ପାଟନା: ଭୋଟ ଦେବାକୁ ବିଭିନ୍ନ ଉପାୟରେ ଭୋଟରଙ୍କୁ କରାଯାଉଛି ଆକର୍ଷିତ । ତେବେ ବିହାରର ରାଜଧାନୀ ପାଟନାରେ ଥିବା କିଛି ରେସ୍ତୋରାଁ ମାଲିକ ବାଛିଛନ୍ତି ଏକ ଭିନ୍ନ ଉପାୟ । ଭୋଟ ଦେଇ ଆସୁଥିବା ଲୋକଙ୍କ ପାଇଁ କରିଛନ୍ତି ସ୍ବତନ୍ତ୍ର ରିହାତି ବ୍ୟବସ୍ଥା । ସେ ପୁଣି ଆପଣଙ୍କ କାଳf ଲାଗିଥିବା ଆଙ୍ଗୁଳି ଦେଖିବା ପରେ ମିଳିବ ରିହାତି ।
ପାଟନାରେ ଥିବା ଲଖୁ କା ଢାବା ନାମରେ ଥିବା ରେସ୍ତୋରାଁରେ ପ୍ରତି ଖାଦ୍ୟରେ ରହିଛି 17 ପ୍ରତିଶତ ରିହାତି । ଭୋଟ ଦେବା ପରେ ଯେଉଁ ବ୍ୟକ୍ତି ଏଠାକୁ ଖାଇବା ପାଇଁ ଆସନ୍ତି ସେମାନଙ୍କୁ ମିଳିଥାଏ ରିହାତି । ନିର୍ବାଚନର ଏହି ପର୍ବକୁ ପାଳନ କରିବା ପାଇଁ ଏହି ବ୍ୟବସ୍ଥା କରିଥିବା କୁହନ୍ତି ରେସ୍ତୋରାଁ ମ୍ୟାନେଜର ବିଜୟ କୁମାର ।
ଆଠ ବର୍ଷ ହେବ ରହିଛି ଏହି ରେସ୍ତୋରାଁ । ହେଲେ ପ୍ରଥମ ଥର ପାଇଁ ଏହି ରିହାତି ବ୍ୟବସ୍ଥା କରିଛନ୍ତି ମାଲିକ । ଏହାସହ ଲାଜିଜ ତନ୍ଦୁରୀ ରେସ୍ତୋରାଁରେ ମଧ୍ୟ ରହିଛି ରିହାତି ବ୍ୟବସ୍ଥା । ବାଇପାସ ରୋଡରେ ଥିବା ଫୁଡ ହଟରେ ମଧ୍ୟ ରହିଛି ସମାନ ବ୍ୟବସ୍ଥା ।