ETV Bharat / bharat

ବାଦାମୀରେ ବିଜେପିର ବିଜୟ ପରେ ବିସ୍ମିତ ସିଦ୍ଧରମୈୟା - badami

କର୍ଣ୍ଣାଟକର ବାଦାମୀ ନିର୍ବାଚନ ମଣ୍ଡଳୀରେ ବିଜେପି କଣ ପାଇଁ ଅଧିକ ଭୋଟ ପାଇଲା ବୋଲି ଆଜି(ଗୁରୁବାର) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଜନତାଙ୍କୁ ପ୍ରଶ୍ନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI
author img

By

Published : Jun 27, 2019, 9:38 PM IST

କର୍ଣ୍ଣାଟକ: ପରାଜୟର ପୀଡାରୁ ମୁକୁଳି ପାରିନି କଂଗ୍ରେସ । ଖୋଜୁଛି କାରଣ । କେଉଁଠି ଲୋକଙ୍କୁ କାହିଁକି ଭୋଟ ଦେଲନି ବୋଲି ପଚାରୁଛନ୍ତି ନେତା ତ କେଉଁଠି ନିଜ ଉପରେ ସବୁ ଦୋଷ ନେଉଛନ୍ତି ନେତୃତ୍ବ ।

କର୍ଣ୍ଣାଟକର ବାଦାମୀ ନିର୍ବାଚନ ମଣ୍ଡଳୀରେ ବିଜେପି କଣ ପାଇଁ ଅଧିକ ଭୋଟ ପାଇଲା ବୋଲି ଆଜି(ଗୁରୁବାର) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଜନତାଙ୍କୁ ପ୍ରଶ୍ନ କରିଛନ୍ତି । ବାଦାମୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନରେ ବିଜେପି 9 ହଜାର ଭୋଟରେ ଆଗେଇଥିବାରୁ ଏପରି ପ୍ରଶ୍ନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଏହା ସହ ଆମେ ଆପଣଙ୍କ ପାଇଁ ସବୁ କାମ କଲୁ କିନ୍ତୁ ଆପଣମାନେ କଣ ପାଇଁ ବିଜେପିକୁ ଭୋଟ ଦେଲେ ବୋଲି ସେ ଆଶ୍ଚର୍ଯ୍ୟ ହୋଇ ପଚାରିଛନ୍ତି । ତେବେ ସେ ଏକଥା କହୁଥିବା ସମୟରେ ଭିଡ ମଧ୍ୟରୁ ଜଣେ ତାଙ୍କ ସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, 2018 ବିଧାନସଭା ନିର୍ବାଚନରେ ସିଦ୍ଧରମୈୟା ବାଦାମୀରୁ ପ୍ରାର୍ଥୀ ହୋଇ 67 ହଜାର ଭୋଟରେ ଜିତିଥିଲେ ।

Intro:Body:

sd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.