ETV Bharat / bharat

ରାମ ମନ୍ଦିର ପାଇଁ ଟ୍ରଷ୍ଟ ଗଠନ; ଏମାନେ ହେଉଛନ୍ତି 15 ଜଣିଆ ସଦସ୍ୟ

ଗ୍ରେଟର କୈଳାସରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ଟ୍ରଷ୍ଟ କାର୍ଯ୍ୟାଳୟ ହେବ । 15 ଜଣିଆ ସଦସ୍ୟ ତାଲିକାରେ ଜଣେ ଦଳିତ ଓ ଜଣେ ମହିଳା ରହିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Feb 5, 2020, 11:59 PM IST

Updated : Feb 6, 2020, 2:12 AM IST

shri-ram-janmbhoomi-teerth-kshetra
shri-ram-janmbhoomi-teerth-kshetra

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଜନ୍ମଭୂମିରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ନିର୍ମାଣକୁ ନେଇ ଲାଗିରହିଥିବା ବିବାଦର ବୁଧବାର ସମ୍ପୂର୍ଣ୍ଣ ପୂର୍ଣ୍ଣାହୁତି ପଡିଛି । ଯଦିଓ ଗତବର୍ଷ ନଭେମ୍ବର ମାସରୁ ସୁପ୍ରିମକୋର୍ଟ ଏହି ମାମଲାର ଶେଷ କରିସାରିଛନ୍ତି, ବୁଧବାର ମନ୍ଦିର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ପଥ ପରିଷ୍କାର ହୋଇଛି । ସର୍ବୋଚ୍ଚ ଅଦାଲାତଙ୍କ ନିର୍ଦ୍ଦେଶ ମୁତାବକ ମନ୍ଦିର ନିର୍ମାଣ ପାଇଁ ଗଠନ ହୋଇଛି ଟ୍ରଷ୍ଟ । ଟ୍ରଷ୍ଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଘୋଷଣା କରିଛନ୍ତି।

ଏହାର କେଇ ଘଣ୍ଟାପରେ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ଟ୍ରଷ୍ଟ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯାହାର ନାମ ରହିଛି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ଟ୍ରଷ୍ଟ । ଯାହାକି ସମ୍ପୂର୍ଣ୍ଣ ସ୍ବୟଂଶାସିତ ଭାବେ ପରିଚାଳିତ ହେବ। ଟ୍ରଷ୍ଟର କାର୍ଯ୍ୟାଳୟ ଦିଲ୍ଲୀ ସ୍ଥିତ ଗ୍ରେଟର କୈଲାସ ଆର-୨୦, ଜିକେ-୧’ ଠିକଣାରେ ରହିବ । ଏହି ଠିକଣା ହେଉଛି ରାମଲାଲାଙ୍କ ପାଇଁ ସୁପ୍ରିମକୋର୍ଟରେ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବି 93 ବର୍ଷିୟ ଓକିଲ କେ ପରାଶରନଙ୍କ ଘର । କୁହାଯାଉଛି ତାଙ୍କ ସମ୍ମାନାର୍ଥେ ଏଠାରେ ଟ୍ରଷ୍ଟର କାର୍ଯ୍ୟାଳୟ ସ୍ଥାପନ କରାଯାଇଛି ।

ଟ୍ରଷ୍ଟ ଘୋଷଣା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ପୂର୍ବାହ୍ନରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟରେ ପ୍ରସ୍ତାବ ପାରିତ ହେବାପରେ ପ୍ରଧାନମନ୍ତ୍ରୀ ସିଧା ସଂସଦ ଆସି ଏସମ୍ପର୍କରେ ଘୋଷଣା କରିଥିଲେ । ଏହାପରେ ଲୋକସଭା ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ରାମଜନ୍ମ ଭୂମି ସ୍ଥିତ ଚତୁର୍ପାର୍ଶ୍ବରେ ଥିବା ସମସ୍ତ ୬୭ ଏକର ଜମି ଏହି ଟ୍ରଷ୍ଟକୁ ହିଁ ମିଳିବ। କୋଟି କୋଟି ହିନ୍ଦୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସରକାର ଭବ୍ୟ ନଭଶ୍ଚୁମ୍ବୀ ରାମ ମନ୍ଦିର ନିର୍ମାଣ ପାଇଁ ସବୁ ପଦକ୍ଷେପ ନିଆଯିବ । ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ । ପ୍ରତି ଉତ୍ତରରେ ସାଂସଦ ଟେବୁଲ ବାଡେଇ ସମର୍ଥନ କରିଥିଲେ ।

କେନ୍ଦ୍ର ବିଜ୍ଞପତି ଅନୁସାରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ। ଯେଉଁମାନଙ୍କ ମଧ୍ୟରେ ଜଣେ ଦଳିତ ଆଜୀବନ ସଦସ୍ୟ ରହିବେ । ତେବେ ସଦସ୍ୟଙ୍କ ସମ୍ପର୍କରେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଚାରିଧାମର ଶଙ୍କରାଚାର୍ଯ୍ୟ ସଦସ୍ୟ ରହିବା ନେଇ ଚର୍ଚ୍ଚା ହେଉଛି । ଏହାସହ ମହନ୍ତ ନିତ୍ୟ ଗୋପାଳ ଦାସ, ମହନ୍ତ ଦୀନେନ୍ଦ୍ର ଦାସ, ମହନ୍ତ ସୁରେଶ ଦାସ, ଗୋରଖନାଥପୀଠରୁ ଜଣେ ପ୍ରତିନିଧି, ବିଶ୍ବ ହିନ୍ଦୁ ପରିଷଦରୁ ଓମ ପ୍ରକାଶ ସିଂହଲ, ସ୍ବର୍ଗତ ଅଶୋକ ସିଂହଲଙ୍କ ପୁତୁରା ସଲିଲ ସିଂହଲ ଭିଏଚପି ଉପାଧ୍ୟକ୍ଷ ଚମ୍ପତରାୟ । ଏତତ ବ୍ୟତିତ ବିଷ୍ଣୁହରି ଡାଲମିଆଙ୍କ ପରିବାରରୁ ଜଣେ ଓ ମହିଳା ସଦସ୍ୟ ମଧ୍ୟ ଜଣେ ରହିବେ । ଏହାସହ ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କ ଜଣେ ଯୁଗ୍ମ ସଚିବ ଅଯୋଧ୍ୟା ଜିଲ୍ଲାପାଳ ସଦସ୍ୟ ରହିବେ । ତେବେ 15 ଜଣଙ୍କ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇନାହିଁ।

Intro:Body:

BLANK FOR LINK 

Conclusion:
Last Updated : Feb 6, 2020, 2:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.