୍ୟବହୃତ ହେବ ।

ଫାଲ୍ଗୁ ନଦୀର ମହତ୍ତ୍ୱ :

କୁହାଯାଉଛି ଯେ, ଫଲଗୁ ନଦୀ ତଟରେ ଭଗବାନ ରାମ ନିଜ ଭାଇ ଲକ୍ଷଣ ଏବଂ ମାଆ ସୀତାଙ୍କ ସହିତ ବାପା ରାଜା ଦଶରଥଙ୍କ ଆତ୍ମାର ମୁକ୍ତି ପାଇଁ ପିଣ୍ଡଦାନ କରିଥିଲେ । ଏହି କାରଣରୁ ଅଯୋଧ୍ୟାରେ ତିଆରି ହେବାକୁ ଥିବା ରାମ ମନ୍ଦିରରେ ଫଲଗୁ ନଦୀର ବାଲି ବ୍ୟବହାର କରାଯିବ ।

ଗୟା ଧାମରୁ ରୂପା ଇଟା :

ରାମ ମନ୍ଦିରର ମୂଳଦୁଆ ପାଇଁ ଗୟା ଧାମରୁ ଏକ କିଲୋଗ୍ରାମ ତଥା ଏକ ଚତୁର୍ଥାଂଶ ରୂପା ଇଟା ମଧ୍ୟ ପଠାଯିବ । ଏଥିପାଇଁ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ସେ ଏହି ରୂପା ଇଟା ନିର୍ମାଣର ତଦାରଖ କରୁଛନ୍ତି । ରାମ ମନ୍ଦିର ଭୁମି-ପୂଜନ ସମୟରେ ଗର୍ଭଗୃହ ଭିତରେ ପାଞ୍ଚଟି ରୂପା ଇଟା ବ୍ୟବହାର କରାଯିବ। ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏହି ପାଞ୍ଚଟି ଇଟା ପାଞ୍ଚଟି ନକ୍ଷତ୍ରର ପ୍ରତୀକ ହେବ ।

ପୁରାଣରେ ଗୟାର ଉପସ୍ଥିତି :

ଭଗବାନ ବିଷ୍ଣୁଙ୍କ ପାଦ ଏଠାରେ ପଡିଥିବାରୁ ଗୟାକୁ ଏକ ପବିତ୍ର ତୀର୍ଥସ୍ଥାନ ଭାବରେ ବିବେଚିତ କରାଯାଏ । ଗୟାର ଗୌରବ ଅତୁଳନୀୟ । ଏଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ତାଙ୍କ ସାନ ଭାଇ ଭରତ, ଋଷି ଭରଦ୍ବାଜ, ପିତାମହ ଭୀଷ୍ମ, ଧର୍ମରାଜ ଯୁଧିଷ୍ଠିର ଏବଂ ମହାରଥୀ ଭୀମ ଏଠାକୁ ଆସିଥିଲେ । ତେଣୁ ଏହି ସ୍ଥାନର ମହତ୍ବ ବେଶ ରହିଛି ।

ସୂଚନାଯୋଗ୍ୟ ଯେ, ଫଲଗୁ ନଦୀ ତଟରେ ଅନେକ ଲୋକ ସେମାନଙ୍କ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। କିଛି ଲୋକ ଫଲଗୁ ନଦୀ ବାଲିରେ ପିଣ୍ଡ ପ୍ରସ୍ତୁତ କରି ନିଜ ପୂର୍ବଜ ମାନଙ୍କ ଆତ୍ମାର ସଦଗତି ପାଇଁ କାମନା କରିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.