ETV Bharat / bharat

ଜାଣନ୍ତୁ ପ୍ରଶ୍ନକାଳ କ'ଣ ଓ ଏହାର ଗୁରୁତ୍ବ ବିଷୟରେ

ସଂସଦର ଆଗାମୀ ମୌସୁମୀ ଅଧିବେଶନରେ କୌଣସି ପ୍ରଶ୍ନକାଳ ରହିବନି । ଏହାସହ ଶୂନ୍ୟକାଳର ଅବଧିକୁ ମଧ୍ୟ ହ୍ରାସ କରାଯାଇଥିବା ବେଳେ କୌଣସି ‘ବେସରକାରୀ ସଦସ୍ୟ’ ବିଲ୍ ମଧ୍ୟ ଆଗତ ହେବ ନାହିଁ ବୋଲି ଲୋକସଭା ଓ ରାଜ୍ୟସଭା ସଚିବମାନେ ନିଷ୍ପତ୍ତି ନେଇଛନ୍ତି ।

ପ୍ରଶ୍ନକାଳ
ପ୍ରଶ୍ନକାଳ
author img

By

Published : Sep 3, 2020, 3:59 PM IST

ହାଇଦ୍ରାବାଦ: ସଂସଦର ଆଗାମୀ ମୌସୁମୀ ଅଧିବେଶନରେ କୌଣସି ପ୍ରଶ୍ନକାଳ ରହିବନି । ଏହାସହ ଶୂନ୍ୟକାଳର ଅବଧିକୁ ମଧ୍ୟ ହ୍ରାସ କରାଯାଇଥିବା ବେଳେ କୌଣସି ‘ବେସରକାରୀ ସଦସ୍ୟ’ ବିଲ୍ ମଧ୍ୟ ଆଗତ ହେବ ନାହିଁ ବୋଲି ଲୋକସଭା ଓ ରାଜ୍ୟସଭା ସଚିବମାନେ ନିଷ୍ପତ୍ତି ନେଇଛନ୍ତି । ଅନେକ ବାଦ ବିବାଦ ପରେ ଶେଷରେ ଅଣତାରକା ପ୍ରଶ୍ନ ପାଇଁ ଅନୁମତି ମିଳିଥିଲା । ଅର୍ଥାତ ବିରୋଧୀ ନିଜ ପ୍ରଶ୍ନ ଲିଖିତ ଆକାରରେ ଦେଇପାରିବେ, ଏହାପରେ ସେମାନଙ୍କୁ ଉତ୍ତର ମଧ୍ୟ ଲିଖିତ ଆକାରରେ ଦିଆଯିବ ।

ପ୍ରଶ୍ନର ପ୍ରକାରଭେଦ-

ତାରକା ପ୍ରଶ୍ନ- ଏହି ପ୍ରଶ୍ନରେ ଜଣେ ସଦସ୍ୟ ଗୃହରେ ମନ୍ତ୍ରୀଙ୍କଠୁ ମୌଖିକ ଉତ୍ତର ଚାହାଁନ୍ତି । ସଦସ୍ୟଙ୍କ ସପ୍ଲିମେଣ୍ଟାରୀ ପ୍ରଶ୍ନ ପରେ ଗୃହରେ ଉପସ୍ଥିତ ମନ୍ତ୍ରୀ ଏହାର ଉତ୍ତର ଦେବେ ।

ଅଣତାରକା ପ୍ରଶ୍ନ- ବିନା ତାରକା ଯୁକ୍ତ ପ୍ରଶ୍ନ । ଏହାର ଉତ୍ତର ମନ୍ତ୍ରୀ ଲିଖିତ ଆକାରରେ ଦେଇଥାନ୍ତି । ଗୃହରେ ଏହା ମନ୍ତ୍ରୀଙ୍କ ଟେବୁଲ ଉପରେ ରଖାଯାଇଥାଏ । ତେଣୁ ଏହାକୁ ମୌଖିକ ଉତ୍ତର କୁହାଯାଇନଥାଏ । ଏଥିରେ କୌଣସି ସପ୍ଲିମେଣ୍ଟାରୀ ପ୍ରଶ୍ନ ପଚାରିଯାଇପାରିବ ନାହିଁ ।

ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରଶ୍ନ-ସାର୍ବଜନୀକ ମହତ୍ତ୍ବର କୌଣସି ପ୍ରଶ୍ନର ଉତ୍ତର ପାଇଁ ନୋଟିସ ଦିଆଯାଇଥାଏ । 10 ଦିନ ମଧ୍ୟରେ ଏହି ନୋଟିସର ଉତ୍ତର ଦେବା ଆବଶ୍ୟକ । ଏହି ପ୍ରକ୍ରିୟା କାରଣରୁ ଏହାକୁ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରଶ୍ନ ବୋଲି କୁହାଯାଇଥାଏ ।

ବେସରକାରୀ ସଦସ୍ୟଙ୍କୁ ପ୍ରଶ୍ନ-

କୌଣସି ବେସରକାରୀ ସଦସ୍ୟକୁ ମଧ୍ୟ ପ୍ରଶ୍ନ ପଚରାଯାଇପାରିବ । ଲୋକସଭା ନିୟମ 40 ଅନୁସାରେ ଏହା କରାଯାଇପାରିବ । କୌଣସି ବିଲ୍, ରିଜୋଲ୍ୟୁସନ (ସଂକଳ୍ପ) ଆଦି ନେଇ ଗୃହରେ ପ୍ରଶ୍ନ କରାଯାଇପାରିବ ।

ପ୍ରଶ୍ନକାଳର ମହତ୍ତ୍ବ-

  1. ସାଧାରଣତଃ ଲୋକସଭାର ଏକ ବୈଠକର ପ୍ରଥମ ଘଣ୍ଟା ପ୍ରଶ୍ନ ଗୁଡ଼ିକ ପାଇଁ ଉତ୍ସର୍ଗୀକୃତ ଥାଏ । ଏହି ସମୟକୁ ପ୍ରଶ୍ନକାଳ କୁହାଯାଏ । ସଂସଦର ପ୍ରକ୍ରିୟାରେ ଏହାର ବିଶେଷ ମହତ୍ତ୍ବ ରହିଛି |
  2. ପ୍ରଶ୍ନ ପଚାରିବା ହେଉଛି ସଦସ୍ୟମାନଙ୍କର ଏକ ଅନ୍ତର୍ନିହିତ ଓ ସଂସଦୀୟ ଅଧିକାର । ପ୍ରଶ୍ନକାଳ ସମୟରେ ସଦସ୍ୟମାନେ ପ୍ରଶାସନ ଏବଂ ସରକାରୀ କାର୍ଯ୍ୟକଳାପର ପ୍ରତ୍ୟେକ ଦିଗ ଉପରେ ପ୍ରଶ୍ନ ପଚାରିପାରିବେ ।
  3. ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ସରକାରୀ ନୀତିଗୁଡିକ ଧ୍ୟାନରେ ଆସିଥାଏ କାରଣ ସଦସ୍ୟମାନେ ପ୍ରଶ୍ନ ସମୟରେ ପ୍ରଯୁଜ୍ୟ ସୂଚନା ପାଇବାକୁ ଚେଷ୍ଟା କରନ୍ତି ।
  4. ପ୍ରଶ୍ନର ସମୟ ମଧ୍ୟରେ ସରକାର ଏହାର ଶୁଣାଣି କରନ୍ତି ଓ ପ୍ରତ୍ୟେକ ମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡିବ ।
  5. ପ୍ରଶ୍ନକାଳ ମାଧ୍ୟମରେ ସରକାର ଦେଶର ସମସ୍ୟା ବିଷୟରେ ଅନୁଭବ କରିପାରିବେ ଏବଂ ସେହି ଅନୁଯାୟୀ ଏହାର ନୀତି ଓ କାର୍ଯ୍ୟକୁ ଅନୁକୂଳ କରିବାରେ ସକ୍ଷମ ହୋଇପାରିବେ । ସଂସଦରେ ପ୍ରଶ୍ନ ମାଧ୍ୟମରେ ସରକାର ଯେତିକି ସଦସ୍ୟଙ୍କ ସହ ଯୋଗାଯୋଗରେ ରହିଛନ୍ତି ସେତେ ପରିମାଣରେ ସଦସ୍ୟ ପ୍ରଶାସନର ପ୍ରସଙ୍ଗରେ ଜନସାଧାରଣଙ୍କ ଅଭିଯୋଗକୁ ତ୍ବରାନ୍ବିତ କରିବାରେ ସକ୍ଷମ ହୋଇପାରିବେ ।
  6. ପ୍ରଶ୍ନଗୁଡିକ ମନ୍ତ୍ରଣାଳୟକୁ ସେମାନଙ୍କର ନୀତି ସ୍ଥିର କରିବାରେ ସାହାଯ୍ୟ କରିପାରିବ ।
  7. ପ୍ରଶ୍ନ ଦ୍ବାରା ସରକାର ଛାଡିଯାଇଥିବା କାର୍ଯ୍ୟ ଗୁଡିକ ବିଷୟରେ ଆଲକପାତ କରାଇପାରିବେ ।
  8. ବେଳେବେଳେ ପ୍ରଶ୍ନଗୁଡିକ ହୁଏତ କମିଶନ, କୋର୍ଟ ଅଫ୍ ଇନକ୍ବାରୀ ଏପରିକି ବିଧାନସଭା ନିଯୁକ୍ତିକୁ ନେଇ ହୋଇପାରେ । ସଦସ୍ୟଙ୍କ ଦ୍ବାରା ଉଠାଯାଇଥିବା ବିଷୟ ଗୁଡିକ ଜନସାଧାରଣଙ୍କୁ ସୂଚନା ଦେବା ପାଇଁ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ଓ ସର୍ବସାଧାରଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।
  9. ଏହି କାରଣରୁ ପ୍ରଶ୍ନକାଳ ସମୟରେ ଦର୍ଶକ ଗ୍ୟାଲେରୀ ଓ ପ୍ରେସ୍ ଗ୍ୟାଲେରୀରେ ଖଚାଖଚ୍ ଭିଡ ଲାଗି ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.