ETV Bharat / bharat

ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଲେ ଶହୀଦ ପରିବାର - Terrorists

ରାମ ଭାକୀଲଙ୍କ ଭଉଣୀ କହିଛନ୍ତି ଯେ ମୁଁ ନିଶ୍ଚିତ, ଏୟାର ଷ୍ଟ୍ରାଇକ ହୋଇଥିଲା କିନ୍ତୁ ସେମାନେ କେଉଁଠି କରିଛନ୍ତି? ଏହାର ସ୍ପଷ୍ଟ ପ୍ରମାଣ ଦେବା ଆବଶ୍ୟକ । ପାକିସ୍ତାନ କହୁଛି ଏୟାର ଷ୍ଟ୍ରାଇକରେ ତାର କୌଣସି କ୍ଷତି ହୋଇନି । ଯେପର୍ଯ୍ୟନ୍ତ ଏହି ଏୟାର ଷ୍ଟ୍ରାଇକର ପ୍ରମାଣ ନ ମିଳିଛି ଏହାକୁ କେମିତି ବିଶ୍ବାସ କରିବି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 6, 2019, 10:43 PM IST

ଲକ୍ଷ୍ନୌ: ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗିଲେ ଶହୀଦଙ୍କ ପରିବାର । ୟୁପି ସ୍ଥିତ ସାମଲୀର ପ୍ରଦୀପ କୁମାର ଓ ମୈନପୁରୀର ରାମ ଭାକୀଲ ପୁଲୱାମା ଆତ୍ମଘାତୀ ଆକ୍ରମଣରେ ହୋଇଥିଲେ ଶହୀଦ । ବର୍ତ୍ତମାନ ତାଙ୍କ ପରିବାର ଏୟାର ଷ୍ଟ୍ରାଇକକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଆତଙ୍କବାଦୀଙ୍କ ମୃତ ଶରୀରକୁ ଦେଖାଇବା ପାଇଁ ଦାବି କରିଛନ୍ତି ପରିବାର ଲୋକ ।

ରାମ ଭାକୀଲଙ୍କ ଭଉଣୀ କହିଛନ୍ତି ଯେ ମୁଁ ନିଶ୍ଚିତ, ଏୟାର ଷ୍ଟ୍ରାଇକ ହୋଇଥିଲା କିନ୍ତୁ ସେମାନେ କେଉଁଠି କରିଛନ୍ତି? ଏହାର ସ୍ପଷ୍ଟ ପ୍ରମାଣ ଦେବା ଆବଶ୍ୟକ । ପାକିସ୍ତାନ କହୁଛି ଏୟାର ଷ୍ଟ୍ରାଇକରେ ତାର କୌଣସି କ୍ଷତି ହୋଇନି । ଯେପର୍ଯ୍ୟନ୍ତ ଏହି ଏୟାର ଷ୍ଟ୍ରାଇକର ପ୍ରମାଣ ନ ମିଳିଛି ଏହାକୁ କେମିତି ବିଶ୍ବାସ କରିବି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ପ୍ରଦୀପଙ୍କ ମା ମଧ୍ୟ କହିଛନ୍ତି ଯେ ଆମେମାନେ ସନ୍ତୁଷ୍ଟ ନୁହେଁ । ବହୁ ସଂଖ୍ୟାରେ ଦେଶର ବୀର ସନ୍ତାନ ଶହୀଦ ହୋଇଛନ୍ତି । ଅନ୍ୟପଟେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ ହୋଇଥିବା କୌଣସି ସଠିକ ଖବର ମଧ୍ୟ ନାହିଁ । ଆମେମାନେ ଏହା ଟିଭିରେ ଦେଖିବାକୁ ଚାହୁଁଛୁ । ଆମେମାନେ ଆତଙ୍କବାଦୀଙ୍କ ମୃତ ଶରୀର ଦେଖିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି ।

ଫେବୃଆରୀ ୧୪ରେ ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ବଢିଯାଇଥିଲା । ଭାରତ ପାକ୍ ଉପରେ କଡା ପଦକ୍ଷେପ ନେଇ ଫେବୃଆରୀ ୨୬ରେ ବାଲାକୋଟରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଏୟାର ଷ୍ଟ୍ରାଇକରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ସରକାର ତରଫରୁ କୁହାଯାଇଥିଲା । ପରେ ଏୟାର ଷ୍ଟ୍ରାଇକକୁ ନେଇ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ପକ୍ଷରୁ ତଦନ୍ତ ମଧ୍ୟ କରାଯାଇଛି ।

undefined

ଏହି ଏୟାର ଷ୍ଟ୍ରାଇକକୁ ନେଇ ବିରୋଧୀ ଓ ସରକାରଙ୍କ ମଧ୍ୟରେ ବାକ ଯୁଦ୍ଧ ଲାଗି ରହିଛି । ଅନ୍ୟପକ୍ଷେ ଭାରତୀୟ ବାୟୁସେନା ପକ୍ଷରୁ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ । ବର୍ତ୍ତମାନ ଶହୀଦଙ୍କ ପରିବାର ମଧ୍ୟ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି ।

Intro:Body:

4ଟି ଗୋ-ଚାଲାଣ କଣ୍ଟେନର ଜବତ

ଅନୁଗୋଳ: ବେଆଇନ ଭାବେ ନିଆଯାଉଥିବା 4ଟି ଗୋରୁ ବୋଝେଇ କଣ୍ଟେନର ଜବତ ।  ଅନୁଗୋଳ ପଞ୍ଚମହଲା ନିକଟରେ ଏହି କଣ୍ଟେନର ଜବତ ହୋଇଛି । ଏହି ଘଟଣାରେ ପୋଲିସ ପାଖାପାଖି 200ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି ।   

ସୂଚନା ଅନୁଯାୟୀ, ଏହି କଣ୍ଟେନରରେ ବିପଦସଙ୍କୁଳ ଅବସ୍ଥାରେ ଗାଇଗୋରୁଙ୍କୁ ଝୁଲାଇ ବେଆଇନ ଭାବେ ଚାଲାଣ କରାଯାଉଥିଲା ।  ଗୋରୁ ଗୁଡିକୁ ସମ୍ବଲପୁରରୁ ଭଦ୍ରକ ଅଭିମୁଖେ ବେଆଇନ ଭାବେ ନିଆଯାଉଥିଲା । ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଅନୁଗୋଳ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି କଣ୍ଟେନରରୁ 200ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.