ETV Bharat / bharat

ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି, ରେଡ୍ ଜୋନରେ ଆଜିଠୁ ଖୋଲିବ ଦୋକାନ - non containment zones of maharastra

ମହାରାଷ୍ଟ୍ର ହେଉଛି କୋରୋନା ସଙ୍କଟରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ । ରାଜ୍ୟରେ କ୍ରମାଗତ ଭାବେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଅନ୍ୟପକ୍ଷେ ରେଡ୍ ଜୋନରେ ଦୋକାନ ମଧ୍ୟ ଖୋଲା ରହିବ ବୋଲି ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

shops open in non containment zones
ରେଡ୍ ଜୋନରେ ଆଜିଠୁ ଖୋଲିବ ଦୋକାନ
author img

By

Published : May 4, 2020, 10:33 AM IST

ମୁମ୍ବାଇ: ମହାରାଷ୍ଟ୍ର ହେଉଛି କୋରୋନା ସଙ୍କଟରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ । ରାଜ୍ୟରେ କ୍ରମାଗତ ଭାବେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଅନ୍ୟପକ୍ଷେ ରେଡ୍ ଜୋନରେ ଦୋକାନ ମଧ୍ୟ ଖୋଲା ରହିବ ବୋଲି ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ କଣ୍ଟେନମେଣ୍ଟ ଜୋନରେ ବସ ସେବାରେ ପ୍ରତିବନ୍ଧକ ରହିବ । ଏହି ଆଦେଶ ଆଜି(ସୋମବାର) ଠାରୁ ଲାଗୁ ହେବ ।

ମହାରାଷ୍ଟ୍ରରେ ବହୁ ପରିମାଣରେ କଣ୍ଟେନମେଣ୍ଟ ଏବଂ ହଟସ୍ପଟ୍ ଜୋନ୍ ସୃଷ୍ଟି କରାଯାଇଛି । ଏଭଳି ଦିଗରେ କେବଳ ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନରେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିନକୁ ଦିନ ବଢୁଥିବା କୋରୋନା ସଂକ୍ରମଣ ଦେଶର ଚିନ୍ତା ବଢାଇ ଦେଇଛି।

ନିର୍ଦ୍ଦିଷ୍ଟ ସର୍ତ୍ତ ସହ MMR ଓ PMR ଅଞ୍ଚଳରେ ଦୋକାନ ଖୋଲାଯିବ । ମଲ୍ ଓ ପ୍ଲାଜା ଆଦି ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ପ୍ରତ୍ୟେକ ଗଳିରେ କେବଳ 5 ଟି ଅତ୍ୟାବଶ୍ୟକ ଦ୍ରବ୍ୟର ଦୋକାନ ଖୋଲା ରହିବ । ସମସ୍ତ ଦୋକାନରେ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ । ମଦ ଦୋକାନ ଖୋଲା ରହିବ କିନ୍ତୁ ମଲ୍ କି ରେଷ୍ଟୁରାଣ୍ଟ ନୁହେଁ । ସେଲୁନ୍ ଦୋକାନ ଗୁଡିକରେ ପ୍ରତିବନ୍ଧକ ଲାଗୁ ହେବ । ଦୋକାନ ଖୋଲିବାର ସମୟ ସ୍ଥାନୀୟ ପ୍ରଶାସନ ସ୍ଥିର କରିବ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ପ୍ରଶାସନ ନିଷ୍ପତ୍ତି ନେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.