ETV Bharat / bharat

ସ୍ବତନ୍ତ୍ର ବିମାନରେ ବେଙ୍ଗାଲୁରୁରୁ ରାୟପୁର ଫେରିଲେ 179 ଶ୍ରମିକ

ଲକଡାଉନ କାରଣରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଫଶିରହିଥିଲେ ଛତିଶଗଡର ଶ୍ରମିକ । ଗୁରୁବାର ସ୍ବତନ୍ତ୍ର ବିମାନରେ ବେଙ୍ଗାଲୁରୁରୁ 179 ଜଣ ପ୍ରବାସୀ ଶ୍ରମିକ ରାୟପୁର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ..

ପ୍ରଥମଥର ବେଙ୍ଗାଲୁରୁ ରୁ ରାୟପୁରରେ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ବିମାନ

author img

By

Published : Jun 4, 2020, 4:04 PM IST

ରାୟପୁର: କୋରୋନା ଭାଇରସ ଲକଡାଉନରେ ଅନ୍ୟ ରାଜ୍ୟର ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟ ଓ ଘରକୁ ପଠାଯାଉଛି । ଏଥିପାଇଁ ସରକାରଙ୍କ ଦ୍ବାରା ସ୍ପେଶାଲ ଟ୍ରେନ, ବସ ଚଳାଚଳ କରୁଛି । କିନ୍ତୁ ପ୍ରଥମ ଥର ପାଇଁ ଛତିଶଗଡର ଶ୍ରମିକଙ୍କୁ ନେଇ ବାଙ୍ଗାଲୁରୁରୁ ସ୍ୱତନ୍ତ୍ର ବିମାନ ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ପହଞ୍ଚିଛି । ଏହି ବିମାନରେ ବେଙ୍ଗାଲୁରୁରୁ 179 ଜଣ ଶ୍ରମିକ ଛତିଶଗଡକୁ ଫେରିଛନ୍ତି ।

ପ୍ରଥମଥର ବେଙ୍ଗାଲୁରୁ ରୁ ରାୟପୁରରେ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ବିମାନ
ପ୍ରଥମଥର ବେଙ୍ଗାଲୁରୁ ରୁ ରାୟପୁରରେ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ବିମାନ

ବାଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଆଇନ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରମାନେ ଶ୍ରମିକମାନଙ୍କ ପାଇଁ ବିମାନ ଟିକେଟ ଯୋଗାଇ ଦେଇଛନ୍ତି । ଫେରିବା ପରେ ସମସ୍ତ କର୍ମଚାରୀଙ୍କୁ ରାୟପୁର ବିମାନବନ୍ଦରରେ ସ୍କ୍ରିନିଂ କରାଯାଇଥିଲା। ବର୍ତ୍ତମାନ ସମସ୍ତ ଶ୍ରମିକ ନିଜ ଘରେ କ୍ବାରେଣ୍ଟାଇନରେ ରହିବେ ।

ବାଙ୍ଗାଲୁରୁରୁ ଶ୍ରମିକଙ୍କ ସ୍ୱତନ୍ତ୍ର ବିମାନ ସକାଳ 8ଟାରେ ଉଡାଣ ଭରିଥିଲା ଏବଂ ସକାଳ 9 ଟା 50ରେ ରାୟପୁର ବିମାନବନ୍ଦରରେ ପହଞ୍ଚିଥିଲା । ବାଲୁଦାବାଜାର, ମହାସମୁନ୍ଦ, ଜାଞ୍ଜଗିର-ଚାମ୍ପା, ପେଣ୍ଡ୍ରା, ଗୌରେଲା, ମାରବାହି ଏବଂ ନାରାୟଣପୁରର ଶ୍ରମିକମାନେ ରାୟପୁର ଫେରିଛନ୍ତି । ବିମାନବନ୍ଦରରେ ସମସ୍ତ ଶ୍ରମିକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ମଧ୍ୟ ଯାଞ୍ଚ କରାଯାଇଯାଲା । ବିମାନବନ୍ଦରରେ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବସ ବ୍ୟବସ୍ଥା କରିଥିଲେ । ବିମାନବନ୍ଦରରୁ ଶ୍ରମିକ ମାନେ ନିଜ ଜିଲ୍ଲାକୁ ଯିବା ପାଇଁ ଏକ ବସର ବନ୍ଦୋବସ୍ତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.