ପଶ୍ଚିମବଙ୍ଗ: ବିଜେପି ବୁଥ କାର୍ଯ୍ୟାଳୟରେ ଦୁର୍ବୃତ୍ତଙ୍କ ଆକ୍ରମଣ । ଏହି ଦୁର୍ବୃତ୍ତମାନେ ଭାରତୀୟ ଜନତା ପାର୍ଟି ଅଫିସରେ ସୋମବାର ଅତର୍କିତ ଆକ୍ରମଣ କରିଥିବା ସୂଚନା ମିଳିଛି ।
ପାର୍ଟି ଅଫିସରେ ଥିବା କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁସାରେ, ଗତରାତ୍ରିରେ ପାର୍ଟି ଅଫିସ ବନ୍ଦ କରିବା ପରେ କିଛି ବ୍ୟକ୍ତି ଗାଡିରେ ଆସି ସେଠାରେ ପହଞ୍ଚିଥିଲେ । ଏହାସହ ବୁଥ ନମ୍ବର 1955 ,1957 ଓ 1958 କୁ ନଷ୍ଟ କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବିଜେପି ପାର୍ଟି ଅଫିସରେ କାର୍ଯ୍ୟରତ ବିକ୍ରମ ଗଜାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ତାଙ୍କ କହିବା ଅନୁସାରେ, ଏହି ଅଜଣା ଦୁର୍ବୃତ୍ତମାନେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ବୋଲି ସୂଚନା ମିଳିଛି । ବର୍ତ୍ତମାନ ସମୟରେ ମୋଦିଙ୍କ ହାୱା ସବୁଠାରେ ଶୁଣିବାକୁ ମିଳୁଛି । ଏହି କାରଣରୁ ପାର୍ଟିର ବକାର୍ଯ୍ୟକର୍ତ୍ତାମାନେ ନିର୍ବାଚନରେ ବିଜେପିଠୁ ହାରିବା ଭୟରେ ଏପରି କରିଛନ୍ତି ।
ପଶ୍ଚିମବଙ୍ଗରେ 3 ଲୋକସଭା ଆସନ ରହିଛି । ସେଥିମଧ୍ୟରୁ ଦାର୍ଜିଲିଂ, ରାଇଗଞ୍ଜ ଓ ଜଲପାଇଗୁରୀରେ ଭୋଟ ଗ୍ରହଣ 18 ତାରିଖରେ ହେବ । ଏହାସହ ରାଜ୍ୟରେ ଥିବା ଆଲିପୁରଦ୍ବାର ଓ କୋଚୀ ବେହାରରେ ଏପ୍ରିଲ 11ରେ ଭୋଟ ଗ୍ରହଣ ସରିଛି ।